ସାଲେପୁର,୧୮/୦୧/୨୦୨୧(ଓଡିଶା ସମାଚାର/ଅଭୟ ଜେନା):ସାଲେପୁର ପାଗା ମୁଖ୍ୟ ରାସ୍ତା ଉପରେ ସଡ଼କ ଦୁର୍ଘଟଣାରେ ଜଣେ ମହିଳା ମୃତ୍ୟୁ ବରଣ କରିଛନ୍ତି । ମୃତ ମହିଳା ହେଉଛନ୍ତି ସାଲେପୁର ଶିଶୁଆ ଅଞ୍ଚଳର ବୁଲି ବେହେରା। ବୁଲି ତାଙ୍କ ପୁଅ ଦୀପକ ବେହେରାଙ୍କ ସହ ବନ୍ଧୁ ଘରକୁ ଯାଉଥିବା ବେଳେ ବୁଲି ବେହେରା ମୁଖ୍ୟ ରାସ୍ତା ଉପରେ ମୋଟର ସାଇକେଲ ରୁ ଖସି ପଡ଼ିଥିଲେ। ଏହି ସମୟରେ ପଛରୁ ଆସୁଥିବା ଆଉ ଏକ ଗାଡି ତାଙ୍କ ଉପରେ ଚଢ଼ାଇ ଦେଇ ଘଟଣା ସ୍ଥଳରୁ ଦୃତ ଗତିରେ ଖସି ପଳାଇ ଯାଇଥିବା ସ୍ଥାନୀୟ ଲୋକେ ସୂଚନା ଦେଇଛନ୍ତି। ଉକ୍ତ ସ୍ଥାନରେ ପାଗା ଫାଣ୍ଡି ଅଧିକାରୀ ପହଞ୍ଚି ଆମ୍ବୁଲାନ୍ସ ସାହାଯ୍ୟରେ ଦୁର୍ଘଟଣାଗ୍ରସ୍ତ ମହିଳା ଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ଡାକ୍ତର ଖାନକୁ ପଠାଇବା ସହ ଦୀପକ ବେହେରାଙ୍କ ମଟର ସାଇକେଲ ଜବତ କରିଥି ଘଟଣାର ତଦନ୍ତ କରୁଛନ୍ତି । ଆହତ ମହିଳାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଓଡ଼ିଶା ସମାଚାର