Thursday , March 23 2023
Home / ବିଶେଷ / ଶ୍ରୀ ଜଗନ୍ନାଥ ଶ୍ରମିକ ସଂଗଠନର ବୈଠକ – ସେମାନଙ୍କ ଜିବିକା ଫେରାଇ ଦେବାକୁ ୮ ଗୋଟି ୱାର୍ଡ଼ର ଗ୍ରାମବାସୀଙ୍କ ଜିଲାପାଳଙ୍କ ନିକଟରେ ଦାବି 

ଶ୍ରୀ ଜଗନ୍ନାଥ ଶ୍ରମିକ ସଂଗଠନର ବୈଠକ – ସେମାନଙ୍କ ଜିବିକା ଫେରାଇ ଦେବାକୁ ୮ ଗୋଟି ୱାର୍ଡ଼ର ଗ୍ରାମବାସୀଙ୍କ ଜିଲାପାଳଙ୍କ ନିକଟରେ ଦାବି 

ତାରପୁର, ୧୯/୦୧/୨୦୨୧(ଓଡ଼ିଶା ସମାଚାର)-  ରଘୁନାଥପୁର ବ୍ଲକ୍ ଛପଡ଼ା ପଂଚାୟତ ଜଇପୁର ମକର ପଡ଼ିଆ ଠାରେ ଶ୍ରୀ ଜଗନ୍ନାଥ ଶ୍ରମିକ ସଂଗଠନକୁ ସମର୍ଥନ ଜଣାଇ ଜଇପୁର ଗାନ୍ଧିଜୀପୁର ଗ୍ରାମର ୮ ଗୋଟି ୱାର୍ଡ଼ର  ଗ୍ରାମବାସୀମାନେ ଏକ ବୈଠକ କରିଥିଲେ ।  ଏହି ବୈଠକରେ ନିଜର ଜିବୀକା ହରାଇ ଦୁର୍ଦ୍ଧିନରେ କାଳ କାଟୁଥିବା ଦିନ ମଜୁରୀଆ ମାନଙ୍କୁ ସେମାନେ ଜିବୀକା ନିର୍ବାହ କରୁଥିବା ବାଲିଘାଟକୁ ତୁରନ୍ତ ଫେରାଇ ଦେବା ପାଇଁ ଜଗତସିଂହପୁର ଜିଲାପାଳଙ୍କ ନିକଟରେ ଦାବି କରିବା ସହିତ ଯଦି ଏଥିରେ ଜିଲା ପ୍ରଶାସନ ସହଯୋଗ ନକରନ୍ତି ତେବେ ସେମାନେ ବାଲିଘାଟ ନିକଟରେ ଆନ୍ଦୋଳନ କରିବା ସହିତ କୌଣସି ପରିସ୍ଥିତିରେ ବାହାର ଲୋକଙ୍କ ଦ୍ୱାରା ଜଇପୁର ବାଲିଘାଟ ଚଳାଇ ନଦିଆଯିବା ସହିତ ପାରାଦୀପ – କଟକ – ଜଗତସିଂହପୁର ରାସ୍ତାକୁ ଅବରୋଧ କରିବା ପାଇଁ ନିଷ୍ପତି ନେଇଛନ୍ତି । ସୂଚନା ଯୋଗ୍ୟ କି ଜଇପୁର ବାଲିଘାଟକୁ ୧୯୮୨ ମସିହାରୁ ଶ୍ରୀ ଜଗନ୍ନାଥ ଶ୍ରମିକ ସଂଗଠନ ଚଳାଇ ଆସୁଥିବାବେଳେ ସରକାରଙ୍କ ପ୍ରାପ୍ୟ ମଧ୍ୟ ଠିକ ଭାବେ ଦେଇ ଆସୁଛନ୍ତି ।  ତେବେ ଚଳିତ ବର୍ଷ ଜିଲା ବାହାରର ଜଣେ ବାଲି ବ୍ୟବସାୟୀ ତାହାକୁ ୭୦ ପ୍ରତିଶତ ଅଧିକ ଦରରେ ଟେଣ୍ଡର ପ୍ରକ୍ରିୟାରେ ଭାଗନେଇ ହାତେଇ ନେଇଛନ୍ତି । ତେବେ ଝୁଡ଼ି କେଦାଳ ଓ ମୁଣ୍ଡରେ ବୋହି ବାଲି ଲୋଡ଼ ଦେଉଥିବା ୧୫୦ ଶ୍ରମିକ ପରିବାର ନିଜର ଜିବୀକା ହରାଇ ଦୁଃଖ କଷ୍ଟରେ ଦିନ କାଟୁଥିବାବେଳେ ଦୀର୍ଘ ୧୩ ଦିନ ଧରି ରଘୁନାଥପୁର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ । ଜଗତସିଂହପୁର ଜିଲାପାଳ ତାଙ୍କୁ ବାଲିଘାଟ ଫେରାଇ ଦେବାର ପ୍ରତିଶୃତି ଦେବା ପରେ ସେମାନେ ଧାରଣା ସ୍ଥଗିତ ରଖିଥିଲେ । ଏହାକୁ ୭ ଦିନ ବିତିଯାଇଥିଲେ ବି  ଜିଲା ପ୍ରଶାସନ ସେମାନଙ୍କୁ ଅଣଦେଖା କରୁଥିବାର ଅଭିଯୋଗ କରି ଦୁଇ ଗୋଟି ଗ୍ରାମର  ୮ ଗୋଟି ୱାର୍ଡ଼ର ଗ୍ରାମବାସୀମାନେ ଏକତ୍ରିତ ହୋଇ ଏହି ବୈଠକରେ ଯୋଗ ଦେଇଥିଲେ ସେମାନେ ଆଗାମି ଦିନର କାର୍ଯ୍ୟପନ୍ଥା ସମ୍ପର୍କରେ ଆଲୋଚନା କରିଥିଲେ ।  ଏହି ବୈଠକରେ ସଂଗଠନର ସମ୍ପାଦକ ଯୁଧିଷ୍ଠିର ସେଠୀ, ପୂର୍ବତନ ସଭାପତି ବିଦ୍ୟାଧର ମଲ,  ମାନସ କୁମାର ଦାସ , ଅନ୍ତର୍ଯ୍ୟାମୀ ସାମଲ,ଅଭୟ ପ୍ରଧାନ, ନରେନ୍ଦ୍ର ଜେନା, ଧରମା ଖୁଂଟିଆ,ପୂର୍ଣ୍ଣଚନ୍ଦ୍ର ଦାସ, ଭ୍ରମର ବର ନାୟକ,ନିଖିଲ ମହାନ୍ତିଙ୍କ ସମେତ ବହୁ ସଂଖ୍ୟାରେ ସାଧାରଣ ଗ୍ରାମବାସୀ ଭାଗ ନେଇଥିଲେ ।  ଓଡ଼ିଶା ସମାଚାର

Leave a Reply

Your email address will not be published.