Saturday , April 1 2023
Breaking News
Home / ତାଜା ଖବର / ପିକ୍ ନିକ୍  ବସ୍ ଓଲଟି ଜଣେ ମୃତ, ୧୨ ଆହତ

ପିକ୍ ନିକ୍  ବସ୍ ଓଲଟି ଜଣେ ମୃତ, ୧୨ ଆହତ

ପଦ୍ମପୁର, ୧୮/୦୧/୨୦୨୧ (ଓଡ଼ିଶା ସମାଚାର)- ପ୍ରବଳ କୁହୁଡି ଯୋଗୁଁ ଏକ ପିକ୍ ନିକ୍   ବସ୍ ନଂ ଓଡ଼ି ୧୩ ଏମ ୦୦୨୫ ( ମା ଦକ୍ଷିଣକାଳୀ) ୩୨୬ନମ୍ବର ଜାତୀୟ ରାଜପଥର ଗଜପତି – ରାୟଗଡ଼ା ସୀମା ଡୁମ୍ବଲାପଦର ବୁଲାଣି ପାଖରେ ଓଲଟି ପଡିଛି। କୋରାପୁଟ ଗୁପ୍ତେଶ୍ୱରରୁ ଦର୍ଶନ ସାରି ଭୁବନେଶ୍ୱର ଫେରିଲା ବେଳେ ବସ୍ ଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଟଘଣା ରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୨ଜଣ ଆହତ ହୋଇଛନ୍ତି। ଆହତ ମାନଙ୍କୁ ଗଜପତି ଓ ମୋହନା ମେଡିକାଲରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି। ସ୍ଥାନୀୟ କିଛି ଯୁବକ ଙ୍କ ସହାୟତାରେ ଗଜପତି ଓ ମୋହନା ଅଗ୍ନିଶମ ବିଭାଗ କର୍ମଚାରୀ ଆହତ ମାନଙ୍କୁ ଉଦ୍ଧାର କରିଥିଲେ। ପଦ୍ମପୁର ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ କରୁଛି। ତେବେ ବର୍ତମାନ ସୁଦ୍ଧା ମୃତକଙ୍କର ପରିଚୟ ମିଳିପାରିନାହିଁ । ଓଡ଼ିଶା ସମାଚାର

Leave a Reply

Your email address will not be published.