ତାରପୁର, ୧୯/୦୧/୨୦୨୧(ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ୍ ଜଇପୁର ଠାରେ ଥିବା ବୟନଗ୍ରାମ ସଭା ଗୃହରେ ୨୫ ଗୋଟି ସ୍ୱୟଂ ସହାୟିକା ମହିଳା ଗୋଷ୍ଠିର ଲିଡ଼ର ମାନଙ୍କୁ ନେଇ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଜଗତସିଂହପୁର ନାବାର୍ଡ଼ର ଡ଼ିଡ଼ିଏମ ବିଶ୍ୱଭୁଷଣ ମହାନ୍ତି ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଜଗତସିଂହପୁର ୟୁକୋ ବ୍ୟାଙ୍କ ଏଲଡ଼ିଏମ ଶତିଶ କୁମାର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ସମ୍ମାନୀତ ଅତିଥି ଭାବେ ଜଇପୁର ଗ୍ରାମ୍ୟ ବ୍ୟାଙ୍କ ଶାଖା ପରିଚାଳକ ଲକ୍ଷ୍ମୀଧର ଦାସ , ରଘୁନାଥପୁର ଜିବିକା ମିଶନ ର ମୀନାରାଣୀ ଦାସ, ମିଶନଶକ୍ତି ର ବିପିସି ସ୍ନେହପ୍ରିୟା ସ୍ୱାଇଁ, ସ୍ଥାନୀୟ ସରପଂଚ ବିଜୟ କୁମାର ସ୍ୱାଇଁ, ନବଜ୍ୟୋତି କ୍ଲବ୍ ର ସମ୍ପାଦକ କ୍ଷୀରୋଦ କୁମାର ଦାଶ ଯୋଗଦେଇ ତୃଣମୂଳ ସ୍ତରରେ ସ୍ୱୟଂ ସହାୟିକା ମହିଳାମାନେ କିପରି ସରକାରୀ ଯୋଜନାରେ ସୁଦୃଢ଼ ହୋଇ ପାରିବେ ଏବଂ ବ୍ୟାଙ୍କ ରୁ ଋଣ ନେବା ସହିତ ଏହାର ସଦ ଉପଯୋଗ କରି କିପରି ଋଣ ପରିଶୋଧ କରିପାରିବେ ତତ ସହିତ ପ୍ରତ୍ୟେକ ଦିନର ଆୟ ବ୍ୟୟ ସଠିକ ହିସାବ ରଖିବାକୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା । ଶେଷରେ ନବଜ୍ୟୋତି କ୍ଲବ୍ ର ଶକ୍ତି ସାର୍ଥକ ଶୋଭନ ଧନ୍ୟବାଦ ଅର୍ପଣ କରିଥିବାବେଳେ ନଥିପତ୍ର ଲେଖିକା ଗୀତାରାଣୀ ଦାଶ ଓ ରଂଜୁବାଳା ସ୍ୱାଇଁ କାର୍ଯ୍ୟକ୍ରମରେ ସହଯୋଗ କରିଥବଲେ । ଏହି କାର୍ଯ୍ୟକ୍ରମରେ ୨୧ ଗୋଟି ମହିଳା ଗୋଷ୍ଠିକୁ ଗ୍ରାମ୍ୟବ୍ୟାଙ୍କ ତରଫରୁ ୩୬ ଲକ୍ଷ ୧୦ ହଜାର ଟଙ୍କା ଋଣ ସହାୟତା ଚେକ୍ ମାଧ୍ୟମରେ ଯୋଗାଇ ଦିଆଯାଇଥିଲା । ଓଡ଼ିଶା ସମାଚାର