Thursday , March 23 2023
Home / ବିଶେଷ / ଗାୟକ ଜନାର୍ଦ୍ଦନ ତ୍ରିପାଠୀଙ୍କ ଦଶମ ଶ୍ରାର୍ଦ୍ଧ ବାର୍ଷିକ – ଜନାର୍ଦ୍ଦନ ଥିଲେ ଜୋଗଜନ୍ମା ପୁରୁଷ

ଗାୟକ ଜନାର୍ଦ୍ଦନ ତ୍ରିପାଠୀଙ୍କ ଦଶମ ଶ୍ରାର୍ଦ୍ଧ ବାର୍ଷିକ – ଜନାର୍ଦ୍ଦନ ଥିଲେ ଜୋଗଜନ୍ମା ପୁରୁଷ

ନିରାକାରପୁର, ୨୧/୦୧/୨୦୨୧(ଓଡ଼ିଶା ସମାଚାର)- ଜନାର୍ଦ୍ଦନ ପାଠାଗାର ଓ ଜଗତମୋହନ ପାଲ୍ଲାସଂସଦ ରାମେଶ୍ୱର ମିଳିତ ଆନୁକୂଲ୍ୟରେ ଓଡିଶାର ବାଣୀପୁତ୍ର, ଗୁରୁ କବି ଦିବଂଗତ ଗୋକୁଳାନନ୍ଦ ପଟ୍ଟନାୟକଙ୍କ ପଟଶିଷ୍ୟ ଗାୟକ ଦିବଗଂତ ଜନାର୍ଦ୍ଦନ ତ୍ରିପାଠୀଙ୍କ ସ୍ମୃତି ସମ୍ମାନ ଉଦ୍ଦେଶ୍ୟରେ ୧୦ମ ଶ୍ରାର୍ଦ୍ଧ ବାର୍ଷିକ ଅନୁଷ୍ଠିତ ହୋଇଯାଇଛି । ଅଧ୍ୟାପକ ଡ.ମୃତ୍ୟୁଞ୍ଜୟ ରଥଙ୍କ ସଂଚଳନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭୂବନେଶ୍ୱର ସାଂସଦ ଅପରାଜିତା ସଢଙ୍ଗୀ,ସମ୍ମାନିତ ଅତିଥି ଭାବେ ବିଜେପି ନେତା କାଳୁ ଖଣ୍ଡଇତରାୟ,ଅବସରପ୍ରାପ୍ତ ପ୍ରଫେସର ନାରାୟଣ ସାହୁ,ବେଣୁଧର ଦାସ୍‌,ଶିକ୍ଷାବିତ୍ ଦିବ୍ୟସିଂହ ତ୍ରିପାଠୀ,ଉପସ୍ଥାପକ କମଳେସ ମହାରଣା ପ୍ରମୁଖ ଅତିଥି ଭାବେ ଯୋଗଦେଇ ଶ୍ରୀଯୁକ୍ତ ତ୍ରିପାଠୀଙ୍କ ଜୀବନ ଉପରେ ଆଲୋକପାତ କରିଥିଲେ । ଛାନ୍ଦ,ଚତୁପ୍ପଦୀ,ଓଡିଶୀ ଆଦିରେ ଧୂରିଣ ଥିଲେ ଗାୟକ ଜନାର୍ଦ୍ଦନ । ତାଙ୍କ ନିଜସ୍ୱ ବଳିଷ୍ଠା ଲେଖା ଆଜି ମଧ୍ୟ ପାଲାକାର ମାନେ ସଦ୍ଦସଂଯୋଜନାକରିଥାନ୍ତି ।ତାଙ୍କର ବିଭିନ୍ନ ରାଗ ରାଗିଣୀରେ ନିଜେ ଗପସୂତ୍ର ଛଇରେ ସେ ଦୀର୍ଘ ସମୟ ଧରି ପରିବେଷଣ କରି ଶ୍ରୋତା ମଣ୍ଡଳୀଙ୍କୁ ମନ୍ତ୍ରମୁଧ୍ଧ କରାଇଥାନ୍ତି ।ଏହାହିଁ ତାଙ୍କର ସାଧାନର ଉତ୍‌ସ । ଅଷ୍ଟାଦଶପୁରାଣ, ରାମାୟଣ, ମହାଭାରତ ଓ ଶ୍ରୀମତ ଭାଗବତରୁ ବର୍ଣ୍ଣିତ ସମସ୍ତ ତଥ୍ୟ ଲୋକମାନଙ୍କୁ ବୁଝାଇବାରେ ସେଥିଲେ ସିଦ୍ଧହସ୍ତ ବୋଲି ଅତିଥି ଗଣ ମତବ୍ୟକ୍ତ କରିଥିଲେ । ଏହି ଅବଶରରେ ବାର୍ଷିକ ସାହିତ୍ୟ ପତ୍ରିକା ଆଶିଷର ସୁଭ ଉଦ୍‌ଘାଟନ ମୁଖ୍ୟ ଅତିଥି କରାଇଥିଲେ । ଗାୟକ ଜନାର୍ଦ୍ଦନ ତ୍ରିପାଠୀଙ୍କ ସୁପୁତ୍ର ଚକ୍ରଧର ତ୍ରିପାଠୀ ସ୍ୱାଗତ ଭାଷଣ ଦେଇଥିବା ବେଳେ ଅଧ୍ୟାପକ ଶ୍ରୀଯୁକ୍ତ ରଥ ଧନ୍ୟବାଦ ଅର୍ପଣ କରିଥିଲେ ।ଏହି ଅବସରରେ ବିଦ୍ୟାଳୟ ସ୍ତରରେ ଜନାର୍ଦ୍ଦନ ତ୍ରିପାଠୀଙ୍କ ଜିବନୀରେ ଉପରେ ବିଭିନ୍ନ ପ୍ରତିଯୋଗୀତା କରାଯାଇ କୃତି ଛାତ୍ରଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.