କେନ୍ଦ୍ରାପଡା, ୧୯/୦୧/୨୦୨୧(ଓଡ଼ିଶା ସମାଚାର)- ସାରା ଦେଶରେ ବିମୁଦ୍ରୀକରଣ, ଭୁଲ ଜିଏସଟି ଏବଂ ସାମ୍ପ୍ରତିକ କୋଭିଡ – ୧୯ ଜନିତ ସଂକ୍ରମଣ ପରିସ୍ଥିତିରେ ଦେଶରେ ଓ ସାରା ରାଜ୍ୟରେ ଏକ ଅସ୍ୱାଭାବିକ ପରିସ୍ଥିତି ସୃଷ୍ଟି ହୋଇଛି । ସାରା ଦେଶରେ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ଗୁଡିକର ଅଚଳାବସ୍ଥା ଫଳରେ ୧୧କୋଟି ଶ୍ରମିକ ଓ କର୍ମଚାରୀଙ୍କ ଉତ୍କଟ ଦୁର୍ଦ୍ଧଶା ସୃଷ୍ଟି ହୋଇଛି । ୧୩.୯କୋଟି ପ୍ରବାସୀ ଶ୍ରମିକମାନଙ୍କର ରୋଜଗାର ବିପର୍ଯ୍ୟସ୍ତ, ୧୧ଶହରୁ ଉଦ୍ଧ୍ୱର୍ ପ୍ରବାସୀ ଶ୍ରମିକ ଘରକୁ ଫେରିବା ରାସ୍ତାରେ ମୃତୁ୍ୟ ବରଣ କରିଛନ୍ତି । କେନ୍ଦ୍ର ସରକାର, ରାଜ୍ୟ ସରକାର ଓ ସରକାରୀ ଉଦ୍ୟୋଗରେ ମଧ୍ୟ ଠିକା କର୍ମଚାରୀମାନେ ରୋଜଗାର ହରାଇଛନ୍ତି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ଖାଲିଥିବା ପଦବୀ ଗୁଡିକ ପୁରଣ କରାଯାଉ ନାହିଁ । କୋଭିଡ -୧୯ରେ କାର୍ଯ୍ୟ କରୁଥିବା ହଜାର ହଜାର ସ୍ୱାସ୍ଥ୍ୟ ସହାୟୀକା, ନର୍ସ, ଏ.ଏନ.ଏମ.ମାନଙ୍କୁ ଚାକିରୀରୁ ବହିଷ୍କାର କରାଯିବା ଫଳରେ ସେମାନେ ଭୂବନେଶ୍ୱରର ରାଜରାସ୍ତାରେ ବସିଛନ୍ତି । ତାଲା ବନ୍ଦ ସମୟରେ ସମସ୍ତଙ୍କ ଦରମା ଦେବା ପ୍ରସ୍ତାବ କାର୍ଯ୍ୟକାରୀ ହୋଇନାହିଁ । କଂଚା ତୈଳରେ ଆନ୍ତର୍ଜାତିକ ମୂଲ୍ୟ କମୁଥିବା ବେଳେ ଦେଶରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମନଇଛା ଟିକସ ବର୍ଦ୍ଧିତ ହେତୁ ଡିଜେଲ, ପେଟ୍ରୋଲ ଓ ଗ୍ୟାସର ଦର ବୃଦ୍ଧି ବିଶେଷ ଭାବରେ ବେରୋଜଗାର, ଦରଦାମ ବୃଦ୍ଧି ହେତୁ ଯୁବ ସମାଜ ବିଶେଷ ଭାବେ ପ୍ରଭାବିତ ଓ କ୍ଷତିଗ୍ରସ୍ତ ହୋଇଛି । ଏହା ମଧ୍ୟରେ ୪ଟି ଶ୍ରମିକ ବିରୋଧୀ ଲେବର କୋଡ ଓ ୩ଟି କୃଷି ବିରୋଧୀ ଆଇନ ସଂସଦରେ ବିନା ଭୋଟରେ ପାସ କରାଯାଇଛି । ତାହାର ପ୍ରତିବାଦରେ ଚାଷୀମାନେ ୫୩ଦିନ ଧରି ଆନ୍ଦୋଳନ କରୁଛନ୍ତି ଓ ଶ୍ରମିକ କର୍ମଚାରୀମାନେ ମଧ୍ୟ ସର୍ବଭାରତୀୟ ସ୍ତରରେ ଆନ୍ଦୋଳନ ଧର୍ମଘଟ କରିଛନ୍ତି । ଏଣୁ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ଯୁବ ଶାଖା ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସଭାପତି ରଶ୍ମିରଞ୍ଜନ ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ବରିଷ୍ଠ କର୍ମକର୍ତା ଫକିର ଚରଣ ଖଟୁଆ, ମୁକ୍ତାର ଖାଁ, ବିଧୁ ଭୂଷଣ ମହାପାତ୍ର, ବସନ୍ତ ସେଠୀ, କୃଷ୍ଣଚନ୍ଦ୍ର ରାଉତ, ମହେନ୍ଦ୍ର ପରିଡା, ସର୍ବେଶ୍ୱର ସେଠୀ, ଶଙ୍କର ଜେନା, ଯୁବ ଶାଖାର ପ୍ରଦୀପ ମଳିକ, ଉମେଶ ପାଢୀ, ବିରଜା ପ୍ରସାଦ ମହାନ୍ତି, ଦୁର୍ଯେ୍ୟାଧନ ବେହେରା, କଲ୍ୟାଣୀ ପୃଷ୍ଟି, ବିଦ୍ୟାଧର ଜେନା ପ୍ରମୁଖ ବକ୍ତବ୍ୟ ରଖି ସରକାରଙ୍କ ଶ୍ରମିକ, କୃଷକ ବିରୋଧୀ ମନୋଭାବର କଡା ସମାଲୋଚନା କରିଥିଲେ । ଏହି ଅବସରରେ ରାଜ୍ୟର ସମସ୍ତ ବେକାର ଯୁବକମାନଙ୍କୁ ନିଯୁକ୍ତି ପ୍ରଦାନ ନଚେତ ମାସିକ ୬ହଜାର ଟଙ୍କା ସରକାରୀ ଭତା ପ୍ରଦାନ, କରୋନା, ଜିଏସଟି ଓ ବିମୁଦ୍ରୀକରଣରେ ପ୍ରଭାବିତ ସମସ୍ତ ରୋଜଗାର ହରାଇଥିବା ଶ୍ରମିକମାନଙ୍କୁ ନିଯୁକ୍ତି ପ୍ରଦାନ ଓ ତାଲାବନ୍ଦ ସମୟର ସମସ୍ତ ଦରମା ପ୍ରଦାନ, କେନ୍ଦ୍ର ସରକାର ପ୍ରଣୟନ କରିଥିବା ଶ୍ରମିକ ବିରୋଧୀ ୪ଟି ଲେବର କୋଡ୍ ଓ ୩ଟି କୃଷିକ ବିରୋଧୀ ଆଇନକୁ ପ୍ରତ୍ୟାହାର କରାଯିବା, ନିଳାଚଳ ଇସ୍ପାତ ନିଗମ ସମେତ କେନ୍ଦ୍ର ସରକାରଙ୍କ ଅଧିନରେ ଥିବା କୋଇଲା, ବ୍ୟାଙ୍କ ରେଲୱେ, ବୀମା ଓ ପ୍ରତିରକ୍ଷା ଉତ୍ପାଦନକୁ ଘରୋଇକରଣ ବନ୍ଦ କରାଯିବା, ଘରୋଇ କ୍ଷେତ୍ରରେ ସ୍ଥାନୀୟ ବେକାରୀ ଯୁବକଙ୍କୁ ୮୦ ପ୍ରତିଶତ ନିଯୁକ୍ତି ପାଇଁ ସ୍ଥାନ ସଂରକ୍ଷଣ ନିମନ୍ତେ ରାଜ୍ୟ ସରକାର ସ୍ୱତନ୍ତ୍ର ଆଇନ ପ୍ରଣୟନ କରିବା, ଚାକିରୀ ପାଇଁ ସମସ୍ତ ପରୀକ୍ଷା ଓଡିଆ ଭାଷାରେ କରାଯିବା, ରାଜ୍ୟରେ ସମସ୍ତଙ୍କୁ କୋଭିଡ -୧୯ ଟୀକା ମାଗଣାରେ ଦିଆଯିବା ଓ କୋଭିଡ – ୧୯ରେ ସଂକ୍ରମିତ ସମସ୍ତ ଶ୍ରମିକ କର୍ମଚାରୀମାନଙ୍କୁ ସଂକ୍ରମଣ ସମୟରେ ସମସ୍ତ ଚିକିସôା ସହିତ ଦରମା ପ୍ରଦାନ କରାଯିବା, ଚାକିରୀ ପାଇଁ ପରୀକ୍ଷା, ରାଜ୍ୟ ସଚିବାଳୟ, ଜିଲ୍ଲା, ବ୍ଲକ, ତହସିଲ, କୋର୍ଟ ,କଚେରୀର ସମସ୍ତ କାର୍ଯ୍ୟ ଓଡିଆ ଭାଷାରେ କରାଯିବା ନିମନ୍ତେ ଏକ ୭ଦଫା ସମ୍ବଳିତ ଦାବିପତ୍ର ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ଯୁବ ଶାଖା ପକ୍ଷରୁ ରାଜ୍ୟପାଳଙ୍କ ଉଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତଙ୍କୁ ପ୍ରଦାନ କରାଯାଇଥିଲା । ଓଡ଼ିଶା ସମାଚାର