Saturday , April 1 2023
Breaking News
Home / ବିଶେଷ / ଚନ୍ଦ୍ରଶେଖର ଉଚ୍ଚ ବିଦ୍ୟାଳୟର ୭୬-୭୭ ବ୍ୟାଚର ବନ୍ଧୁମିଳନ 

ଚନ୍ଦ୍ରଶେଖର ଉଚ୍ଚ ବିଦ୍ୟାଳୟର ୭୬-୭୭ ବ୍ୟାଚର ବନ୍ଧୁମିଳନ 

ତାରପୁର , ୨୦/୦୧/୨୦୨୧(ଓଡ଼ିଶା ସମାଚାର)-  କଟକ ଜିଲ୍ଲା ଅନ୍ତର୍ଗତ ଇଶାଣୀବ୍ରହ୍ମପୁରଠାରେ ଥିବା ଚନ୍ଦ୍ରଶେଖର ଉଚ୍ଚବିଦ୍ୟାଳୟ ପରିସରରେ ୧୯୭୬-୭୭ବ୍ୟାଚ୍ ର ପୁରାତନ ଛାତ୍ରଛାତ୍ରୀମାନଙ୍କର ବନ୍ଧୁମିଳନ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏଥିରେ ଅବସରପ୍ରାପ୍ତ ଆଦର୍ଶ ଶିକ୍ଷକ ଯୋଗେଶ ଚନ୍ଦ୍ର ବେହେରା, ରବିନାରାୟଣ ରଥଙ୍କୁ ପୁରାତନ ଛାତ୍ରଛାତ୍ରୀ ୧୯୭୬-୭୭ବ୍ୟାଚ୍ ପକ୍ଷରୁ ଉତରୀୟ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥଲେ । ଚନ୍ଦ୍ରଶେଖର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଏମ୍.ଡି. ଅଫଜଲ ପରୱଜ ପୌରହିତ୍ୟ କରିଥିଲେ । ଶିକ୍ଷକ ସ୍ୱର୍ଗତ ପ୍ରହଲ୍ଲାଦ ସାହୁ, ଛାତ୍ର ସ୍ୱର୍ଗତ ଅକ୍ଷୟ କୁମାର ଆଚାର୍ଯ୍ୟ, ସ୍ୱର୍ଗତ ମଦନମୋହନ ସାହୁ, ସ୍ୱର୍ଗତ ନାରାୟଣ ବିଶ୍ୱାଳଙ୍କ ଉଦ୍ଧେଶ୍ୟରେ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ପୁରାତନ ଛାତ୍ରୀ ଅନ୍ନପୂର୍ଣ୍ଣା ସାହୁ, ଛାତ୍ର ଅନନ୍ତ ଚରଣ ପରିଡା, ସୁକାନ୍ତ ଚନ୍ଦ୍ର ସେଠୀ, ରବିନ୍ଦ୍ର ମହାପାତ୍ର, ଉଦୟନାଥ ବିଶୋୟୀ, ଦୈତାରୀ ପରିଡା, ରାମଚନ୍ଦ୍ର ସାହୁ, ରଞ୍ଜନ କୁମାର ହୋତା, କୈଳାସ ସାହୁ, ଶଙ୍କର୍ଷଣ ସେଠୀ, ସୁକାନ୍ତ ମହାପାତ୍ର, ସନ୍ତୋଷ ସାହୁ, ଗୋଲେଖ ବେହେରା, ବିଚିତ୍ରାନନ୍ଦ ସ୍ୱାଇଁ, ଡ. ନାରାୟଣ ତ୍ରିପାଠୀ, ଶ୍ୟାମସୁନ୍ଦର ବେହେରା ପ୍ରମୁଖ ପରିଚାଳନା କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.