Saturday , April 1 2023
Breaking News
Home / ତାଜା ଖବର / ଦୁର୍ବୃତଙ୍କ ସିରିଜ୍ ଗୁଳିମାଡ଼ରେ ବେଗୁନିଆପଡା ବ୍ଲକ୍ ର ପୂର୍ବତନ ଅଧ୍ୟକ୍ଷ ଦେବରାଜ ସାହୁ ମୃତ

ଦୁର୍ବୃତଙ୍କ ସିରିଜ୍ ଗୁଳିମାଡ଼ରେ ବେଗୁନିଆପଡା ବ୍ଲକ୍ ର ପୂର୍ବତନ ଅଧ୍ୟକ୍ଷ ଦେବରାଜ ସାହୁ ମୃତ

ଗଞ୍ଜାମ ୨୦/୦୧/୨୦୨୧(ଓଡ଼ିଶା ସମାଚାର)- ଦୁର୍ବୃତଙ୍କ ଗୁଳିମାଡରେ ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ୍ ର ପୂର୍ବତନ ଅଧ୍ୟକ୍ଷ ଦେବରାଜ ସାହୁଙ୍କର ପ୍ରାଣହାନି ଘଟିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନଭିନ୍ କରୁଛି ।
ମିଳିଥିବା ତାଜା ସୂଚନା ଅନୁସାରେ , ଆଜି (ବୁଧବାର ) ସକାଳ ପ୍ରାୟ ୯ ଟା ବେଳେ ସୁମଣ୍ଡଳ ବସଷ୍ଟାଣ୍ଡ ନିକଟରେ ଏକ ଚା ଦୋକାନରେ ଦେବରାଜ ଚା ପିଉଥିବା ବେଳେ ଏକ କାର ରେ ପ୍ରାୟ ୪ ରୁ ୫ ଜଣ ଦୁର୍ବୃତ ଆସି ଅଚାନକ ଭାବେ ଅତି ନିକଟରୁ ତାଙ୍କ ଉପରକୁ ଲଗାତର ଭାବେ ପ୍ରାୟ ୨୦ ରାଉଣ୍ଡ ଗୁଳି ଚଳାଇ ଫେରାର ହୋଇଯାଇଥିଲେ । ସିରିଜ୍ ଗୁଳିମାଡ ରେ ସେ ସେହିଠାରେ ହିଁ ଟଳିପଡ଼ିଥିଲେ । ଖବର ପାଇ ବେଗୁନିଆପଡା , କେଦଳା ଓ ଖଲିକୋଟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତ ଦେବରାଜ ୨୦୦୭ ରୁ ୨୦୧୨ ପର୍ଯ୍ୟନ୍ତ ବେଗୁନିଆପଡା ବ୍ଲକ୍ ର ଅଧ୍ୟକ୍ଷ ଥିଲେ । ସେ ପୂର୍ବରୁ କଂଗ୍ରେସ ଦଳରେ ଥିଲେ ଓ ପରେ ବିଜେଡ଼ି ଦଳରେ ଯୋଗ ଦେଇଥିଲେ । ପୁଲିସ୍ ଘଟଣାସ୍ଥଳରୁ ଖୋକା ଜବତ କରିଛି । ସ୍ଥାନୀୟ ଲୋକମାନେ ତୁରନ୍ତ ଦୁର୍ବୃତଙ୍କ ଗିରଫ ଦାବି କରିଛନ୍ତି । ସେଠାରେ ଉତେଜନା ପ୍ରକାଶ ପାଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published.