Monday , March 27 2023
Breaking News
Home / ରାଜନୀତି / ପିସିସି  ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଆକ୍ରମଣ ଘଟଣାର ନିନ୍ଦା

ପିସିସି  ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଆକ୍ରମଣ ଘଟଣାର ନିନ୍ଦା

କେନ୍ଦ୍ରାପଡା,୨୦/୦୧/୨୦୨୧(ଓଡ଼ିଶା ସମାଚାର)- ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଆକ୍ରମଣ ଘଟଣାକୁ ଗଭୀର ନିନ୍ଦା କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ପ୍ରଦୀପ କୁମାର ମହାନ୍ତି, ରମାକାନ୍ତ ଦାସ, ପ୍ରଫୁଲ୍ଲ କୁମାର ଦାସ ଓ ନଳିନି ବିହାରୀ ମହାନ୍ତି ପ୍ରମୁଖ । ଏକ ମିଳିତ ପ୍ରେସ ବୀବୃତିରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ପଟ୍ଟନାୟକଙ୍କ ଉପରେ ହୋଇଥିବା ଯୋଜନାବଦ୍ଧ ଆକ୍ରମଣ ଘଟଣାକୁ ତୀବ୍ର ନିନ୍ଦା କରାଯାଇଛି । ଏହା ଏକ ବିକୃତ ମାନସିକତା, ଯେଉଁମାନେ ଏଭଳି ଅଭାବନୀୟ ଘଟଣା ଭିଆଇଛନ୍ତି ସେମାନଙ୍କ ଦଳର ନେତାମାନେ ସାଧାରଣରେ କ୍ଷମାଭିକ୍ଷା କରିବା ଆବଶ୍ୟକ   ।  ନଚେତ ଆଗକୁ ଏକ ଖରାପ ପରମ୍ପରା ସୃଷ୍ଟି ହେବାକୁ କେହି ରୋକିପାରିବେନାହିଁ  । ସାରା ରାଜ୍ୟରେ ଏହା ବ୍ୟାପିବ ବୋଲି ନେତାମାନେ କହିଛନ୍ତି । ଏହି ଅବସରରେ କେନ୍ଦ୍ରାପଡାର ଆରାଧ୍ୟ ପ୍ରଭୁ ଶ୍ରୀ ବଳଦେବଜୀଊଙ୍କ ନିକଟରେ ଦୀପଦାନ କରି ନେତାମାନେ ପିସିସି ସଭାପତି ଶ୍ରୀ ପଟ୍ଟନାୟକଙ୍କ ଦୀର୍ଘ ନିରାମୟ ଜୀବନ କାମନା କରିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.