Thursday , March 23 2023
Home / ଶିକ୍ଷା / ଶହେ ସ୍କୁଲ ହେବ ମଡେଲ ସ୍କୁଲ

ଶହେ ସ୍କୁଲ ହେବ ମଡେଲ ସ୍କୁଲ

ଭୁବନେଶ୍ୱର, ୨୦/୦୧/୨୦୨୧ (ଓଡ଼ିଶା ସମାଚାର)- ଆସନ୍ତା ଏକବର୍ଷ ମଧ୍ୟରେ ରାଜ୍ୟର ୩୦ଟି ଜିଲ୍ଲାରେ୧୦୦ଟି ସ୍କୁଲକୁ ଚୟନ କରାଯାଇ ସେଗୁଡ଼ିକୁ ମଡେଲ୍ ସ୍କୁଲ ଭାବରେ ବିକଶିତ କରାଯିବ । ଏଥିରେ ପ୍ରତ୍ୟେକଟି ଜିଲ୍ଲାରୁ ଅତିକମ୍ ରେ ୩ଟି ଲେଖାଏଁ ବିଦ୍ୟାଳୟ ରହିବ । ଚଳିତ ବର୍ଷ ଠାରୁ ମୋ ସ୍କୁଲ ଅଭିଯାନ ମାଧ୍ୟମରେ ଷ୍ଟୁଡେଂଟ ଆଡପସନ୍ (ପୋଷ୍ୟ ଛାତ୍ର) କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ କରାଯିବ । ମୋ ସ୍କୁଲ ଅଭିଯାନର ୭ମ ପରିଚାଳନା ବୈଠକରେ ଏହା ସ୍ଥିର ହୋଇଛି । ଏହା ମାଧ୍ୟମରେ ପୁରାତନ ଛାତ୍ରଛାତ୍ରୀ ଏବଂ ଇଚ୍ଛୁକ ବ୍ୟକ୍ତିବିଶେଷ ମାନେ ୧୦୦ଟି ବିଦ୍ୟାଳୟର ଏକ ହଜାର ଛାତ୍ରଛାତ୍ରୀଙ୍କୁ ପୋଷ୍ୟ ଭାବେ ଗ୍ରହଣ କରି ସେମାନଙ୍କ ପାଠପଢ଼ାର ସମସ୍ତ ବିଷୟ ବୁଝିବେ । ପ୍ରଶାସନିକ ଅଧିକାରୀ, ରାଜନୈତିକ ବ୍ୟକ୍ତିବିଶେଷ, କର୍ପୋରେଟ୍ ରେ କାର୍ଯ୍ୟରତ ବ୍ୟକ୍ତିବିଶେଷଙ୍କୁ ପୋଷ୍ୟ ଛାତ୍ର କାର୍ଯ୍ୟକ୍ରମରେ ସାମିଲ କରାଯାଇ ଅଧିକରୁ ଅଧିକ ଛାତ୍ରଛାତ୍ରୀଙ୍କୁ ପୋଷ୍ୟଭାବେ ଗ୍ରହଣ କରିବାକୁ ଉତ୍ସାହିତ କରାଯିବ । ସେହିଭଳି ମୋ ସ୍କୁଲ ସହ ଅଧିକରୁ ଅଧିକ ପୁରାତନ ଛାତ୍ରଛାତ୍ରୀଙ୍କୁ ସଂଯୋଗ କରାଯିବ ଏବଂ ଅଭିଯାନକୁ ରାଜ୍ୟବ୍ୟାପୀ ବ୍ୟାପକ କରାଯିବ ।ଏହାର ଲାଭ କିଭଳି ରାଜ୍ୟର ସମସ୍ତ ବିଦ୍ୟାଳୟରେ ପହଂଚିବ ଏବଂ ଆଭ୍ୟନ୍ତରୀଣ ଜିଲ୍ଲାର ଛାତ୍ରଛାତ୍ରୀମାନେ କିପରି ଉପକୃତ ହୋଇପାରିବେ ତାହା ଉପରେ ଗୁରୁତ୍ୱ ଦିଆଯିବ । ଅଭିଭାବକମାନେ ବେସରକାରୀ ସ୍କୁଲ ପରିବର୍ତେ ସରକାରୀ ସ୍କୁଲରେ ନିଜପିଲାଙ୍କୁ ପଢ଼ାଇବାରେ ଆଗ୍ରହ ସୃଷ୍ଟିକରିବା ସହ କୋଭିଡ୍ ର ଜଟିଳ ପରିସ୍ଥିତିରେ ମୋ ସ୍କୁଲ ଟିମ୍ ପରିଶ୍ରମକରି ଲକ୍ଷାଧିକ ଛାତ୍ରଛାତ୍ରୀଙ୍କ ନିକଟରେ ପହଂଚିପାରିଛି । ସରକାରୀ ବିଦ୍ୟାଳୟରେ ଗୁଣାତ୍ମକ ଶିକ୍ଷାଦାନ କରାଯାଇ ମେଧାବୀ ଛାତ୍ରଛାତ୍ରୀ ସୃଷ୍ଟି କରିବା ‘ମୋ ସ୍କୁଲ’ର ଆଭିମୁଖ୍ୟ ହେବା ଉଚିତ । ମୋ ସ୍କୁଲ ପ୍ରକଳ୍ପ କାର୍ଯ୍ୟକାରୀ ହେଉଥିବା ରାଜ୍ୟର ୨୫ ହଜାର ସ୍କୁଲରେ ଭିତିଭୂମି ବିକାଶ ସହ ଛାତ୍ରଛାତ୍ରୀମାନଙ୍କୁ ଯେପରି ଗୁଣାତ୍ମକ ଶିକ୍ଷାଦାନ ଏବଂ ଆବଶ୍ୟକୀୟ ସୁବିଧାସୁଯୋଗ ମିଳିପାରିବ ସେ ଦିଗରେ ‘ମୋ ସ୍କୁଲ୍’ କାର୍ଯ୍ୟ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ କହିଥିଲେ । ‘ମୋ ସ୍କୁଲ’ ପକ୍ଷରୁ ଆସନ୍ତା ଶିକ୍ଷାବର୍ଷଠାରୁ ଭଲ ପ୍ରଦର୍ଶନ କରିଥିବା ଶିକ୍ଷକ, ଶିକ୍ଷୟିତୀ୍ରଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ଉତ୍ସାହିତ କରିବା ଲାଗି ପୁରସ୍କୃତ କରାଯିବ । ଖୁବ୍ ଶୀଘ୍ର ବୈଷୟିକ ବିଜ୍ଞାନ ସହଯୋଗରେ ରାଜ୍ୟର ପୁରାତନ ଛାତ୍ରଛାତ୍ରୀଙ୍କୁ ନେଇ ଏକ ବିଶାଳ ସମାବେଶର ଆୟୋଜନ କରାଯିବ । ମେଂଟର କନେକଫ କାର୍ଯ୍ୟକ୍ରମରେ ସମଗ୍ର ରାଜ୍ୟରୁ ୧୦୦ଟି ବିଦ୍ୟାଳୟକୁ ମନୋନୀତ କରାଯାଇ ୧୦୦ଜଣ ମେଂଟରଙ୍କୁ ଚୟନ କରାଯାଇଥିବାବେଳେ ‘ଷ୍ଟୁଡେଂଟସ୍ ମେଂଟରିଂ’ କାର୍ଯ୍ୟକ୍ରମକୁ ବ୍ୟାପକ କରିବାକୁ ବୈଠକରେ ନିଷ୍ପତି ନିଆଯାଇଛି । ଏହି ଅବସରରେ ୨୦୨୦ ମାର୍ଚ୍ଚ ୩ ତାରିଖରେ ଅନୁଷ୍ଠିତ ଷଷ୍ଠ ପରିଚାଳନା ପରିଷଦ ବୈଠକରେ ସ୍ଥିରୀକୃତ ବିଭିନ୍ନ କାର୍ଯ୍ୟକମ୍ର ର ଅଗ୍ରଗତି ସଂପର୍କରେ ସମୀକ୍ଷା କରାଯାଇଥିଲା । ମୋ ସ୍କୁଲ ଅଭିଯାନ ପରିଚାଳନା ସଂଗଠନର ବିଗତ କାର୍ଯ୍ୟକାରୀ ପରିଷଦ ବୈଠକର ନିର୍ଯ୍ୟାସକୁ ଏହି ବୈଠକରେ ସାଧାରଣ ପରିଷଦର ଅନୁମୋଦନ ପାଇଁ ଉପସ୍ଥାପନ କରାଯାଇଥିଲା । ୨୦୨୦-୨୧ଆର୍ଥôକ ବର୍ଷରେ ହୋଇଥିବା କାର୍ଯ୍ୟକାରୀ ପରିଷଦର ୬ଟି ବୈଠକରେ ୩୦ଟି ଜିଲ୍ଲାର ୮,୮୭୭ଟି ବିଦ୍ୟାଳୟର ମୋଟ ୫୭,୪୯,୨୮,୩୮୩ ଟଙ୍କାର ପ୍ରକଳ୍ପକୁ ଅନୁମୋଦନ ମିଳିଛି । ଏଥିପାଇଁ ପୁରାତନଛାତ୍ରଛାତ୍ରୀ ୧୯,୧୬,୪୯,୮୧୪ ଟଙ୍କା ପ୍ରଦାନ କରିଥିବାବେଳେ ରାଜ୍ୟ ସରକାର୩୮,୩୨,୮୭,୬୨୮ ଟଙ୍କା ପ୍ରଦାନ କରିଛନ୍ତି । ୨୦୨୦-୨୧ ଆର୍ଥôକ ବର୍ଷରେ ‘ମୋ ସ୍କୁଲ’ ପକ୍ଷରୁ ଉଭୟ ବିଦ୍ୟାଳୟ ଓ ରାଜ୍ୟସ୍ତରରେ ପୁରାତନ ଛାତ୍ରଛାତ୍ରୀ ଏବଂ ସ୍କୁଲ ମଧ୍ୟରେ ସହଯୋଗ ସ୍ଥାପନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରାଯାଇଛି । ଗତ ଏକ ବର୍ଷରେ ମୋ ସ୍କୁଲ ଅଭିଯାନ ମୋଟ ୧,୮୨,୦୦୦ପୁରାତନ ଛାତ୍ରଛାତ୍ରୀଙ୍କ ନିକଟରେ ପହଂଚିପାରିଛି । ମୋ ସ୍କୁଲ ମୋବାଇଲ୍ ଆପ୍ ରେ ୭୫ ହଜାର ସଦସ୍ୟଯୋଡ଼ି ହୋଇଥିବାବେଳେ ନିଜ ସ୍କୁଲକୁ ଆର୍ଥôକ ସହାୟତା ଯୋଗାଇଥିବା ପୁରାତନ ଛାତ୍ରଛାତ୍ରୀଙ୍କୁ ପ୍ରକଳ୍ପ ଅଗ୍ରଗତି ସଂପର୍କରେ ସମସ୍ତ ତଥ୍ୟ ପ୍ରଦାନ କରାଯାଇଛି । କୋଭିଡ୍ ସମୟରେ ସ୍କୁଲ ବନ୍ଦ ଥିବାବେଳେ ପ୍ରତ୍ୟେକ ଜିଲ୍ଲାରେ ପୁରାତନ ଛାତ୍ର ସଂଘ ବୈଠକକୁ ଭର୍ଚୁଆଲ୍ ମୋଡ୍ ରେ କରାଯାଇଛି । ରାଜ୍ୟର ୫ହଜାରରୁ ଅଧିକ ସ୍କୁଲ ନିଜ ପୁରାତନ ଛାତ୍ରଛାତ୍ରୀମାନଙ୍କ ପାଖରେ ପହଂଚିବା ସହ ସ୍ୱତନ୍ତ୍ର ହ୍ୱାଟସ୍ ଆପ୍ ଗ୍ରୁପ୍ ଗଠନ କରି ମୋ ସ୍କୁଲ ଅଭିଯାନକୁ ସେମାନଙ୍କ ନିକଟରେ ପହଂଚାଇଛନ୍ତି । ମୋ ସ୍କୁଲ ଅଭିଯାନ ୪ଟି ଅନ୍ତର୍ଜାତୀୟ ସଂସ୍ଥା ଏବଂ ୭ଟି ଜାତୀୟ ସ୍ତରୀୟ ସଂସ୍ଥା ସହ ମିଳିତ ଭାବେ ରାଜ୍ୟର ବିଭିନ୍ନ ବିଦ୍ୟାଳୟରେ କୋଡ୍ କ୍ଲବ୍, ସ୍ମାର୍ଟ କ୍ଲାସ୍ରୁମ୍, ଭିତିଭୂମି ବିକାଶ ସହ ଶିକ୍ଷକ ପ୍ରଶିକ୍ଷଣ ଏବଂ ଭର୍ଚୁଆଲ୍ ଲର୍ଣ୍ଣିଂ କାର୍ଯ୍ୟକ୍ରମ ଆୟୋଜନ କରିଛି । ଆଗାମୀ ଦିନରେ ଏହି କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ କରାଯିବାକୁ ଲକ୍ଷ୍ୟ ରହିଛି । ଆଗାମୀ ଦିନରେ ଏହି କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ କରାଯିବାକୁ ଲକ୍ଷ୍ୟ ରହିଛି । ପ୍ରଥମ ଥର ପାଇଁ ମୋସ୍କୁଲ ଅଭିଯାନ ସହାୟତା ରାଶିରେ ବିଦ୍ୟାଳୟଗୁଡ଼ିକରେ ସ୍ମାର୍ଟ କ୍ଲାସ୍ ରୁମ୍, ରୋବୋଟିକ୍ସ ଏବଂ ବିଲ୍ରୂିଂ ଆଜ୍ ଏ ଲର୍ଣ୍ଣିଂ ଏଡ୍ ଭଳି ୩ଟି ନୂଆ କାର୍ଯ୍ୟକ୍ରମ କରିବାକୁ ସ୍ଥିର ହୋଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published.