Monday , March 20 2023
Breaking News
Home / କୃଷି / କାଳିମୁଣ୍ଡି ଉପଦ୍ରବ : ପଦ୍ମପୁର ପଂଚାୟତରେ ରିହାତି ଦରରେ କିଟନାଶକ ବଂଟନ 

କାଳିମୁଣ୍ଡି ଉପଦ୍ରବ : ପଦ୍ମପୁର ପଂଚାୟତରେ ରିହାତି ଦରରେ କିଟନାଶକ ବଂଟନ 

ଗରଦପୁର ,୨୧/୦୧/୨୦୨୧(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ରେ ଚାଷ କରାଯାଇଥିବା ଚିନା ବାଦାମ ଫସଲରେ କାଳିମୁଣ୍ଡି ପୋକ ଉପଦ୍ରବ କରୁଛନ୍ତି । ଏହି ବ୍ଲକ୍ ର ପେଟୁଆ ପାଟରେ ଥିବା ପାଖଡ଼, ଗରଦପୁର ଓ ବରହମପୁର ଗ୍ରାମର ଚାଷୀମାନଙ୍କର ୫୦୦ ଏକର ଜମି ର ଚିନାବାଦମ ଫସଲକୁ କାଳିମୁଣ୍ଡି ସମ୍ପୁର୍ଣ୍ଣ ଚରିଯାଇଛନ୍ତି । ପେଟୁଆ ପାଟର ଚିନାବାଦମ ଫସଲରେ ଲାଗିଥିବା କାଳିମୁଣ୍ଡି  ଅନୁଧ୍ୟାନ କରିବାକୁ ଉଚସ୍ତରୀୟ କୃଷି ବିଭାଗ ଟିମ ଆସିଥିଲେ । ୯୦ ପ୍ରତିଶତ ରୁ ଅଧିକ ପେଟୁଆ ପାଟର ଚିନାବାଦମ ଫସଲ ଉଜୁଡ଼ି ଯାଇଥିବା ଦେଖିବା ପରେ ବ୍ଲକ୍ ର ବେଡ଼ାରୀ ଓ ପଦ୍ମପୁର ପଂଚାୟତ ରେ ଲାଗିଥିବା ଚିନାବାଦମ ଫସଲ ବୁଲି ଦେଖିଥିଲେ । ପଦ୍ମପୁର ଓ ବେଡ଼ାରୀ ରେ କାଳିମୁଣ୍ଡି ପୋକ ଲାଗିବା ଆରମ୍ଭ ହୋଇଥିବାରୁ ଫସଲ ରକ୍ଷା ପାଇଁ ତ୍ୱରିତ ପଦକ୍ଷେପ ନେଇଥିଲେ ।  ଗତକାଲି ବେଡ଼ାରୀ ପଂଚାୟତରେ  କୃଷି ବିଭାଗ ତରଫରୁ ରିହାତି ଦରରେ କୀଟନାଶକ ଯୋଗାଇ ଦିଆଯାଇଥିଲା ।  ସେହିପରି ଆଜି ପଦ୍ମପୁର ପଂଚାୟତର ଚିନାବାଦମ ଚାଷୀମାନଙ୍କୁ  ରିହାତି ଦରରେ କାଳିମୁଣ୍ଡି ପୋକ ଦମନ ପାଇଁ କୀଟନାଶକ ଯୋଗାଇ ଦିଆଯାଇଥିଲା । ପଦ୍ମପୁରର ୩୦ ଜଣ ଚିନା ବାଦମ ଚାଷୀ ପଦ୍ମପୁର ଠାରେ କୃଷି କର୍ମଚାରୀଙ୍କ ଠାରୁ ଆଜି କୀଟନାଶକ ନେଇଥିଲେ । ପେଟୁଆ ପାଟର କ୍ଷତିଗ୍ରସ୍ତ ଚାଷୀମାନଙ୍କ ପାଇଁ ମାଗଣା କୀଟନାଶକ ଖୁବ ଶୀଘ୍ର ଯୋଗାଇ ଦିଆଯିବ ବୋଲି ବିଭାଗ ତରଫରୁ ଜଣାପଡ଼ିଛି ।  ଓଡ଼ିଶା ସମାଚାର

Leave a Reply

Your email address will not be published.