Saturday , April 1 2023
Breaking News
Home / ବିଶେଷ / ଇଛାପୁର ହାଇସ୍କୁଲ ୧୯୭୨ବ୍ୟାଚ ପୁରାତନ ଛାତ୍ର ସମାବେଶ

ଇଛାପୁର ହାଇସ୍କୁଲ ୧୯୭୨ବ୍ୟାଚ ପୁରାତନ ଛାତ୍ର ସମାବେଶ

କେନ୍ଦ୍ରାପଡା, ୨୦/୦୧/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ପୈାରାଂଚଳ ଅନ୍ତର୍ଗତ ଇଛାପୁର ହାଇସ୍କୁଲ ୧୯୭୨ବ୍ୟାଚର ପୁରାତନ ଛାତ୍ର ସମାବେଶ ଗଣେଶ୍ୱର ମେକାପଙ୍କ ପୈାରହିତ୍ୟରେ ଇଛାପୁର ଠାରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ୧୯୭୨ବ୍ୟାଚର ଦିବଂଗତ ଛାତ୍ରଛାତ୍ରୀ ଓ ସେହି ସମୟର ଶିକ୍ଷକମାନଙ୍କ ବିୟୋଗରେ ସେମାନଙ୍କ ଅମର ଆତ୍ମାର ସଦଗତି କାମନା କରାଯାଇ ୨ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା ।  ମାଟ୍ରୀକପାସ କରିବାର ୫୦ବର୍ଷ ପୂର୍ତି ଅବସରରେ ଆସନ୍ତା ଫେବୃୟାରୀମାସ ୨୮ତାରିଖରେ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ କରାଯିବା ନିମନ୍ତେ ନିଷ୍ପତି ଗ୍ରହଣ କରାଯାଇଛି । ସେହି ସୂର୍ଣ୍ଣଜୟନ୍ତୀ ବନ୍ଧୁମିଳନ କାର୍ଯ୍ୟକ୍ରମରେ ୧୯୭୨ବ୍ୟାଚର ସମସ୍ତ ଛାତ୍ରଛାତ୍ରୀ ଏବଂ ମଧ୍ୟଇଂରାଜୀ ଓ ହାଇସ୍କୁଲର ତତକାଳୀନ ଶିକ୍ଷକମାନଙ୍କୁ ସମ୍ବର୍ଦ୍ଧିତ କରାଯିବା ନିମନ୍ତେ ସ୍ଥିର କରାଯାଇଛି । ସେହି କାର୍ଯ୍ୟକ୍ରମର ସୁପରିଚାଳନା ନିମନ୍ତେ ଏକ ଷ୍ଟିଅରିଂ କମିଟି ଗଠନ କରାଯାଇ ସେହି କମିଟିରେ ଗୈାରାଙ୍ଗ ଚରଣ ସାହୁ, ନିରଞ୍ଜନ ମେକାପ, ପ୍ରାଣକୃଷ୍ଣ ବେହେରା, ରବୀନ୍ଦ୍ର ନାଥ ମେକାପ, ଗଣେଶ୍ୱର ମେକାପ, କୁଶ ସାହୁ, ମୁରଲୀଧର ପଣ୍ଡା ପ୍ରମୁଖଙ୍କୁ  ସଦସ୍ୟ ଭାବରେ ମନୋନ୍ୱିତ କରାଯାଇଛି । ଏହି ସମାବେଶରେ ନବଘନ ସାହୁ, ଦିବାକର ସାହୁ, ହେମନ୍ତ କୁମାର ସାହୁ, ନିରଞ୍ଜନ ସାହୁ, ମୋହନ ପ୍ରଧାନ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.