Thursday , March 23 2023
Home / ତାଜା ଖବର / ନଦୀରେ ବୁଡି ଯିବାରୁ ଯୁବକଙ୍କ ମୃତ୍ୟୁ

ନଦୀରେ ବୁଡି ଯିବାରୁ ଯୁବକଙ୍କ ମୃତ୍ୟୁ

ମାହାଙ୍ଗା,୨୦/୦୧/୨୦୨୧(ଓଡିଶା ସମାଚାର/ଅଭୟ ଜେନା):କଟକ ଜିଲ୍ଲା ମାହାଙ୍ଗା ଥାନା ପାଇକରାପୁର ଗ୍ରାମରେ ଘଟିଛି ଅଭାବନୀୟ ଘଟଣା । ସେହି ଗ୍ରାମର ଉଦ୍ଧବ ପରିଡାଙ୍କ ପୁଅ ମହେନ୍ଦ୍ର ପରିଡା ଗୋବରୀ ନଦୀରେ ବୁଡ଼ି ଯିବାରୁ ତାଙ୍କର ମୃତ୍ୟ ହୋଇଯାଇଛି । ନଦୀରୁ ମହେନ୍ଦ୍ରଙ୍କୁ ଉଦ୍ଧାର ପରେ ମାହାଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୋଲିସ ଅପମୃତ୍ୟୁ ମାମଲା ୠଜୁକରିବା ପରେ ଘଟଣାସ୍ଥଳୀରେ ପହଂଚି ତଦନ୍ତ ଆରଂଭ କରିଛି । ଏହାପରେ ମହେନ୍ଦ୍ରଙ୍କ ଶବ ବ୍ୟବଛେଦ ନିମନ୍ତେ କଟକ ପଠାଯାଇଥିଲା । ମୃତ ମହେନ୍ଦ୍ରଙ୍କ ଛୋଟ ଛୋଟ ୩ ଟି ଝିଅ ଅଛନ୍ତି । ଏହି ମୃତ୍ୟୁ ଘଟଣା ପରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published.