Wednesday , March 29 2023
Home / କୃଷି / କାଳିମୁଣ୍ଡି ପୋକ ଦମନ ପାଇଁ କୃଷି ବିଭାଗ ପକ୍ଷରୁ ରିହାତି ଦରରେ କୀଟନାଶକ ଔଷଧ ବଂଟନ 

କାଳିମୁଣ୍ଡି ପୋକ ଦମନ ପାଇଁ କୃଷି ବିଭାଗ ପକ୍ଷରୁ ରିହାତି ଦରରେ କୀଟନାଶକ ଔଷଧ ବଂଟନ 

ଗରଦପୁର , ୨୦/୦୧/୨୦୨୧(ଓଡ଼ିଶା ସମାଚାର)-  କୃଷି ବିଭାଗର ସ୍ୱତନ୍ତ୍ର ଟିମ୍ ଗରଦପୁର ବ୍ଲକ୍ ଅଂଚଳରେ ଚିନାବାଦାମ ଓ ଅନ୍ୟ ଫସଲ ରେ ଲାଗିଥିବା କାଳିମୁଣ୍ଡି ପୋକର ପ୍ରାଦୁର୍ଭାବ କୃଷି କ୍ଷେତ୍ର ଗୁଡ଼ିକ ଅନୁଧ୍ୟାନ କରିବା ପରେ କାଳିମୁଣ୍ଡି ପୋକ ଦମନ ପାଇଁ ଆଜି ଗରଦପୁର ବ୍ଲକର କୃଷି ବିଭାଗ ପକ୍ଷରୁ ଚିନାବାଦାମ ଚାଷୀମାନଙ୍କୁ ରିହାତି ଦରରେ କୀଟନାଶକ ବଂଟନ କାର୍ଯ୍ୟ   ଆରମ୍ଭ କରାଯାଇଛି । ଗରଦପୁର ତହସିଲ ନିକଟସ୍ଥ ପେଟୁଆ ପାଟରେ ୯୦ ପ୍ରତିଶତ ଫସଲ ନଷ୍ଟ ହୋଇଯାଇଥିବାରୁ ବେଡ଼ାରୀ ପଂଚାୟତରେ ଚିନାବାଦମ ଫସଲକୁ କାଳିମୁଣ୍ଡି ପୋକ  ଦାଉରୁ ରକ୍ଷା କରିବା ପାଇଁ ଏହି କୀଟନାଶକ ବଂଟନ କରାଯାଇଛି । ଗରଦପୁର ବ୍ଳକ ଅନ୍ତର୍ଗତ ବେଡାରୀ ପଂଚାୟତର ହରିଦାସପୁର  ଗ୍ରାମର ସ୍କୁଲ ଠାରେ କୃଷି ବିଭାଗ ପକ୍ଷରୁ ଗ୍ରାମ୍ୟ କୃଷି କର୍ମଚାରୀ ବିକାଶ ଚନ୍ଦ୍ର ଜେନା  ଓ କୃଷକ ସାଥୀ ରବିନ୍ଦ୍ର କୁମାର ପରିଡା ଉପସ୍ଥିତ ରହି ଚିନାବାଦାମ ଗଛରେ ଲାଗିଥିବା ପତ୍ରଖିଆ (କାଳିମୁଣ୍ଡି)ରୋଗ ପୋକ ଦମନ କରିବା ପାଇଁ ଚାଷୀମାନଙ୍କୁ ପ୍ରୋଫେନ୍ ପ୍ଲସ୍ ନାମକ କୀଟନାଶକ ଔଷଧ ରିହାରି ଦର୍ ରେ ବଂଟନ କାର୍ଯ୍ୟ ଆରମ୍ଭ କରିଛନ୍ତି । ୨୫୦ମିଲିଗ୍ରାମ ରହିଥିବା ଏହି କୀଟନାଶକ ଔଷଧ ଦାମ୍ ୨୯୦ ଟଙ୍କା ରହିଥିବାବେଳେ, ରିହାତି ଦରରେ ୧୪୫ ଟଙ୍କାରେ ଚାଷୀମାନଙ୍କୁ ବିକ୍ରୟ କରାଯାଉଥିବା