ପାଟକୁରା, ୧୭/୦୧/୨୦୨୧ (ଓଡ଼ିଶା ସମାଚାର)- ଗରଦପୁର ବ୍ଲକ ଅନ୍ତର୍ଗତ ବେଡାରୀ ପଂଚାୟତର ହରିଦାସପୁର ଗ୍ରାମର ଯଜ୍ଞ ପଡିଆ ଠାରେ ଆୟୋଜିତ କ୍ରିକେଟ୍ ଟୁର୍ଣ୍ଣାମେଂଟର ଫାଇନାଲ ଖେଳରେ ଆଜି ବିଚଣା ଗ୍ରାମର ରାଇଜିଙ୍ଗ୍ ୟୂଥ୍ କ୍ଲବ୍ କୁ ହରାଇ ମାଣିକପୁର କ୍ରିକେଟ୍ କ୍ଲବ ଚମ୍ପିଆନ ହୋଇଛି । ଖେଳ ଆରମ୍ଭରେ ଟସ୍ ଜିଣି ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ମାଣିକପୁର କ୍ରିକେଟ୍ ଟିମ୍ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧିାରିତ୧୫ ଓଭର ଖେଳି ୧୮୫ ରନ ସଂଗ୍ରହ କରିଥିଲା । ଏହାର ଜବାବରେ ଗରଦପୁର ବ୍ଲକ ଅନ୍ତର୍ଗତ ପଦ୍ମପୁର ପଂଚାୟତର ବିଚଣା ଗ୍ରାମର ରାଇଜିଙ୍ଗ ୟୂଥ୍ କ୍ଲବ୍ ନିର୍ଦ୍ଧାରିତ ୧୫ ଓଭର ଖେଳି ମୋଟ ୧୪୮ରନ୍ ସଂଗ୍ରହ କରି ପରାସ୍ତ ହୋଇଥିଲା । ଏହି ଅବସରରେ ଆଜି ସନ୍ଧ୍ୟାରେ ଆୟୋଜିତ ଉଦଯାପନୀ ଉତ୍ସବରେ ମୂଖ୍ୟ ଅତିଥି ଭାବରେ ଯୁବନେତା ଦିଲ୍ଲୀପ କୁମାର ପଣ୍ଡା ଓ ସମ୍ମାନିତ ଅତିଥି ଭାବରେ ସମାଜସେବୀ ଭଗବାନ ଜେନା ଉପସ୍ଥିତ ରହି ଖେଳାଳୀମାନଙ୍କୁ ଉତ୍ସାହିତ କରିବା ସହିତ ଫାଇନାଲ ଖେଳରେ ବିଜୟି ହୋଇଥିବା ମାଣିକପୁର କ୍ରିକେଟ୍ ଟିମ୍କୁ ନଗଦ ୧୦ ହଜାର ଟଙ୍କା ସହିତ ଚମ୍ପିଆନ ଟ୍ରଫି ପ୍ରଦାନ କରିଥିଲେ । ବିଚଣା ରାଇଜିଙ୍ଗ୍ ୟୂଥ୍ କ୍ଲବ୍ କୁ ନଗଦ ୬ହଜାର ଟଙ୍କା ସହିତ ରନର୍ସ ଅପ୍ କପ୍ ପ୍ରଦାନ କରାଯାଇଥିଲା । ଏହି ଟୁର୍ଣ୍ଣାମେଂଟରେ ସ୍ଥାନିୟ ଅଂଚଳର ମୋଟ ୮ଗୋଟି କ୍ରିକେଟ୍ ଟିମ୍ ଭାଗ ନେଇଥିଲେ । ଏହି ଖେଳ ଦେଖିବା ପାଇଁ ସ୍ଥାନିୟ ଅଂଚଳର ବହୁ କ୍ରୀଡା ପ୍ରେମୀମାନେ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର