ନିରାକାରପୁର, ୧୯/୦୧/୨୦୨୧(ଓଡ଼ିଶା ସମାଚାର)- ଜନସାଧାରଣ ସଚେତନ ହୋଇ ସଡ଼କ ସୁରକ୍ଷା ଆଇନକୁ ପାଳନ କଲେ ସଡ଼କ ଦୁର୍ଘଟଣା ବହୁତ ପରିମାଣରେ କମିଯିବ । ରାସ୍ତାରେ ଗାଡ଼ି ଚାଳନା କରୁଥିବା ସମୟରେ ହେଲମେଟ,ସିଟବେଲ୍ଟ, ପିନ୍ଧିବା ସହିତ ରାସ୍ତା ନିୟମ ମାନି ଗାଡ଼ି ଚଳାଇବା ସମୟରେ ମୋବାଇଲ ବ୍ୟବହାରକୁ ବାରଣ କଲେ ନିଜେ ସୁରକ୍ଷିତ ରହିବା ସହ ଅନ୍ୟମାନଙ୍କୁ ବିପଦ ମୁହଁରୁ ରକ୍ଷା କରିପାରିବେ ବୋଲି ଆଜି ୩୨ତମ ସଡ଼କ ସୁରକ୍ଷା ସପ୍ତାହର ଉଦଘାଟନୀ ଉସôବରେ ଗୋଡ଼ିପଡ଼ାସ୍ଥିତ ଏଆଇପିଏଲ ପରିସରରେ ବିଶିଷ୍ଟ ଅତିଥିମାନେ ମତବ୍ୟକ୍ତ କରିଥିଲେ । ଅନୁଷ୍ଠିତ ସଭାକୁ ରୋଡ଼ସେଫ୍ଟି ମ୍ୟାନେଜର ତଥା ପ୍ରୋଗ୍ରାମ ମ୍ୟାନେଜର ଏଲ. ସନ୍ଦୀପ ଅଧ୍ୟକ୍ଷତା କରିଥିବାବେଳେ ବିଶିଷ୍ଟ ଅତିଥିଭାବେ ଟିମ ଲିଡ଼ର ସେଗମେଣ୍ଡାଲ ସୁବାଷିଶ ପଟ୍ଟନାୟକ, ମୁଖ୍ୟଅତିଥିଭାବେ ଏଆଇପିଏଲ ନିର୍ଦ୍ଧେଶକ ଶଶାଙ୍କ ଅଗ୍ରୱାଲ, ମୁଖ୍ୟବକ୍ତାଭାବେ ସେଫ୍ଟି ମ୍ୟାନେଜର ଏଲ.ସନ୍ଦୀପ ଯୋଗଦେଇ କର୍ମଚାରୀମାନଙ୍କୁ ସଡ଼କ ସୁରକ୍ଷା ଆଇନ ପାଳନ କରିବାକୁ ପରାମର୍ଶ ଦେଇଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଇଂ ବିଭୂତି ଭୂଷଣ,ଓମ ପ୍ରକାଶ ମହାପାତ୍ର, ଅଜିତ,ସୁଜିତ,ଚିନ୍ମୟ,ପଙ୍କଜ ଶର୍ମା,ବିଜୟ କୁମାର ମଲ୍ଲିକ, ରୁପକ ପାତ୍ର,ରଞ୍ଜିତ ମହାନ୍ତି, ଉମା ଶଙ୍କର ପରିଡ଼ା, ପରିବେଶ ଇଂ ଦିଗନ୍ତ ରାୟ, ସୁରେନ୍ଦ୍ର ମହାରଣାଙ୍କ ସମେତ ପ୍ରୋଜେକ୍ଟ ମ୍ୟାନେଜର, ଡ଼େିପୁଟି ପ୍ରୋଜେକ୍ଟ ମ୍ୟାନେଜର ସହ ଅନ୍ୟାନ୍ୟ ଅଫିସର ଓ କର୍ମଚାରୀମାନେ ଉପସ୍ଥିତ ରହିଥିଲେ । ଏହି ସଡ଼କ ସୁରକ୍ଷା ସପ୍ତାହକୁ ନିର୍ଦ୍ଧେଶକ ଶଶାଙ୍କ ଅଗ୍ରୱାଲ ଫିତାକାଟି ଉଦଘାଟନ କରିଥିଲେ । ୧୭ ଫେବୃଆରୀ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ସପ୍ତାହ ମଧ୍ୟରେ ସଂସ୍ଥା ପକ୍ଷରୁ ରକ୍ତଦାନ ଶିବିର, ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ସଚେତନାତ୍ମକ କାର୍ଯ୍ୟକ୍ରମ ,ଆଖି ପରୀକ୍ଷା, ନିଆଁ ଲିଭାଇବା କୌଶଳ ସଂପର୍କରେ ଶିକ୍ଷା ଦିଆଯିବ ବୋଲି ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି । ଓଡ଼ିଶା ସମାଚାର
Home / Uncategorized / ଏଆଇପିଏଲରେ ସଡ଼କ ସୁରକ୍ଷା ସପ୍ତାହର ଉଦଘାଟନ ଉତ୍ସବ – ଲୋକେ ସଚେତନ ହେଲେ ସଡ଼କ ଦୁର୍ଘଟଣାର ହାର ବହୁତ କମିଯିବ