ପାରାଦୀପ ୧୮/୦୧/୨୦୨୧ (ଓଡ଼ିଶା ସମାଚାର)- ରାଜ୍ୟ ବୈଦୁ୍ୟତିକ ଓ ସୁଚନା ପ୍ରଯୁକ୍ତି, କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା ଶନିବାର ଦିନ ଦୁଇ ଦିନିଆ ଗସ୍ତରେ ଆସି କ୍ରୀଡାର ବିକାଶ ପାଇଁ ସ୍ଥାନୀୟ ଅଂଚଳରେ ଏହାର ଭିତିଭୂମୀ ଉପରେ ଅନୁଧ୍ୟାନ କରି ରବିବାର ଦିନ ପ୍ରତ୍ୟାବର୍ତନ କରିଛନ୍ତି । ଏହି ଗସ୍ତରେ ମନ୍ତ୍ରୀ ଶ୍ରୀ ବେହେରା ସ୍ଥାନିୟ ସର୍କିଟ ହାଉସ ଠାରେ ବିଭିନ୍ନ ଅଧିକାରୀ ଓ ସ୍ଥାନୀୟ ଅଂଚଳରେ ଥିବା ବିଭିନ୍ନ ସ୍କୁଲର କ୍ରୀଡା ଶିକ୍ଷକ ମାନଙ୍କ ସହ ଆଲୋଚନା କରି କ୍ରୀଡାର ସ୍ଥିତାବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ । ପାରାଦୀପ ଅଂଚଳବାସୀଙ୍କ ମଧ୍ୟରେ କ୍ରୀଡାର ବିକାଶ ଓ ଏଥି ନିମନ୍ତେ ଆବଶ୍ୟକ ଖେଳ ପଡିଆ ଉପଲବ୍ଧ କରାଇବା ଉଦ୍ଧେଶ୍ୟରେ ଏକ ନୂତନ ଷ୍ଟାଡିଅମ ନିମନ୍ତେ ମନ୍ତ୍ରୀ ଶ୍ରୀ ବେହେରାଙ୍କ ସମେତ ପାରାଦୀପ ଅତିରିକ୍ତ ଜିଲ୍ଲାପାଳ ଡ. କାହ୍ନୁ ଚରଣ ଧୀର, ପୂର୍ବତନ ପୌରାଧ୍ୟକ୍ଷ ତଥା ବିଜୁ ଜନତା ଦଳ ସଭାପତି ବସନ୍ତ ବିଶ୍ୱାଳ, ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ସୌରେନ୍ଦ୍ର ରାଉତରାୟ ପ୍ରମୁଖ ଷ୍ଟାଡିଅମ ପାଇଁ ସ୍ଥାନ ନିରୁପଣ ନିମନ୍ତେ ବିଭିନ୍ନ ସ୍ଥାନ ବୁଲି ଦେଖିଥିଲେ । ସୂଚନା ଥାଉକି, ସ୍ଥାନୀୟ ଅଂଚଳରେ ପାରାଦୀପ ବନ୍ଦରର ଉନ୍ନତ ମାନର ଷ୍ଟାଡିଅମ ଥିଲେ ମଧ୍ୟ ସାଧାରଣରେ ଏହାର ବ୍ୟବହାର ଉପରେ କଟକଣା ଥିବାରୁ କ୍ରୀଡାବିତ୍ ମାନେ ସେମାନଙ୍କ ଅଭ୍ୟାସରୁ ବଂଚିତ ହେଉଛନ୍ତି । ତେଣୁ ସାଧାରଣରେ କ୍ରୀଡାର ବିକାଶ ଓ ଆନୁସଙ୍ଗିକ ଉନ୍ନୟନ ପାଇଁ ମନ୍ତ୍ରୀ ଶ୍ରୀ ବେହେରା ଗୁରୁତ୍ୱାରୋପ କରିଛନ୍ତି । ଓଡ଼ିଶା ସମାଚାର
Home / କ୍ରୀଡ଼ା / ରାଜ୍ୟ କ୍ରିଡା ମନ୍ତ୍ରୀଙ୍କ ପାରାଦୀପ ଗସ୍ତ – ଷ୍ଟାଡିଅମ ପାଇଁ ସ୍ଥାନ ନିରୁପଣ ନିମନ୍ତେ ବିଭିନ୍ନ ସ୍ଥାନ ବୁଲି ଦେଖିଲେ