ତାରପୁର ୨୦/୦୧/୨୦୨୧(ଓଡ଼ିଶା ସମାଚାର)- ଜଗତ୍ସିଂହପୁର ଜିଲ୍ଲା ଅନ୍ତର୍ଗତ ରଘୁନାଥପୁର ବ୍ଲକ୍ର ଗୁଆଳିପୁରସ୍ଥିତ ମହେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟର ଜୁନିୟର ଡିଭିଜନ ସମର ଶିକ୍ଷାର୍ଥୀ ବାହିନୀ ପାଇଁ ୨୦୨୦-୨୧ ପ୍ରଶିକ୍ଷଣ ବର୍ଷ ନିମନ୍ତେ ୨୬ଜଣ କ୍ୟାଡେଟ୍ଙ୍କୁ ଏନ୍.ସି.ସି. ବାଟାଲିୟନ ପକ୍ଷରୁ ଚୟନ କରାଯାଇଅଛି । କଟକରେ ଥିବା ଫାଷ୍ଟ ଓଡ଼ିଶା ବାଟାଲିୟନ କାର୍ଯ୍ୟାଳୟରୁ ଶାରୀରିକ ନିରୀକ୍ଷକ ସୁବେଦାର ଏକ ବି ରାନା ଓ ହାବିଲ୍ଦାର ଯୋଗେନ୍ଦ୍ର ପଲ ଉକ୍ତ ଚୟନ ଶିବିରରେ ଯୋଗଦେଇ କ୍ୟାଡେଟ୍ଙ୍କ ଶାରୀରିକ ସୁସ୍ଥତା, ଦୌଡ, ଦୃଷ୍ଟିଶକ୍ତି, ଉଚ୍ଚତା, ଓଜନ ମୂଲ୍ୟାୟନ ପରୀକ୍ଷା କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହିମାଂଶୁ ଶେଖର ସାହୁ କ୍ୟାଡେଟ୍ ମାନଙ୍କୁ ସ୍ୱାଗତ ଜଣାଇଥିଲେ । ବିଦ୍ୟାଳୟର ମୋ ସ୍କୁଲ ଅଭିଯାନର ଉପଦେଷ୍ଟା ଜ୍ଞାନରଞ୍ଜନ ପଟ୍ଟନାୟକ ଯୋଗଦେଇ କ୍ୟାଡେଟ୍ମାନେ ଦେଶମାତୃକାର ସେବାକରିବା ପାଇଁ ବଦ୍ଧ ପରିକର ହେବା ପାଇଁ ଆହ୍ୱାନ ଦେଇଥିଲେ । ଏଥିରେ ବିଦ୍ୟାଳୟର ଏନ୍.ସି.ସି. ଅଫିସର ରାଜକିଶୋର ସାହୁ, ଶିକ୍ଷକ ପ୍ରତାପ କୁମାର ଜେନା ଶିବିର ପରିଚାଳନା କରିଥିଲେ । ଓଡ଼ିଶା ସମାଚାର