ନିରାକାରପୁର, ୨୦/୦୧/୨୦୨୧(ଓଡ଼ିଶା ସମାଚାର)- ୩୨ ତମ ସଡ଼କ ସୁରକ୍ଷା ସପ୍ତାହ ଆସନ୍ତା ଫ୍ରେବୃଆରୀ ମାସ ୧୭ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବାବେଳେ ସୋମବାର ଦିନ ସଡ଼କ ସୁରକ୍ଷା ସପ୍ତାହର ଉଦଘାଟନ କରାଯାଇଛି । ଆଜି ଖୋର୍ଦ୍ଧା ଜିଲ୍ଲା ଗୋଡ଼ିପଡ଼ା ଟୋଲପ୍ଲାଜାଠାରେ ଏଆଇପିଏଲ ତରଫରୁ ବିଭିନ୍ନ ଗାଡ଼ି ଚାଳକମାନଙ୍କୁ ସଚେତନତାର ବାର୍ତା ଦେବା ସହ ଲିଫଲେଟ ବଂଟନ କରାଯାଇଥିଲା । ଗାଡ଼ି ଚାଳକମାନଙ୍କୁ ହେଲମେଟ,ସିଟବେଲ୍ଟ ବାନ୍ଧିବା, ଗାଡ଼ି ଚଳାଇବା ସମୟରେ ମଦ୍ୟପାନ ନ କରିବା, ମୋବାଇଲ ବ୍ୟବହାର ନ କରିବା ସହିତ ଦ୍ରୁତ ଗତିରେ ଗାଡ଼ି ଚାଳନା ନ କରିବାକୁ ପରାମର୍ଶ ଦିଆଯାଇଥିଲା । ଯେଉଁମାନେ ନିୟମ ପାଳନ କରୁଛନ୍ତି ସେମାନଙ୍କୁ ଗୋଲାପ ଫୁଲ, ପେନ ଓ ଚକୋଲେଟ ଇତ୍ୟାଦ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ର୍ରମକୁ ସେଫ୍ଟି ମ୍ୟାନେଜର ଏଲ. ସନ୍ଦୀପ ପରିଚାଳନା କରିଥିବାବେଳେ ସାଇଡ଼ ଇଂଞ୍ଜିନିୟର ସୌମ୍ୟଜିତ ସାମଲଙ୍କ ସମେତ ବହୁ ସଂଖ୍ୟାରେ କର୍ମଚାରୀ ଉପସ୍ଥିତ ରହିଥିଲେ । ଓଡ଼ିଶା ସମାଚାର