Saturday , April 1 2023
Breaking News
Home / ରାଜନୀତି / ସାଲେପୁର ବ୍ଲକ କଂଗ୍ରେସ ପକ୍ଷରୁ ଥାନା ରେ ଏତଲା

ସାଲେପୁର ବ୍ଲକ କଂଗ୍ରେସ ପକ୍ଷରୁ ଥାନା ରେ ଏତଲା

ସାଲେପୁର,୧୯/୦୧/୨୦୨୧(ଓଡିଶା ସମାଚାର/ଅଭୟ ଜେନା):ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଙ୍କ ଉପରକୁ ଆକ୍ରମଣ ପ୍ରତିବାଦରେ ଓ ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ ଦାବିରେ କଟକ ଜିଲ୍ଲାର ସାଲେପୁର ଥାନାରେ ସାଲେପୁର ବ୍ଲକ କଂଗ୍ରେସ ପକ୍ଷରୁ ଏକ ବିକ୍ଷୋଭ ଓ ପ୍ରତିବାଦ ସଭା କରିବା ସହ ଲିଖିତ ଏତଲା ଦିଆଯାଇଛି। ଯଦି ସମସ୍ତ ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରାନଯାଏ ତେବେ ଅଗାମିଦିନରେ ପ୍ରତିବାଦ ଜୋରଦାର ହେବା ସହ ସାଲେପୁର ସହରରେ କଟକ-ଚାନ୍ଦବାଲି ମୁଖ୍ୟ ରାସ୍ତା ଅବରୋଧ କରିବା ସହ ସହରକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିଦିଆଯିବ ବୋଲି ଦଳୀୟକର୍ମୀମାନେ ପ୍ରକାଶ କରିଛନ୍ତି। ଓଡିଶା ସମାଚାର

Leave a Reply

Your email address will not be published.