ନିରାକାରପୁର, ୧୭/୦୧/୨୦୨୧ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବନାଂଚଳ ଅଧିନସ୍ଥ ରାମେଶ୍ୱର ପଂଚାୟତ ଖଜୁରିପଡା ମୁସଲମାନ ସାହିରେ ରବିବାର ଦିନ ସାଢେ୮ଟା ରାତିରେ ଜଣେ ମହିଳା ଙ୍କର ହାତୀ ଆକ୍ରମଣରେ ମୃତୁ୍ୟ ହୋଇଥିବା ଜଣାପଡିଛି । ମହିଳା ଜଣଙ୍କ ହେଲେ ଉକ୍ତ ସାହିର ଇନା ଖାନଙ୍କ ପତ୍ନୀ ସୈାଉରିନୀ ବିବି(୪୦) । ସୂଚନା ଯୋଗ୍ୟ ଯେ ସୌଉରିନୀ ବିବି କୌଣସି କାମ ପାଇଁ ବାରିପଟକୁ ଯାଇଥିବା ବେଳେ ବାରିପଟେ ଥିବା ଗୋଟିଏ ଦନ୍ତା ହାତୀ ତାଙ୍କୁ ଶୁଣ୍ଢରେ ଫୋପାଡି ଦେଇଥିଲା । ଫଳରେ ସୌଉରିନୀ ଘଟଣା ସ୍ଥଳରେ ତାଙ୍କର ମୃତୁ୍ୟ ହୋଇଥିଲା । ଖବର ପାଇ ପରିବାର ଲୋକ ଓ ଗ୍ରାମବାସୀ ଘଟଣା ସ୍ଥଳରେ ପହଁଚି ମହିଳାଙ୍କ ଶବକୁ ଉଦ୍ଧାର କରିଥିଲେ । ଘଟଣା ସ୍ଥଳରେ ଚାପା ଉତେଜନା ଲାଗିରହିଛି । ଓଡ଼ିଶା ସମାଚାର
Check Also
ରାସ୍ତା ଦୂର୍ଘଟଣାରେ ଜଣେ ମୃତ
କେନ୍ଦ୍ରାପଡ଼ା, ୧୫/୦୫/୨୦୨୨( ଓଡ଼ିଶା ସମାଚାର )- ଏକ ସଡକ ଦୂର୍ଘଟଣାରେ ଜଣେ ଯୁବକଙ୍କର ମୃତୁ୍ୟ ହୋଇଯାଇଥିବା ଜଣାପଡିଛି । କଟକ- …