ଝାରସୁଗୁଡା, ଜାନୁଆରୀ୧୯, ୨୦୨୧(ଓଡ଼ିଶା ସମାଚାର)-; ବେଦାନ୍ତ ଆଲୁମିନିୟମ, ଭାରତର ସର୍ବବୃହତ ଉତ୍ପାଦକ ଆଲୁମିନିୟମ୍ ଏବଂ ମୂଲ୍ୟଯୁକ୍ତ ଆଲୁମିନିୟମ୍ ଉତ୍ପାଦକ, ଏହାର ମେଡିକାଲ କର୍ମଚାରୀ ଏବଂ ସ୍ୱାସ୍ଥ୍ୟ ସେବା କର୍ମଚାରୀଙ୍କ ପାଇଁ କୋଭିଡ ଟୀକାକରଣ କାର୍ଯ୍ୟକ୍ରମ ପରିଚାଳନା କରିବାରେ ବେଦାନ୍ତ ଗୃପରେ ପ୍ରଥମ ହୋଇଛି । ଓଡ଼ିଶାର ଝାରସୁଗୁଡା ଜିଲ୍ଲା ସ୍ୱାସ୍ଥ୍ୟ ପ୍ରଶାସନର ସହଭାଗିତାରେ ପ୍ରଥମ ପର୍ଯ୍ୟାୟରେ ବେଦାନ୍ତର ବୃତିଗତ ସ୍ୱାସ୍ଥ୍ୟଦଳର ୧୨୫ଜଣ କର୍ମଚାରୀଙ୍କୁ ଟିକାଦିଆଯିବ । ସମସ୍ତ କୋଭିଡ ନିର୍ଦ୍ଧେଶାବଳୀକୁ କଡାକଡି ପାଳନକରି ଆଜିର ଟୀକାକରଣ ଡ୍ରାଇଭ୍ ଜିଲ୍ଲା ପ୍ରଶାସନର ତୀକ୍ଷ୍ଣ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା, ଯେଉଁଠି ଟିକା ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ଚିକିତ୍ସା ଉପକରଣ ମଧ୍ୟ ଯୋଗାଇଥିଲା ।
ମହାମାରୀ ବିରୁଦ୍ଧରେ ଓଡ଼ିଶା ରାଜ୍ୟସରକାରଙ୍କ ଅପୂବ ଉଦ୍ୟମକୁ ପ୍ରଶଂସା କରିବାକୁ ଯାଇ ବେଦାନ୍ତ ଲିମିଟେଡ଼ – ଆଲୁମିନିୟମ ବ୍ୟବସାୟର ସିଇଓ ରାହୁଲ ଶର୍ମା ମତବ୍ୟକ୍ତ କରିଥିଲେ ଯେ, “ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱରେ ମହାମାରୀର ମୁକାବିଲା ପାଇଁ ଓଡିଶା ରାଜ୍ୟ ଆଗରେ ରହିଛି ।ପରିସ୍ଥିତିର ମୁକାବିଲା ପାଇଁ ଓଡିଶା ସରକାରଙ୍କ ଦ୍ରୁତ ଏବଂ ଦୃଢ଼ ପ୍ରତିକ୍ରିୟା, ପ୍ରତ୍ୟେକ ଜିଲ୍ଲାରେ କୋଭିଡ ହସ୍ପିଟାଲ ଗଠନଠାରୁ ଆରମ୍ଭକରି କଡା ଜନସାଧାରଣ ପ୍ରୋଟୋକଲ ଲାଗୁକରିବା ପର୍ଯ୍ୟନ୍ତ ଏହି ରୋଗକୁ ନିୟନ୍ତ୍ରଣରେ ରଖିବା ଏକ ଉକôୃଷ୍ଟ ଉଦାହରଣ ସାଜିଛି ।
ବେଦାନ୍ତର ଉଦ୍ୟମ ବିଷୟରେ ଶ୍ରୀ ଶର୍ମା ଆହୁରି କହିଛନ୍ତି ଯେ, “ଆମର କର୍ମଚାରୀ ଏବଂ ବ୍ୟବସାୟିକ ଭାଗୀଦାରଙ୍କ ସୁରକ୍ଷା ଏବଂ ସ୍ୱାସ୍ଥ୍ୟ ଆମର ପ୍ରାଥମିକତା । ଓଡିଶାରେ କୋଭିଡ-୧୯ ଆରମ୍ଭହେବା ପରଠାରୁ ଆମେ ରାଜ୍ୟ ସରକାର, ଝାରସୁଗୁଡା ଏବଂ କାଲାହାଣ୍ଡିର ଜିଲ୍ଲାପ୍ରଶାସନ ଏବଂ ସ୍ଥାନୀୟ ସମ୍ପ୍ରଦାୟକୁ ଏହି ପ୍ରକ୍ରିୟାରେ ୧୦ଲକ୍ଷରୁ ଅଧିକ ଲୋକଙ୍କ ନିକଟରେ ପହଂଚିଛୁ । ଆମେ କୋଭିଡ ବିରୋଧରେ ଆମର ଲଢେଇଏବଂ ଆମର କର୍ମଚାରୀ ଏବଂ ସମ୍ପ୍ରଦାୟକୁ ସୁରକ୍ଷିତ ରଖିବା ପାଇଁ ପ୍ରତିବଦ୍ଧ ଅଟୁ” ।
