Tuesday , March 21 2023
Breaking News
Home / ବିଶେଷ / ଚତୁର୍ଦ୍ଧା ମୂର୍ତିଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ 

ଚତୁର୍ଦ୍ଧା ମୂର୍ତିଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ 

ତାରପୁର, ୧୯/୦୧/୨୦୨୧(ଓଡ଼ିଶା ସମାଚାର)-  ରଘୁନାଥପୁର ବ୍ଲକ୍ ଚିକିଣିଆ ପଂଚାୟତ କଳାଧାରୀ ଗ୍ରାମରେ ଚତୁର୍ଦ୍ଧା ମୂର୍ତିଙ୍କ ଭବ୍ୟ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେଉଅଛି । ଏହି ଉତ୍ସବ ୧୭ ତାରିଖ ରବିବାର ପୂର୍ବାହ୍ନରେ ଗ୍ରାମର ମହିଳା ମାନଙ୍କ ଦ୍ୱାରା ମହାନଦୀ ତଟରୁ ୧୦୮ କଳସ ଶୋଭାଯାତ୍ରା ସହିତ ଅଙ୍କୁରାରୋପଣ, ଜଳଯାତ୍ରା, ଅଜ୍ନୀ ସ୍ଥାପନ ,ମଙ୍ଗଳବାର ମଣ୍ଡଳାର୍ଚନ,ଗରୁଡ଼ ପ୍ରତିଷ୍ଠା, ପାଶ୍ୱର୍ ଦେବା ଦେବୀ ପ୍ରତିଷ୍ଠା, ବୁଧବାର ପ୍ରସାଦ ନ୍ୟାସ, ଶିଖରୀ ସ୍ନାନ, ଚତୁର୍ଦ୍ଧାମୂର୍ତିଙ୍କ ମନ୍ଦିର ପ୍ରବେଶ , ପୂର୍ଣ୍ଣାହୂତି ସହିତ ଅପରାହ୍ନ ୫ ଟାରେ ଚତୁର୍ଥ ପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ସହିତ ଗୁରୁବାର ନଗର କୀର୍ତନ, ଦଧିହାଣ୍ଡି ଭଙ୍ଗା, ମହୋତ୍ସବ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି । ପ୍ରତ୍ୟେକ ଦିନ ଧର୍ମ ପ୍ରବଚନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।  ଯେଉଁ ଭକ୍ତମାନେ ଏହି ଯଜ୍ଞ ଉତ୍ସବରେ ଘୃତ ଅର୍ଘ୍ୟ ପ୍ରଦାନ କରିବେ ପ୍ରଭୁଙ୍କ ଦରବାରରେ ଯେ କୌଣସି ଦିନ ଅର୍ପଣ କରିପାରିବେ ବୋଲି ଗ୍ରାମବାସୀମାନେ ବ୍ୟକ୍ତ କରିଛନ୍ତି । ଆଖ ପାଖ ଅଂଚଳରେ ଚତୁର୍ଦ୍ଧାମୂର୍ତିଙ୍କ ମନ୍ଦିର ନଥିବାରୁ ଏବଂ ଏଠାରେ ଏହା ପ୍ରତିଷ୍ଠା ହେଉଥିବାରୁ ଚାରିଆଡ଼େ ଆନନ୍ଦ ର ଲହରୀ ଖେଳିଯାଇଛି ।   ଓଡ଼ିଶା ସମାଚାର

Leave a Reply

Your email address will not be published.