ନିରାକାରପୁର୧୮/୦୧/୨୦୨୧ (ଓଡ଼ିଶା ସମାଚାର)- ଛଣଗିରି ସରକାରୀ ଉଚ୍ଚ ବିଦ୍ୟାଳୟର ୧୯୯୨ ମସିହା ମାଟ୍ରିକ୍ ବ୍ୟାଚ ଛାତ୍ରଛାତ୍ରୀ ମାନଙ୍କର ଏକ ବନ୍ଧୁ ମିଳନ ଅରାଙ୍ଗ ମୈାଜା ଥିବା ପ୍ରସିଦ୍ଧ ଠାକୁରାଣୀ ମା ବଘେଇ ପୀଠ ରେ ଅନୁଷ୍ଠିତ ହୋଇଯାଇଛି । ଛାତ୍ରଛାତ୍ରୀ ମାନେ ଦୀର୍ଘ ଦିନପରେ ନିଜର ଆତ୍ମୀୟ ସ୍ୱଜନ ସହପାଠି ମାନଙ୍କୁ ଦେଖିବାରେ ପରେ ନିଜନିଜ ଭିତରେ ଭାବର ଅଦାନପ୍ରଦାନ କରିଥିଲେ । ସହପାଠୀ ମାନେ ହଜିଲା ଦିନର ଅତିତକୁ ମନେପକାଇବା ସହ ଶ୍ରେଣୀ ଗୃହ ପାଠପଢାକୁ ମନେପକାଇଥିଲେ । ସାଂପ୍ରତିକ ପରିସ୍ଥିତିରେ ସମସ୍ତ ଛାତ୍ରଛାତ୍ରୀ ବ୍ୟସ୍ତ ବହୁଳ ଜୀବନ କାଟୁଥିବା ବେଳେ କାହାପାଖରେ ଚିତବିନୋଦନ ପାଇଁ ସମୟ ନାହିଁ । କିନ୍ତୁ ସମସ୍ତ ସହପାଠୀ ବନ୍ଧୁ ମିଳନକୁ ଅଗ୍ରହ ସହକାରେ ଅପକ୍ଷା କରିଥାନ୍ତି । ବନ୍ଧୁ ମିଳନକୁ ଭରପୁର ମଜା ନେବା ସହିତ ଅତିତର ଶ୍ମୃତିକୁ ମନେପକାଇଥିଲେ । ଆଗାମି ଦିନରେ ବନ୍ଧୁ ମିଳନ ଦିନ ଗ୍ରାମର ଗରିବ ମେଧାବି ଛାତ୍ରଛାତ୍ରୀ ମାନଙ୍କୁ ସାହାଯ୍ୟ ସହଯୋଗ କରିବାକୁ ସ୍ଥିର କରାଯାଇଥିଲା ପରେ ସମସ୍ତେ ସାମୁହିକ ଭାବେ ଏକତ୍ରିତ ହୋଇ ଭୋଜନ କରିଥିଲେ । କାର୍ଯ୍ୟକ୍ରମକୁ ପାଣୁ ବେହେରା, ରମେଶଚନ୍ଦ୍ର ଚମ୍ପତି, ପୀୟୁଷ ବିଶ୍ୱାଳ ପରିଚାଳନା କରିଥିଲେ । ଓଡ଼ିଶା ସମାଚାର