Wednesday , March 29 2023
Home / ବିଶେଷ / ବର୍ଷିୟାନ ଅଭିନେତା ରବି ମିଶ୍ର ଙ୍କ ଦେହାନ୍ତ

ବର୍ଷିୟାନ ଅଭିନେତା ରବି ମିଶ୍ର ଙ୍କ ଦେହାନ୍ତ

ଭୁବନେଶ୍ୱର, ୨୦/୦୧/୨୦୨୧(ଓଡ଼ିଶା ସମାଚାର)- ପରଲୋକରେ ବର୍ଷିୟାନ ଅଭିନେତା ରବି ମିଶ୍ର । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ସେ ବହୁ ଚଳଚ୍ଚିତ୍ର, ଟେଲି ଧାରାବାହିକରେ ନିଜ ଅଭିନୟର ଯାଦୁ ଦେଖାଇଛନ୍ତି । ଟେଲି ସିରିଏଲ ‘ଗୋପାଳ ରହସ୍ୟ’ ରେ ମୁଖ୍ୟ ଚରିତ୍ରରେ ଅଭିନୟ କରି ବହୁ ପ୍ରଶଂସା ସାଉଁଟିଥିଲେ ଓ ଘରେ ଘରେ ପରିଚିତ ଥିଲେ । ଓଡ଼ିଆ ମଞ୍ଚ, ଧାରାବାହିକ ଓ ଫିଲ୍ମରେ ଅଭିନୟ କରି ସେ ବେଶ ଲୋକପ୍ରିୟତା ହାସଲ କରିଥିଲେ। ଦୂରଦର୍ଶନରେ ପ୍ରସାରିତ ଅନେକ ଲୋକପ୍ରିୟ ଧାରାବାହିକରେ ଅଭିନୟ କରି ସେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ତାଙ୍କର ଏଭଳି ଅପ୍ରତ୍ୟାସିତ ପରଲୋକରେ ସାରା ରାଜ୍ୟରେ ଶୋକ ପ୍ରକାଶ ପାଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published.