ପାଟକୁରା / ୧୮/୦୧/୨୦୨୧ (ଓଡ଼ିଶା ସମାଚାର)- ଗରଦପୁର ବ୍ଲକ ଅନ୍ତର୍ଗତ ବେଡାରୀ ପଂଚାୟତର ଶ୍ରୀଚନ୍ଦନପୁର ଗ୍ରାମର ଚନ୍ଦନେଶ୍ୱର ଖେଳ ପଡିଆ ଠାରେ ଆୟୋଜିତ ବାବା ଆଖଣ୍ଡଳମଣୀ କ୍ରୀକେଟ୍ ଟୁର୍ଣ୍ଣାମେଂଟ ରବିବାର ଦିନ ଉଦଯାପିତ ହୋଇଯାଇଛି । ଫାଇନାଲ ଖେଳରେ ତିର୍ତୋଲ ବ୍ଲକ ଅନ୍ତର୍ଗତ ସିରସ୍ତା ଗ୍ରାମର ବଜରଙ୍ଗିବାଲି କ୍ରିକେଟ୍ କ୍ଲବ୍ କେନ୍ଦ୍ରାପଡାର ଲାୟନ୍ କିକ୍ରେଟ୍ କ୍ଲବ୍ କୁ ହାରାଇ ଚାମ୍ପିଆନ ହୋଇଛନ୍ତି । ପ୍ରଥମେ କେନ୍ଦ୍ରାପଡାର ଲାୟନ୍ କ୍ଲବ୍ ବ୍ୟାଟିଂ କରି ନିର୍ଦ୍ଧାରିତ ୧୫ ଓଭର ଖେଳି ୮ଉଇକେଟ୍ ହରାଇ ୮୩ ରନ୍ ସଂଗ୍ରହ କରିଥିଲା । ଏହାର ଜବାବରେ ସିରସ୍ତାର ବଜରଙ୍ଗି ବାଲି କ୍ରିକେଟ୍ କ୍ଲବ୍ ୪ ଗୋଟି ଉଇକେଟ୍ ହରାଇ ୬ ଉଭର ଖେଳି ୮୫ରନ୍ ସଂଗ୍ରହ କରି ବିଜୟୀ ଘୋଷିତ ହୋଇଥିଲେ । ଏହି ଟୁର୍ଣ୍ଣାମେଂଟରେ ସ୍ଥାନୀୟ ଅଂଚଳର ମୋଟ ୮ଗୋଟି ଦଳ ଭାଗ ନେଇଥିଲେ । ଉଦଯାପନୀ ଉତ୍ସବରେ ବେଡାରୀ ପଂଚାୟତର ପୂର୍ବତନ ସରପଂଚ ରବିନ୍ଦ୍ରନାଥ ବାରିକ୍ ଙ୍କ ସଭାପତିତ୍ୱରେ ଅନୁଷ୍ଟିତ ସଭାରେ ବିଜେଡି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସଞ୍ଜୟ କୁମାର ଅଗ୍ରୱାଲ ମୂଖ୍ୟ ଅତିଥି ଭାବରେ ଯୋଗ ଦେଇ କ୍ରୀଡାପ୍ରେମୀମାନଙ୍କୁ ଉତ୍ସାହିତ କରିବା ସହିତ ଚାମ୍ପିଆନ ହୋଇଥିବା ସିରସ୍ତାର ବଜରଙ୍ଗିବାଲି କ୍ରିକେଟ୍ କ୍ଲବ୍କୁ ନଗଦ ୩ ହଜାର ଟଙ୍କା ସହିତ ଚାମ୍ପିଆନ ଟ୍ରଫି ପ୍ରଦାନ କରିଥିଲେ । କେନ୍ଦ୍ରାପଡାର ଲାୟନ୍ କ୍ରିକେଟ୍ ଟିମ୍ କୁ ନଗଦ ୨ ହଜାର ଟଙ୍କା ସହିତ ରନର୍ସ କପ୍ ପ୍ରଦାନ କରିଥିଲେ । ଆୟୋଜିତ ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଅଞ୍ଜୁ ଅଗ୍ରୱାଲ,ଗରଦପୁର ବିଜେଡି ବ୍ଲକ ସଭାପତି ଶଶାଙ୍କ ପରିଡା,ପାଟକୁରା ସରପଂଚ ସୂର୍ଯ୍ୟମଣୀ ସେଠୀ,ବେଡାରୀ ସରପଂଚ ଗୋକୁଳାନନ୍ଦ ବେହେରା, ପୂର୍ବତନ ସମିତି ସଭ୍ୟ ଅଟଳ ବିହାରୀ ଜେନା, ଭଜହରୀ ସେନାପତି, ଦିବାକର ସାହୁ ଓ ରଞ୍ଜିତ୍ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ସଭା ପୂର୍ବରୁ ଗ୍ରାମର ମୂରବୀ ତଥା କ୍ରୀଡାପ୍ରେମୀ କୁମର ଚରଣ ନାୟକ ଓ ଅବସରପ୍ରାପ୍ତ ଶିକ୍ଷକ ଶିବ ଚରଣ ନାୟକଙ୍କ ଅକାଳ ବିୟୋଗରେ ୨ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା । ଫାଇନାଲ ଖେଳ ଦେଖିବା ପାଇଁ ସ୍ଥାନୀୟ ଅଂଚଳରୁ ବହୁ କ୍ରୀଡାପ୍ରେମୀମାନେ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର