Monday , March 20 2023
Breaking News
Home / ବିଶେଷ / ନାବାଳିକା ଦୁଷ୍କର୍ମ ଅଭିଯୋଗ:୨ ଅଟକ 

ନାବାଳିକା ଦୁଷ୍କର୍ମ ଅଭିଯୋଗ:୨ ଅଟକ 

ସାଲେପୁର,୨୦/୦୧/୨୦୨୧(ଓଡିଶା ସମାଚାର/ଅଭୟ ଜେନା):ସାଲେପୁର ନାବାଳିକା ଗଣଦୁଷ୍କର୍ମ ମାମଲାରେ ସାଲେପୁର ପୋଲିସ ୨ଜଣଙ୍କୁ ଅଟକ ରଖିଛି।   ପୀଡ଼ିତାଙ୍କ ବାପା ମାଆ ଥାନାରେ ହାଜର ହୋଇଛନ୍ତି। ସାଇଣ୍ଟିଫିକ ଟିମ ପୀଡ଼ିତାଙ୍କ ଘରେ ପହଞ୍ଚି ତନାଘନା କରିଛି।

ସାଲେପୁର ଥାନା ବଣହରା ଅଞ୍ଚଳରେ ଏଭଳି ଅଘଟଣ ଘଟିଛି। ଏହି ଅଞ୍ଚଳର ଏକ ୧୩ ବର୍ଷର ନାବାଳିକାଙ୍କୁ ଦୁଇ ଜଣ ଘରେ ହାତଗୋଡ଼ ବାନ୍ଧି ଦୁଷ୍କର୍ମ କରିଥିବାର ପୀଡ଼ିତାଙ୍କ ପରିବାର ଲୋକେ ଥାନା ରେ ଅଭିଯୋଗ କରିଛନ୍ତି ।ଆସନ୍ତା କାଲି ପିଡ଼ିତା ଓ ଅଟକ ବ୍ୟକ୍ତି କୁ ଡାକ୍ତରୀ ମାଇନା କରାଯାଇ କୋର୍ଟ ଚାଲାଣ କରାଯିବ ବୋଲି ସାଲେପୁର ଥାନା ଭାରପ୍ରାପ୍ତ ଅଧିକାରୀ ବିଜୟ କୁମାର ବିଶି ପ୍ରକାଶ କରିଛନ୍ତି। ଓଡିଶା ସମାଚାର

Leave a Reply

Your email address will not be published.