Saturday , September 25 2021
Breaking News
Home / ବିଶେଷ / ଜିଲ୍ଲା ସ୍ତରୀୟ ରାଜସ୍ୱ ସମୀକ୍ଷା ବୈଠକ

ଜିଲ୍ଲା ସ୍ତରୀୟ ରାଜସ୍ୱ ସମୀକ୍ଷା ବୈଠକ

କେନ୍ଦ୍ରାପଡା, ୨୦/୦୧/୨୦୨୧(ଓଡ଼ିଶା ସମାଚାର)-  ଜିଲ୍ଲା କାର୍ଯ୍ୟାଳୟ ସଦଭାବନା ସଭା ଗୃହରେ ଜିଲ୍ଲାପାଳ ଅମ୍ରୁତ ଋତୁରାଜଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ରାଜସ୍ୱ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଦାଖଲଖାରଜ ମାମଲା ଗୁଡିକର ତୁରନ୍ତ ଫୈସଲା କରାଯିବା, ଜିଲ୍ଲାକୁ ମିଳିଥିବା ୪୬କୋଟି ଟଙ୍କା ସବସିଡିର ତୁରନ୍ତ ତହସିଲ ଗୁଡିକ ମାଧ୍ୟମରେ ଆସନ୍ତା ଫେବୃୟାରୀମାସ ୫ତାରିଖ ସୁଦ୍ଧା ଲୋକମାନଙ୍କୁ ବଂଟନ କରାଯିବା, ବକେୟା ରାଜସ୍ୱ ଓ ଚଳିତବର୍ଷର ରାଜସ୍ୱ ମାର୍ଚ୍ଚମାସ ଶେଷ ସୁଦ୍ଧା ଆଦାୟ କରାଯିବା, ମାର୍ଶାଘାଇ, ରାଜକନିକା ଓ ରାଜନଗର ତହସିଲ କାର୍ଯ୍ୟାଳୟ ନୂତନ ଗୃହର ନିର୍ମାଣ କାର୍ଯ୍ୟ ପୂର୍ବରୁ ବନ୍ଦ ରହିଥିବା ବେଳେ ତୁରନ୍ତ ପୁନର୍ବାର ଆରମ୍ଭ କରାଯାଇ ତୁରନ୍ତ ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ କରାଯିବା ଓ କେନ୍ଦ୍ରାପଡା ତହସିଲର ନୂତନ ଗୃହ ଏବଂ ପ୍ରଦକ୍ଷଣ ଗୃହର ଉପର ମହଲାର ନିର୍ମାଣ କାର୍ଯ୍ୟ ତୁରନ୍ତ ସଂପୂର୍ଣ୍ଣ କରାଯାଇ ନୂତନ ଗୃହକୁ ସଂପୃକ୍ତ ବିଭାଗକୁ ହସ୍ତାନ୍ତର କରାଯିବା ଉପରେ ଜିଲ୍ଲାପାଳ ଶ୍ରୀ ଋତୁରାଜ ଗୁରୁତ୍ୱାରୋପ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଅଗ୍ନିକାଣ୍ଡରେ ୪ବଖରା ଘର ଜଳିଗଲା, ଗୁରୁତର ଗାଈକୁ ଉଦ୍ଧାର କରିବାକୁ ଯାଇ ରୁନିଲତା ଗୁରୁତର 

ତାରପୁର, ୨୪/୦୯/୨୦୨୧(ଓଡ଼ିଶା ସମାଚାର)-ରଘୁନାଥପୁର ତହସିଲ ଅନ୍ତର୍ଗତ ଚିକିଣିଆ ପଂଚାୟତ କଳାଧାରୀ ଗ୍ରାମର ବଟକୃଷ୍ଣ ଲେଙ୍କାଙ୍କ ଘରେ ଗତକାଲି ବିଳମ୍ବିତ ରାତିରେ …

Leave a Reply

Your email address will not be published. Required fields are marked *