କୋଭିଡ-୧୯ ର ମୁକାବିଲା ପାଇଁ ତୃଣମୂଳସ୍ତରର ପ୍ରସ୍ତୁତିକୁ ସୁନିଶ୍ଚିତ କରିବା ପାଇଁ ବେଦାନ୍ତ ଓଡିଶା ରାଜ୍ୟ ପାଇଁ ବିଶେଷ କରି କାଲାହାଣ୍ଡି, ଝାରସୁଗୁଡା ଏବଂ ଏହାର ଆଖପାଖ ଅଂଚଳରେ କାର୍ଯ୍ୟକରୁଥିବା ସମ୍ପ୍ରଦାୟ ପାଇଁ ଅନେକ ପଦକ୍ଷେପ ନେଇଛି, ଯଥା;
୧. ଓଡିଶା ସରକାରଙ୍କୁ୧ଲକ୍ଷ କରୋନା ପିପିଇ ପ୍ରଦାନ କରାଯାଇଛି ।
୨. ଝାରସୁଗୁଡା ଏବଂ ଭବାନୀପାଟଣାସ୍ଥିତ ଜିଲ୍ଲାପ୍ରଶାସନର କୋଭିଡଡାକ୍ତରଖାନାକୁ ବେଦାନ୍ତ ଅତ୍ୟାବଶ୍ୟକ ସହାୟତା ପ୍ରଦାନ କରିଛି । କମ୍ପାନୀ ଝାରସୁଗୁଡାର ୧୧୦ଶଯ୍ୟାବିଶିଷ୍ଟ କୋଭିଡ ଡାକ୍ତରଖାନାକୁ ଭେଂଟିଲେଟର, କରୋନାକିଟ୍, ଅମ୍ଳଜାନ ଏକାଗ୍ରତାଯନ୍ତ୍ର, ନେବୁଲାଇଜର, ସ୍ୱତନ୍ତ୍ର ମେଡିକାଲ୍ଗି ଅଏର୍ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଭିତିଭୂମି ସହିତ ଚିକିତ୍ସା ଉପକରଣ ସହିତ ସମର୍ଥନ କରିଥିଲା । ସେହିଭଳି ଭବାନୀପାଟଣାର କୋଭିଡ ହସ୍ପିଟାଲକୁ ପିପିଇ ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ସାମଗ୍ରୀ ଦିଆଯାଇଥିଲା । ଉଭୟ ଡାକ୍ତରଖାନା ମାଧ୍ୟମରେ ପ୍ରାୟ ୬ ଲକ୍ଷରୁ ଅଧିକ ଲୋକ ଉପକୃତ କଇଛନ୍ତି ।
୩. ଲାଞ୍ଜିଗଡ଼ରେ ଥିବା ବେଦାନ୍ତର ନିଜସ୍ୱ ହସ୍ପିଟାଲ ଜିଲ୍ଲାପ୍ରଶାସନକ ୁସମର୍ଥନ କରିଥିଲା ଏବଂ ସମସ୍ୟାର ସମାଧାନ ପାଇଁ ୨୪ଘଂଟା ୭ହେଲ୍ପଲାଇନ ସହିତ ଟେଲିମେଡିସିନ ସୁବିଧା ପ୍ରଦାନ କରାଯାଇଥିଲା । ଏହି ଡାକ୍ତରଖାନା ସମ୍ପ୍ରଦାୟରୁ ମାସକୁ ପ୍ରାୟ୭,୦୦୦ରୋଗୀଙ୍କ ୁସେବା ଜାରି ରଖିଛି ।
୪. ବେଦାନ୍ତ ଉଭୟ ଜିଲ୍ଲାରେ ଦୈନିକ ପ୍ରାୟ ୫,୦୦୦ହଜାର ମଜୁରୀ ଅର୍ଜନକାରୀ, ବସ୍ତି ବାସିନ୍ଦା, ଅଭାବୀ ପରିବାର ଏବଂ ବଂଚିତ ପରିବାରକୁ ଏକ ମାସ ପର୍ଯ୍ୟନ୍ତ ରାସନ ଯୋଗାଇ ଦେଇଛନ୍ତି ।
୫. ମୋବାଇଲ ସ୍ୱ୍ୟାସ୍ଥ ୟୁନିଟ ଅଙ୍ଗନୱାଡି କର୍ମୀ ଏବଂ ପାରାମେଡିକାଲ ର୍ମଚାରୀଙ୍କ ସହିତ ୧୦୦ରୁ ଅଧିକ ଗାଁରେ ୩୦୦ରୁ ଅଧିକ ସଚେତନତା ଅଧିବେଶନ କରି କୋଭିଡ-୧୯ ରୋକିବା ଏବଂ ସାମାଜିକ ଦୂରତା ଉପରେ ମାଗଣାରେ ମାସ୍କ ଏବଂ ସାବୁନ ବଂଟନ କରିବା ସହିତ ସଚେତନତା ସୃଷ୍ଟି କରିଥିଲେ ।
୬. ଉଭୟ ଜିଲ୍ଲାରେ ସମସ୍ତ ପ୍ରତିଷ୍ଠିତ ଜନସାଧାରଣ ସ୍ଥାନ, ସ୍ଥାନୀୟ ଅଂଚଳ, ସରକାରୀ କାର୍ଯ୍ୟାଳୟ ଏବଂ ଟାଉନସିପ୍ ଅଂଚଳର ଫ୍ୟୁମିଗେସନ୍ ଏବଂ ଡିସନ୍ସିଫିକେସନ କରାଯାଇଥିଲା ଏବଂ ଏହି ପ୍ରକ୍ରିୟାରେ ୧ ଲକ୍ଷରୁ ଅଧିକ ଲୋକ ଉପକୃତ ହୋଇଥିଲେ ।
୭. ଜିଲ୍ଲାପ୍ରଶାସନ, ପୋଲିସ ଏବଂ ଜେଲ ଅଧିକାରୀ, ମିଡ଼ିଆ ଏବଂ ଅନ୍ୟାନ୍ୟ ଲୋକଙ୍କୁ ୨ଲକ୍ଷରୁ ଅଧିକ ରିୟୁଜେବୁଲ ମାସ୍କ ବଂଟନ କରାଯାଇଥିଲା । ଏହି ମାସ୍କ ବେଦାନ୍ତର ଶୁଭଲକ୍ଷ୍ମୀସମବାୟ ସମିତିର ସଭ୍ୟମାନଙ୍କ ଦ୍ୱାରାହିଁ ପ୍ରସ୍ତୁତ କରାଯାଥିଲା ।
ବେଦାନ୍ତ ଆଲୁମିନିୟମ୍ ଆଣ୍ଡ ପାୱାର ବିଜ୍ନେସ୍ ‘ଗ୍ରୀନ୍ମେଟାଲ’ଆଲମିନିୟମ୍ ଉତ୍ପାଦନ କ୍ଷେତ୍ରରେ ଭାରତର ବୃହତ୍ ଉତ୍ପାଦନକାରୀ । ୨୦୨୦ଆର୍ଥôକ ବର୍ଷରେ ଭାରତ ଅଧା ଅର୍ଥାତ୍୧.୯ନିୟୁତ ଟନ୍ ଆଲୁମିନା ଉତ୍ପାଦନ କରିବାକୁ ଏହା ସକ୍ଷମ ହୋଇଛି ।ଏହା ସହିତ କମ୍ପାନୀ ଦେଶର ବୃହତମ ଘରୋଇ ବିଦ୍ୟୁତ୍ ଉତ୍ପାଦନକାରୀ ଭାବେ ମାନ୍ୟତା ହାସଲ କରିପାରିଛି ।ଦେଶର ପ୍ରମୁଖ ଶିଳ୍ପସଂସ୍ଥାଗୁଡ଼ିକ ପାଇଁ ଆବଶ୍ୟକ ମୂଲ୍ୟଯୁକ୍ତ ଆଲୁମିନିୟମ ଉତ୍ପାଦ ପ୍ରସ୍ତୁତି କ୍ଷେତ୍ରରେ କମ୍ପାନୀ ଅଗ୍ରଣୀ ଭୂମିକା ଗ୍ରହଣ କରିପାରିଛି । ଭାରତରେ ବିଶ୍ୱସ୍ତରୀୟ ସ୍ମେଲଟର, ପାୱାର ପ୍ଲାଂଟ ଏବଂ ଆଲୁମିନା ରିଫାଇନାରୀ ନିର୍ମାଣ କରିବା ସହିତ କମ୍ପାନୀ ଆଲୁମିନିୟ ବ୍ୟବହାରକୁ ବ୍ୟାପକ କରିବା ପାଇଁ ସବୁଜ ଭବିଷ୍ୟତ ଅନ୍ତର୍ଗତ ‘ମେଟାଲ ଫର ଫ୍ୟୁଚର’ମିଶନ ଲକ୍ଷ୍ୟ ଜାରିରଖିଛି । ଓଡ଼ିଶା ସମାଚାର
Home / ବ୍ୟବସାୟ ବାଣିଜ୍ୟ / ବେଦାନ୍ତର ପ୍ରଥମ କୋଭିଡ ଟୀକାକରଣ ଓଡ଼ିଶାର ଝାରସୁଗୁଡା ଆଲୁମିନିୟମ୍ ପ୍ଲାଂଟରେ ଅନୁଷ୍ଠିତ ହୋଇଛି