Saturday , April 1 2023
Breaking News
Home / ବିଶେଷ / ବିଶିଷ୍ଟ ସମାଜସେବୀ , ଶ୍ରମିକ ନେତା ଲଲିତ ନାୟକଙ୍କର ପରଲୋକ

ବିଶିଷ୍ଟ ସମାଜସେବୀ , ଶ୍ରମିକ ନେତା ଲଲିତ ନାୟକଙ୍କର ପରଲୋକ

ଭୁବନେଶ୍ୱର, ୧୮/୦୧/୨୦୨୧ (ଓଡ଼ିଶା ସମାଚାର)- ବିଶିଷ୍ଟ ସମାଜସେବୀ , ଶ୍ରମିକ ନେତା ଲଲିତ ନାୟକଙ୍କର ପରଲୋକ ଘଟିଛି । ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧିନ ଅବସ୍ଥାରେ ଆଜି ଭୋର୍ ପ୍ରାୟ ସାଢେ଼ ୫ଟା ସମୟରେ ତାଙ୍କର ଦେହାନ୍ତ ହୋଇଯାଇଥିବା ସୂଚନା ମିଳିଛି । ଦୀର୍ଘ ମାସ ହେଲା ଅସ୍ଥିମଜ୍ଜା କ୍ୟାନ୍ସର ରୋଗରେ ପୀଡ଼ିତ ହେବାପରେ ସେ ଭୁବନେଶ୍ୱରେ ରହି ଚିକିତ୍ସାଧୀନ ଥିଲେ । ବିଶିଷ୍ଟ ସମାଜସେବୀ ତଥା ଶ୍ରମିକ ନେତା ଲଳିତ ନାୟକ ବଲାଙ୍ଗିର ଜିଲ୍ଲା କାହିଁକି ସମଗ୍ର ପଶ୍ଚିମ ଓଡ଼ିଶାରେ ଜଣେ ଜଣାଶୁଣା ବ୍ୟକ୍ତି । କିଛି ମାସ ପୂର୍ବେ ତାଙ୍କ ଗୋଡ଼ ଭାଙ୍ଗି ଯାଇଥିବା ବେଳେ ଚିକିତ୍ସା ଦ୍ୱାରା ଠିକ୍ ହେବା ପରେ ବାରମ୍ବାର ହିମୋଗ୍ଲୋବିନ୍ କମିଯିବା କାରଣରୁ ପୁଣି ପରୀକ୍ଷା ନିରୀକ୍ଷା କରାଯାଇଥିଲା । ତେବେ ଏହି ସମୟରେ ସେ ଅସ୍ଥିମଜ୍ଜା କ୍ୟାନ୍ସର ଦ୍ୱାରା ପୀଡ଼ିତ ଥିବା ଜଣାପଡ଼ିଥିଲା । ସେ ଦୁଃଖିଦରିଦ୍ରଙ୍କ ଦରଦୀ ବନ୍ଧୁ , ଶ୍ରମିକଙ୍କର ସାଥି ଥିଲେ। ରକ୍ତଦାନ କରି ରେକର୍ଡ଼ ସୃଷ୍ଟି କରି ଓଡ଼ିଶା ରାଜ୍ୟପାଳଙ୍କଠାରୁ ସେ ପୁରସ୍କୃତ ହୋଇଥିବା ବେଳେ ଆଜି ପର୍ୟ୍ୟନ୍ତ ସେ ପ୍ରାୟ ୧୫୦ ୟୁନିଟ୍ ରକ୍ତଦାନ କରି ସାରିଥିଲେ । ସେ ୪୦ରୁ ଅଧିକ ଶ୍ରମିକ ସଂଗଠନର ସଭାପତି ରହି ସେମାନଙ୍କ ଦୁଃଖସୁଖ ସହ ସାମିଲ୍ ହେବା ସହ ସେମାନଙ୍କ ହକ୍ ପାଇଁ ସେ ଲଢେ଼ଇ ଜାରି ରଖିଥିଲେ । ସମାଜସେବା ପାଇଁ ସେ ଆଜୀବନ ଅବିବାହିତ ରହିଥିଲେ । ତାଙ୍କର ବିୟୋଗରେ ବିଭିନ୍ନ ମହଲରୁ ଶୋକ ପ୍ରକାଶ ପାଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published.