Saturday , April 1 2023
Breaking News
Home / ବିଶେଷ / ଅନ୍ ଲାଇନ୍ ସାଇବର ଠକେଇ ସମ୍ବନ୍ଧରେ ପାରାଦ୍ୱୀପ ପୋଲିସର ସଚ୍ଚେତନତା

ଅନ୍ ଲାଇନ୍ ସାଇବର ଠକେଇ ସମ୍ବନ୍ଧରେ ପାରାଦ୍ୱୀପ ପୋଲିସର ସଚ୍ଚେତନତା

ପାରାଦ୍ୱୀପ ୧୯/୦୧/୨୦୨୧(ଓଡ଼ିଶା ସମାଚାର)- ବର୍ତମାନ ଅନଲାଇନ୍ ଓ ସାଇବର ମାଧ୍ୟମରେ ଠକେଇ ବା ଅପରାଧ ଦୃତ ଗତିରେ ବଢିବାରେ ଲାଗିଛି । ସାଧାରଣରେ ସଚ୍ଚେତନତା ଅଭାବ ଯୋଗୁଁ ଲୋକମାନେ ଏହି ଠକାମୀର ଶିକାର ହୋଇ ପୋଲିସର ସହାୟତା ନେଇଥାନ୍ତି । ତେବେ ଜନସାଧାରଣ ସତର୍କ ରହିଲେ ଏହି ଅପରାଧ ବହୁ ମାତ୍ରାରେ ହ୍ରାସ ପାଇପାରିବ । ଏହି ପରିପ୍ରେକ୍ଷୀରେ ବନ୍ଦର ଓ ଶିଳ୍ପ ସହର ରେ ପାରାଦ୍ୱୀପ ଆଦର୍ଶ ଥାନା ପକ୍ଷରୁ ସ୍ଥାନୀୟ ଅଂଚଳରେ ଥିବା ବିଭିନ୍ନ ବ୍ୟାଙ୍କ ମାନଙ୍କରେ ବ୍ୟାଙ୍କ ହିତାଧିକାରୀଙ୍କୁ ନିଜ ଓଟିପି କିମ୍ବା ବ୍ୟାଙ୍କ ଆକାଉଂଟର କୌଣସି ବିବରଣୀ କାହାକୁ ନଦେବା ପାଇଁ ସଚ୍ଚେତନ କରାଯାଇଥିଲା । ବ୍ୟାଙ୍କରୁ ଅଧିକ ଅର୍ଥ ଉଠାଣ କିମ୍ବା ପଇଠ ସମୟରେ ଆବଶ୍ୟକ ପଡିଲେ ଯେ କୌଣସି ବ୍ୟକ୍ତି  ପୋଲିସର ସହାୟତା ନେଇ ପାରିବେ ବୋଲି ପୋଲିସ ପକ୍ଷରୁ କୁହାଯାଇଛି । ସହରରେ ଥିବା ବ୍ୟାଙ୍କଷ୍ଟି୍ରଟ୍ରେ ବ୍ୟାଙ୍କ ହିତାଧିକାରୀଙ୍କ ସୁରକ୍ଷା ପାଇଁ ପୋଲିସ ମୁତୟନ ହେବା  ସେଙ୍ଗ ସେଙ୍ଗ ୨୪ ଘଂଟିିଆ ପ୍ୟାଟ୍ରୋଲିଂ ର ବ୍ୟବସ୍ଥା କରାଯାଇଛି ବୋଲି ଆଦର୍ଶ ଥାନା ଅଧିକାରୀ ରଜନୀକାନ୍ତ ସାମଲଙ୍କ ଠାରୁ ସୂଚନା ମିଳିଛି । ସୂଚନା ଥାଉକି, ରାଜ୍ୟରେ ସୁନାଚୋର ମାତିଥିବା ବେଳେ ପୋଲିସ ପକ୍ଷରୁ ସୁନାଦୋକାନୀ ମାନଙ୍କୁ ଏ ବାବଦରେ ସଚ୍ଚେତନ କରାଯିବା ସହ ସତର୍କ କରାଯାଇଥିଲା । ତେବେ ଦକ୍ଷ ଥାନାଧିକାରୀ ଶ୍ରୀ ସାମଲଙ୍କ ନେତୃତ୍ୱରେ ପାରାଦ୍ୱୀପ ଆଦର୍ଶ ପୋଲିସ ର ନିଷ୍ଠାପର ପରିଶ୍ରମ ଓ ଉଦ୍ୟମ ଫଳରେ ପାରାଦ୍ୱୀପ ରେ ଅପରାଧ ନିୟନ୍ତ୍ରଣ ହେବା ସହ ଆଇନ୍ ଶୃଙ୍ଖଳା ପରିସ୍ଥିତ ଠିକ୍ ରହିଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ଓଡ଼ିଶା ସମାଚାର

Leave a Reply

Your email address will not be published.