Monday , March 27 2023
Breaking News
Home / ବିଶେଷ / ଧର୍ମପୁରୁଷ ଧନୁର୍ଜୟ ବିଶ୍ୱାଳଙ୍କ ୧୦୨ତମ ଜୟନ୍ତୀ ସମାରୋହ

ଧର୍ମପୁରୁଷ ଧନୁର୍ଜୟ ବିଶ୍ୱାଳଙ୍କ ୧୦୨ତମ ଜୟନ୍ତୀ ସମାରୋହ

କେନ୍ଦ୍ରାପଡା,୧୯/୦୧/୨୦୨୧(ଓଡ଼ିଶା ସମାଚାର)-ଧର୍ମପୁରୁଷ ଧନୁର୍ଜୟ ବିଶ୍ୱାଳଙ୍କ ୧୦୨ତମ ଜୟନ୍ତୀ ସମାରୋହ ମଙ୍ଗଳବାର ଅନୁଷ୍ଠିତ ହେଉଛି । କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବସପୁର ଗ୍ରାମରେ ଗତ ୧୯୧୯ ମସିହା ଜାନୁଆରୀମାସ ୧୯ତାରିଖରେ ଜନ୍ମଗ୍ରହଣ କରିଥିଲେ ଧର୍ମପୁରୁଷ ସ୍ୱର୍ଗତ ଧନୁର୍ଜୟ ବିଶ୍ୱାଳ । ଜଗଦଗୁରୁ ଠାକୁର ଶ୍ରୀ ଶ୍ରୀ ଅଭିରାମ ପରମହଂସଦେବଙ୍କ ଚରଣାଶ୍ରିତ, ବିଶିଷ୍ଟ ସମାଜସେବୀ ଓ ଧର୍ମପୁରୁଷ ସ୍ୱର୍ଗତ ବିଶ୍ୱାଳ ଜଣେ ଭଗବତ ଗୀତାର ସାରମର୍ମ କର୍ମ, ଭକ୍ତି, ଜ୍ଞାନ ଓ ଧ୍ୟାନ ଯୋଗର ପରମ ଉପାସକ ଓ ସଫଳ ପୁରୁଷ ରୂପେ ଯେତିକି ନମସ୍ୟ ତାଙ୍କର ଚରମ ତ୍ୟାଗନିଷ୍ଠା ଏବଂ ଦାନଧର୍ମର ପରାକାଷ୍ଠା ସେତିକି ପ୍ରଶଂସନୀୟ । ସେ ଜଣେ ଆଦର୍ଶ ମାନବତାବାଦୀ ମହାମାନବ । ସେ ପ୍ରଚଣ୍ଡ ସ୍ୱାଭିମାନୀ । ସେ ଜଣେ ସଫଳ ଧର୍ମପ୍ରଚାରକ ଭାବରେ ମନୁଷ୍ୟ ମନୁଷ୍ୟ ଭିତରେ ଥିବା ଭାଇଚାରା ଓ ଭଲପାଇବାର ସମ୍ପର୍କ ସୁତ୍ରକୁ ଉଦଘାଟିତ କରି ସେ ଏକ ବାସ୍ତବ ଧର୍ମର ଚିନ୍ତାଧାରା ନେଇ ଭାରତର ବହୁ ଧର୍ମାନୁଷ୍ଠାନ, ଚାରିଧାମ ଓ ଜ୍ୟୋର୍ତିଲିଙ୍ଗ ପ୍ରଭୃତି ଭ୍ରମଣ କରି ଧର୍ମଯାଜକରେ ପରିଣତ ହୋଇ ସନାତନ ଧର୍ମ ପ୍ରଚାର କରିଯାଇଛନ୍ତି । ଠାକୁର ଶ୍ରୀ ଶ୍ରୀ ଅଭିରାମ ପରମହଂସଦେବଙ୍କ ଭକ୍ତ ସଂପ୍ରଦାୟଙ୍କ ମଧ୍ୟରେ ଠାକୁରଙ୍କ ମୂଳ ଚିନ୍ତାଧାରାର ସର୍ବଧର୍ମ ସମନ୍ୱୟାତ୍ମକ ସନ୍ଦେଶର ବାହକ ରୂପେ ଦୟାର୍ଦ୍ରହୃଦୟ, ଆଶି୍ରର୍ବାଦପରାୟଣ ସତ୍ୟନିଷ୍ଠ ବ୍ୟକ୍ତି । କେନ୍ଦ୍ରାପଡା ଜିଲ୍ଲାରେ ପ୍ରଥମ ଚାରିଟେବୁଲ ଟ୍ରଷ୍ଟ ପ୍ରତିଷ୍ଠା କରି ପ୍ରଥମ ଅଧ୍ୟକ୍ଷ ଭାବେ ସେ ସର୍ବତ୍ର ପରିଚିତ । ଗୁରୁଦତ ଦିବ୍ୟଜ୍ଞାନରେ ଉଦଭାସିତ ତାଙ୍କ ମୁଖମଣ୍ଡଳ । ସେ ଧର୍ମର ମର୍ମଜ୍ଞ ତଥା ଜଣେ ଅନୁଭବୀ ମହାପୁରୁଷ । ଦୁର୍ଦ୍ଧିନ ସମୟରେ ବହୁ ଗରିବ ଲୋକଙ୍କୁ ସାହାଯ୍ୟକରି ଜଣେ ଦାନଧର୍ମ ନିଷ୍ଠ ବ୍ୟକ୍ତିର ପ୍ରକୃତ ପରିଚୟ ସୃଷ୍ଟି କରିଯାଇଛନ୍ତି । ବିଭିନ୍ନ ଧର୍ମ ଓ ସଂପ୍ରଦାୟ ମଧ୍ୟରେ ଐକ୍ୟ ସୃଷ୍ଟି କରିବାରେ ସେ ଜଣେ ସଫଳ ସାଧକ । ବିଚକ୍ଷଣ ଭାବରେ ସେ ନିଜର ସ୍ୱଭାବ ସୁଲଭ ସରଳ ତରଳ ଭାବଗର୍ଭକ ଭାଷାରେ ସର୍ବଧର୍ମର ସାର କେବଳ ଭାତୃଭାବ ବୋଲି ବଜ୍ରକଣ୍ଠରେ ଉଦଘୋଷଣ କରିଥାନ୍ତି । ସତ୍ୟ ଓ ନ୍ୟାୟ ସପକ୍ଷରେ ନିଜର ସୁଦୃଢ ମତବ୍ୟକ୍ତ କରିବାରେ ସେ କେବେହେଲେ ପଶ୍ଚାତପଦ ହୋଇନାହାନ୍ତି । ଜଣେ ଧର୍ମ ସଂଗ୍ରାମୀ ଭାବରେ ସେ ନିଜର ସ୍ୱ ଧର୍ମରେ ସର୍ବଦା ଅଚଳ ଅବିଚଳ ମହାମେରୁ ରୂପେ ସର୍ବଜନରେ ପରିଚିତ । ଯୌଥ ପରିବାରର ସଫଳ ସାରଥି ସେ । ତାଙ୍କର ଦୃଢ ମନୋବଳ ତାଙ୍କୁ ଜୀବନର ଅନେକ ସଂଗ୍ରାମରେ ବିଜୟ ଆଣିଦେଇଛି । ସେ ଅବିଶ୍ରାନ୍ତ ଭାବରେ କର୍ମଠ ଏବଂ ମାନବ ଜୀବନର ସ୍ୱାଦ ଅସ୍ୱାଦନ କରିବାରେ ଅଭିଜ୍ଞ । ସେ ସ୍ପଷ୍ଟବାଦୀ ନୀରୋଗ ଶରୀରଧାରୀ ଏବଂ ନିରହଂକାରୀ ଭାବରେ ସର୍ବଜନାଦୃତ ଥିଲେ । ପ୍ରତିବର୍ଷ ପରି ଚଳିତଥର ତାଙ୍କର ୧୦୨ତମ ଜୟନ୍ତୀ ଉପଲକ୍ଷେ ତାଙ୍କ ଜନ୍ମସ୍ଥାନ ବସପୁରରେ ଏକଦିବସୀୟ ଆଧ୍ୟାତ୍ମିକ ଦାନଧର୍ମ ସମାରୋହ ଅନୁଷ୍ଠିତ ହେଉଛି । ଏହି ଅବସରରେ ଧର୍ମଯଜ୍ଞ – ଗୀତାପାଠ, ଦୀପଦାନ ଓ ଦାନଧର୍ମ (ଫଳ,ଅନ୍ନ, ବସ୍ତ୍ର ) ଧର୍ମକାର୍ଯ୍ୟମାନ ଅନୁଷ୍ଠିତ ହେବ । ତାଙ୍କର ସେହି ମହନୀୟ ଚିନ୍ତାଧାରା ଓ ଧର୍ମମାର୍ଗକୁ ଊସôାହିତ କରିବା ପାଇଁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି । ଓଡ଼ିଶା ସମାଚାର

Leave a Reply

Your email address will not be published.