Monday , March 27 2023
Breaking News
Home / କୃଷି / କୃଷି ବୈଜ୍ଞାନିକଙ୍କ ପେଟୁଆ ପାଟ ପରିଦର୍ଶନ

କୃଷି ବୈଜ୍ଞାନିକଙ୍କ ପେଟୁଆ ପାଟ ପରିଦର୍ଶନ

ଗରଦପୁର, ୧୮/୦୧/୨୦୨୧(ଓଡ଼ିଶା ସମାଚାର)- ଗରଦପୁର ତହସିଲ ନିକଟସ୍ଥ ପେଟୁଆ ପାଟରେ କାଳିମୁଣ୍ଡି ପୋକଙ୍କ ପ୍ରାଦୁର୍ଭାବ ବଢ଼ି ଚାଲିଛି । ଗତ ସପ୍ତାହେ ହେଲା ଉଠିଥିବା କାଳିମୁଣ୍ଡି ପୋକ ପେଟୁଆ ପାଟରେ ଥିବା ପାଖଡ଼, ଗରଦପୁର ଓ ବରହମପୁର ଗ୍ରାମ ଚାଷୀମାନଙ୍କର ୫୦୦ ଏକର ଜମିରେ ଥିବା ଚିନାବାଦମ ଫସଲକୁ ଚରିଗଲେଣି । ଏଥି ସହିତ ଚିନାବାଦାମ ଫସଲ ନିକଟରେ ଥିବା ଆଳୁ ଜମି ଓ ଟି ୯ ବିରି ଫସଲକୁ ମଧ୍ୟ ଆକ୍ରାନ୍ତ କଲେଣି । ବିଭିନ୍ନ କିଟନାଶକ ସିଂଚନ କରି କାଳିମୁଣ୍ଡି ଦମନ କରିବାକୁ ଚିକାବାଦମ ଚାଷୀମାନେ ପ୍ରୟାସ ଜାରି ରଖିଥିଲେ ମଧ୍ୟ ତାହା ସଫଳ ହୋଇ ପାରିନାହିଁ । ଫୁଲ କଶି ଧରୁଥିବା ବାଦାମ ଗଛକୁ ଖାଇ କାଳିମୁଣ୍ଡି ପୋକ ଥୁଂଟା କରିଦେଲେଣି । ଗତକାଲି ଗରଦପୁର କୃଷି ବିଭାଗର ଅଧିକାରୀମାନେ ପେଟୁଆ ପାଟକୁ ଯାଇ ଚିନାବାଦମ ଫସଲରେ ଲାଗିଥିବା କାଳିମୁଣ୍ଡି ପୋକ ଙ୍କ ପ୍ରାଦୁର୍ଭାବ ଦେଖିବା ପରେ କାଳିମୁଣ୍ଡି ଦମନ ପାଇଁ ଟର୍ମିନେଟର ୧୧ କିଟନାଶକ କୁ ଜମିରେ ପ୍ରୟୋଗ କରିବା ପାଇଁ ପରାମର୍ଶ ଦେଇଥିଲେ । ଏହି କିଟନାଶକ ମଧ୍ୟ କାଳିମୁଣ୍ଡି ଦମନ କରିବାରେ ସମର୍ଥ ହେଉନଥିବା ଆଜି ଗରଦପୁର କୃଷି ବିଭାଗ ତରଫରୁ ସୂଚନା ଦିଆଯାଇଥିଲା । ଏଥି ସହିତ ଏ ସମ୍ପର୍କରେ ସୂଚନା ପାଇ ଆଜି କେନ୍ଦ୍ରାପଡ଼ା ଜଜାଙ୍ଗସ୍ଥିତ କୃଷି ବିଜ୍ଞାନ କେନ୍ଦ୍ରର ଦୁଇ ଜଣ ବୈଜ୍ଞାନିକ ଗରଦପୁର ରେ ପହଂଚିଥିଲେ । ବରିଷ୍ଠ କୃଷି ବୈଜ୍ଞାନକ ସୂର୍ଯ୍ୟ ପ୍ରକାଶ ମିଶ୍ର ଓ ବୈଜ୍ଞାନିକ ତାପସ ରଂଜନ ସାହୁ ଗରଦପୁରରୁ କାଳିମୁଣ୍ଡି ଲାଗିଥିବା ପେଟୁଆ ପାଟର ଚିନାବାଦମ ଜମିକୁ ଯାଇଥିଲେ । ବ୍ଲକ୍ ର ସହକାରୀ କୃଷି ଅଧିକାରୀ ପ୍ରିୟବ୍ରତ ଜେନା,ଆତ୍ମା ଅଧ୍ୟକ୍ଷ ଦୀପକ କୁମାର ରାଉତ, ଭିଏଡ଼ବ୍ଲ୍ୟ ପ୍ରଭାସିନୀ ପଟ୍ଟନାୟକ ଓ ବିକାଶ ଚନ୍ଦ୍ର ଜେନା ମିଶି ବୈଜ୍ଞାନିକମାନଙ୍କୁ କ୍ଷତିଗ୍ରସ୍ତ ଚାଷ ଜମି ଗୁଡ଼ିକ ଦେଖାଇଥିଲେ । ପେଟୁଆ ପାଟର କ୍ଷତିଗ୍ରସ୍ତ ଅଂଚଳ ବୁଲିବା ପରେ ବୈଜ୍ଞାନିକମାନେ ପରୀକ୍ଷା ପାଇଁ କିଛି ସାମ୍ପୁଲ ସାଙ୍ଗରେ ନେଇଥିଲେ । ଏଥି ସହିତ ଏହି ବୈଜ୍ଞାନିକ ଟିମ ଅନ୍ୟତମ ଚିନା ବାଦାମ ଚାଷ ଏରିଆ ପଦ୍ମପୁର ଓ ବେଡ଼ାରୀ ମଧ୍ୟ ଯାଇଥିଲେ । ଉପରିସ୍ଥ ବିଭାଗୀୟ ଅଧିକାରୀମାନଙ୍କୁ କାଳିମୁଣ୍ଡି ପ୍ରାଦୁର୍ଭାବ ସମ୍ପର୍କରେ ତ୍ୱରିତ ବେଗରେ ଖବର ଦିଆଯିବ ବୋଲି ସେମାନେ ସୂଚନା ଦେଇଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.