Wednesday , March 29 2023
Home / ବିଶେଷ / ନୂଆ ଜିଲ୍ଲାପାଳଙ୍କୁ ଚିତ୍ର ମାଧ୍ୟମରେ ସ୍ୱାଗତକଲେ ଚିତ୍ରଶିଳ୍ପି ସୈାମ୍ୟରଞ୍ଜନ

ନୂଆ ଜିଲ୍ଲାପାଳଙ୍କୁ ଚିତ୍ର ମାଧ୍ୟମରେ ସ୍ୱାଗତକଲେ ଚିତ୍ରଶିଳ୍ପି ସୈାମ୍ୟରଞ୍ଜନ

କେନ୍ଦ୍ରାପଡା,୧୮/୦୧/୨୦୨୧ (ଓଡ଼ିଶା ସମାଚାର)- ପୈାରାଂଚଳ ଅନ୍ତର୍ଗତ ଟାଉନବଳରାମପୁରସ୍ଥିତ କ୍ରିଷ୍ଣା ଆର୍ଟର ନିର୍ଦେଶକ ତଥା କାକଟ ମଙ୍ଗଳା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର କଳା ଶିକ୍ଷକ ଆନ୍ତର୍ଜାତୀୟ ପୁରସ୍କୃତ ଚିତ୍ରଶିଳ୍ପି ସୈାମ୍ୟରଞ୍ଜନ ପଟ୍ଟନାୟକ ନିଜେ ଅଙ୍କନ କରିଥିବା ନୂତନ ଜିଲ୍ଲାପାଳଙ୍କ ଏକ ତୈଳଚିତ୍ରକୁ ଜିଲ୍ଲା କାର୍ଯ୍ୟାଳୟରେ ଜିଲ୍ଲାପାଳ ଅମ୍ରୁତ ଋତୁରାଜଙ୍କୁ  ପ୍ରଦାନକରି ଏକ ଅଭିନବ ଭାବରେ ଚିତ୍ର ମାଧ୍ୟମରେ ସ୍ୱାଗତ କରିଛନ୍ତି ନୂତନ ଜିଲ୍ଲାପାଳଙ୍କୁ । ଜିଲ୍ଲାପାଳ ଶ୍ରୀ ଋତୁରାଜ ତାଙ୍କର ଅବିକଳ ପ୍ରତିଛବି ଦେଖି ସାଧୁବାଦ ଜଣାଇବା ସହ ଚିତ୍ରକଳା କ୍ଷେତ୍ରରେ କେନ୍ଦ୍ରାପଡାରେ  ଆହୁରି ଅନେକ ସୈାନ୍ଧର୍ଯ୍ୟକରଣ କାର୍ଯ୍ୟ କରିବା ପାଇଁ ଆଲୋଚନା କରିଥିଲେ ଚିତ୍ରଶିଳ୍ପୀଙ୍କ ସହିତ । ଏଠାରେ ସୂଚନା ଯୋଗ୍ୟ ଯେ ପୂର୍ବରୁ ଚିତ୍ରଶିଳ୍ପୀ ଶ୍ରୀ ପଟ୍ଟନାୟକ ପୈାରସଂସ୍ଥା ପକ୍ଷରୁ ସୈାନ୍ଧର୍ଯ୍ୟକରଣ କାର୍ଯ୍ୟକ୍ରମରେ ବହୁ ସୁନ୍ଦର ଚିତ୍ରମାନ ଅଙ୍କନ କରି ପୂର୍ବତନ ଜିଲ୍ଲାପାଳ ସମର୍ଥ ବର୍ମା, କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରାଙ୍କ ସମେତ କେନ୍ଦ୍ରାପଡାବାସୀଙ୍କ ଠାରୁ  ଅନେକ ପ୍ରସଂଶା ପାଇଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.