କୃଷି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆଜି ଚିନାବାଦାମ ଚାଷୀ ମଧୁସୂଦନ ପରିଡା,ବିଚିତ୍ର ମହାନ୍ତି,ଭଞ୍ଜ କିଶୋର ମହାନ୍ତି, ରାଜକିଶୋର ପରିଡା,କେଶବ ରାଉତ, ରମେଶ ରାଉତ, କପିଳ ଦାସ,  ଭ୍ରମରବର ଜେନା ପ୍ରମୁଖ ୩୦ରୁ ଉଦ୍ଧ୍ୱର୍ ଚିନାବାଦାମ ଚାଷୀମାନେ କୃଷି ବିଭାଗ ନିକଟରୁ  ଏହି କୀଟନାଶକ ରିହାତି ଦରରେ  କ୍ରୟ କରିଥିବା  କୃଷି ବିଭାଗ ସୂତ୍ରରୁ ଜଣାଯାଇଛି । ବହୁଳ ପରିମାଣରେ ଚିନାବାଦାମ ଚାଷ କରାଯାଇଥିବା ପଦ୍ମପୁର ପଂଚାୟତରେ ଆସନ୍ତା କାଲି ଠାରୁ ଏହି କୀଟନାଶକ ରିହାତି ଦାମ୍ରେ ଚାଷୀମାନଙ୍କୁ ଯୋଗାଇ ଦିଆଯିବ ବୋଲି କୃଷି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ବେଡାରୀ ଓ ପଦ୍ମପୁର ପଂଚାୟତ ଦ୍ୱୟରେ ଚିନାବାଦାମ ଚାଷୀମାନଙ୍କୁ ୭ ଦିନ ପର୍ଯ୍ୟନ୍ତ କୀଟନାଶକ ଔଷଧ ରିହାତି ଦରରେ ଯୋଗାଇ ଦିଆଯିବ ବୋଲି ଗରଦପୁର ବ୍ଳକର ଆତ୍ମାର ଅଧ୍ୟକ୍ଷ ଦୀପକ କୁମାର ରାଉତ ସୂଚନା ଦେଇଛନ୍ତି । ଚିନାବାଦାମ ଗଛରେ ରୋଗ ପୋକ ନିୟନ୍ତ୍ରଣ ନ ହେବା ପର୍ଯ୍ୟନ୍ତ କୃଷି ବିଭାଗ ପକ୍ଷରୁ ଏହି ପଂଚାୟତ ଦ୍ୱୟରେ ଗ୍ରାମ୍ୟ କୃଷି କର୍ମଚାରୀ  ଓ କୃଷକ ସାଥୀମାନେ ଉପସ୍ଥିତ ରହି ଚିନାବାଦାମ ଚାଷ କରାଯାଇଥିବା ଜମିଗୁଡିକୁ ଯାଇ  ପରିସ୍ଥିତି ଅନୁଧ୍ୟାନ କରିବା ସହିତ କୃଷି ବିଭାଗ ପକ୍ଷରୁ ଯୋଗାଇ ଦିଆଯାଉଥିବା କୀଟନାଶକ ଚାଷୀମାନଙ୍କ ନିକଟରେ ସହଜରେ ପହଂଚାଇବା ପାଇଁ ବ୍ୟବସ୍ଥା କରାଯାଇଥିବା ସମ୍ପର୍କରେ ଆତ୍ମାର ଅଧ୍ୟକ୍ଷ ଶ୍ରୀ ରାଉଚ ସୂଚନା ଦେଇଛନ୍ତି ।  ଓଡ଼ିଶା ସମାଚାର

Leave a Reply

Your email address will not be published.