Thursday , March 23 2023
Home / ବିଶେଷ / କଟକ – ପାରାଦୀପ ରାଜ ରାସ୍ତାରୁ ଜବର ଦଖଲ ହଟିବ କେବେ ? 

କଟକ – ପାରାଦୀପ ରାଜ ରାସ୍ତାରୁ ଜବର ଦଖଲ ହଟିବ କେବେ ? 

ତାରପୁର, ୨୦/୦୧/୨୦୨୧(ଓଡ଼ିଶା ସମାଚାର)-  ରଘୁନାଥପୁର ତହସିଲ ଅନ୍ତର୍ଗତ ତହସିଲ ଛକ ଠାରୁ ବିଦ୍ୟାଧରପୁର ପଂଚାୟତର ନୂଆପଡ଼ା ଛକ ପର୍ଯ୍ୟନ୍ତ କଟକ – ପାରାଦୀପ ରାଜ ରାସ୍ତାର ୧୬ କିଲୋମିଟର ପର୍ଯ୍ୟନ୍ତ ରାସ୍ତା ଦିନକୁ ଦିନ ଜବର ଦଖଲକୁ ଚାଲିଯାଉଛି । ରାସ୍ତାର ବିଭିନ୍ନ ସ୍ଥାନରେ ସ୍ଥାୟୀ ନିର୍ମାଣ ସହିତ ରାଜ ରାସ୍ତାକୁ ଲାଗିକରି ଦୋକାନ ବଜାର ଗଢ଼ି ଉଠୁଥିବାବେଳେ ଅନେକ ସ୍ଥାନରେ ରାସ୍ତା ଉପରେ ଟି୍ରପ ଟି୍ରପ ବାଲି, ଗୋଡ଼ି, ମେଟାଲ ଇତ୍ୟାଦି ଦୀର୍ଘଦିନ ଧରି ଗଦା ହୋଇ ରହୁଛି । ଫଳରେ ବର୍ତମାନ ଶୀତ ଦିନ ସହିତ ରାତିରେ ପ୍ରବଳ କୁହୁଡ଼ି ପଡ଼ୁଥିବାରୁ ଦୁଇ ଚକିଆ, ଚାରି ଚକିଆ ଏପରିକି ଏହି ରାସ୍ତା ଉପରେ ଯାତାୟତ କରୁଥିବା ବଡ଼ ଗାଡ଼ି ଗୁଡ଼ିକ ରାସ୍ତାକୁ ଠିକ୍ ଭାବେ ଦେଖିନପାରିବାରୁ  ପ୍ରତ୍ୟେକ ଦିନ କିଛି ନା କିଛି ଦୂର୍ଘଟଣା ଘଟି ଧନ ଜୀବନ ନଷ୍ଟ ହେଉଛି । ରାସ୍ତା ବାରିନପାରି ଗାଡ଼ି ଗୁଡ଼ିକ ସିଧା ରାସ୍ତାରେ ଗଦା ହୋଇଥିବା ଗୋଡ଼ି ଓ ମେଟାଲୁ ଉପରେ ଚଢ଼ିଯିବାରୁ ଆରୋହୀମାନେ  ଆହତ ହେଉଥିବାବେଳେ  ଅନେକ ସମୟରେ ରାସ୍ତାରେ ଯାଉଥିବା ପଥଚାରୀମାନେ ମଧ୍ୟ ଦୂର୍ଘଟଣାର ଶିକାର ହୋଇ ପ୍ରାଣ ହରାଉଚନ୍ତି । ଏହି ରାସ୍ତାର ଅନେକ ସ୍ଥାନରେ ଧନୀ ତଥା ପ୍ରତିପତିଶାଳୀ ଲୋକମାନେ ରାସ୍ତା କଡ଼ର ମୂଲ୍ୟବାନ ଜମିକୁ ସ୍ଥାୟୀ ନିର୍ମାଣ ସହିତ ଏହାକୁ ଘେରାବନ୍ଦୀ କରି ନିଜ ବ୍ୟବସାୟରେ ଲଗାଉଥିଲେ ବି ଏମାନଙ୍କ ଉପରେ ଜିଲା ପ୍ରଶାସନର  କୌଣସି ଅଙ୍କୁଶ ରହୁନାହିଁ । ଏପରିକି ଏହି ରାସ୍ତାର ପ୍ରତ୍ୟେକ ଛକରେ ଜବର ଦଖଲ ଯୋଗୁ ଯାନ ବାହାନ ଗୁଡ଼ିକ ରାସ୍ତା ଉପରେ ଛିଡ଼ା ହୋଇ ରହୁଥିବାରୁ  ସାଧାରଣ ଯାତାୟତ  ବାଧାପ୍ରାପ୍ତ ହେବା ସହିତ ଦିନକୁ ଦିନ ଗହଳି ବଢ଼ୁଥିବାରୁ ରୋଗୀ ମାନଙ୍କୁ ନେଇ ଯାତାୟତ କରୁଥିବା ଆମ୍ବୁଲାନ୍ସ ମଧ୍ୟ ରାସ୍ତା ମଝିରେ ଅଟଳିବାକୁ ବାଧ୍ୟ ହେଉଛନ୍ତି ।  ଏହାକୁ ଦୃଷ୍ଟିରେ ରଖି କଟକ – ପାରାଦୀପ ରାଜ ରାସ୍ତାରୁ ଜବର ଦଖଲ ହଟାଇବା ସହିତ ଏହାର ପ୍ରସସ୍ତି କରଣ କରିବାକୁ ଜଗତସିଂହପୁର ଜିଲାପାଳ ଓ ରାଜ୍ୟ ସରକାରଙ୍କ ନିକଟରେ ସାଧାରଣରେ ଦାବି କରାଯାଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published.