ସାଲେପୁର,୧୮/୦୧/୨୦୨୧(ଓଡିଶା ସମାଚାର/ଅଭୟ ଜେନା):ସାଲେପୁର ବ୍ଲକ ରେ ଥିବା ଯୋଗାଣ ଓ ବଣ୍ଟନ ବ୍ୟବସ୍ଥା ରେ ଘୋର ଅଚଳାବସ୍ଥା ସୃଷ୍ଟି ହୋଇଛି।ଏହି ବ୍ଲକ ରେ ଥିବା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ର ଯୋଗାଣ ନିରୀକ୍ଷକ ଆଦୌ ବ୍ଲକ କାର୍ଯ୍ୟାଳୟ କୁ ଆସୁନଥିବାରୁ ବିଭାଗୀୟ କାର୍ଯ୍ୟ ସମ୍ପାଦନ ରେ ବାଧା ସୃଷ୍ଟି ହେବା ସଙ୍ଗେ ସଙ୍ଗେ ବିଭିନ୍ନ ପଞ୍ଚାୟତ ରୁ ଆସୁଥିବା ଖାଉଟି ଓ ଜନସାଧାରଣ ନିଜ ନିଜ ସମସ୍ୟା ଜଣାଇନପାରି ନିରାଶ ହୋଇ ବାରମ୍ବାର ଫେରିବା କୁ ବାଧ୍ୟ ହେଉଛନ୍ତି।ଏପରିକି ବ୍ଲକ କର୍ତ୍ତୃପକ୍ଷ ଏସଂକ୍ରାନ୍ତରେ ତାଙ୍କୁ ତାଗିଦ କରିଥିଲେ ହେଁ କୌଣସି ସୁଫଳ ମିଳୁନଥିବା ଜଣାପଡିଛି।ଏଥିନେଇ ବିଡ଼ିଓ ଙ୍କୁ ପଚାରିବାରୁ ସେ ମଧ୍ୟ ସମ୍ପୃକ୍ତ କର୍ମଚାରୀ ଙ୍କ କାର୍ଯ୍ୟକଳାପରେ ଘୋର ଅସନ୍ତୋଷ ପ୍ରକାଶ କରିଛନ୍ତି। ଅନ୍ୟ ପକ୍ଷରେ ସମ୍ପୃକ୍ତ ଯୋଗାଣ ନିରୀକ୍ଷକ ଜଣେ ମହିଳା ଅଧିକାରୀ ହୋଇଥିଲେ ହେଁ,ଜିଲା ଯୋଗାଣ ବିଭାଗ ତାଙ୍କୁ କିପରି ସାଲେପୁର ସହ ମାହାଙ୍ଗା ବ୍ଲକ ଦାୟିତ୍ୱ ଦେଲେ ସେନେଇ ବଡ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ଏ ସଂକ୍ରାନ୍ତରେ ଉଚ୍ଚ କର୍ତ୍ତୃପକ୍ଷ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି।ଓଡିଶା ସମାଚାର