ଗରଦପୁର, ୧୭/୦୧/୨୦୨୧(ଓଡ଼ିଶା ସମାଚାର)-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବଶ୍ରେଷ୍ଠ ଓ ସର୍ବ ଜନପ୍ରିୟ ମୁଖ୍ୟମନ୍ତ୍ରୀ ବୋଲି ସର୍ବ ଭାରତରେ ସର୍ଭେ କରି ଏବିଟି ନ୍ୟୁଜ ଘୋଷଣା କରିଛି । ଏହା ଓଡ଼ିଶା ବାସୀଙ୍କ ପାଇଁ ଏକ ଗର୍ବ ଓ ଗୌରବର ବିଷୟ ପାଲଟିଛି । ସେହି ଅବସରରେ ପାଟକୁରା ବିଜେଡ଼ି ଦଳ ତରଫରୁ ଜିଲା ଯୁବ ବିଜେଡ଼ି ସଭାପତି ରାଜେସ ଦାସଙ୍କ ନେତୃତ୍ୱରେ ଗରଦପୁର ଶ୍ରୀ ବଳଦେବ ଜୀଉଙ୍କ ନିକଟରେ ଆଜି ସନ୍ଧ୍ୟା ୫ ଟା ସମୟରେ ଏକ ଦୀପ ପ୍ରଜ୍ୱଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ଗରଦପୁର ବ୍ଲକ୍ ର ଶତାଧିକ ବିଜେଡ଼ି କର୍ମୀଙ୍କ ସମେତ ସାହିତ୍ୟିକ, ସାମ୍ବାଦିକ , ବୁଦ୍ଧିଜିବୀ , ସମାଜସେବୀ ଏକତ୍ରୀତ ହୋଇ ମୁଖ୍ୟମନ୍ତ୍ରୀଙ୍କ ଶ୍ରେଷ୍ଠତ୍ୱକୁ ସମାନ ଜଣାଇବା ସହ ସାମୁହିକ ଦୀପ ଦାନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୀର୍ଘ ଜୀବନ କାମନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବ୍ଲକ୍ ଅଧ୍ୟକ୍ଷା ଙ୍କ ପ୍ରତିନିଧି ଦିଲିପ କୁମାର ସେଠୀ, ଜିଲା ବିଜେଡ଼ି କୋଷାଧ୍ୟକ୍ଷ ଶୈଳେନ୍ଦ୍ର ମହାନ୍ତି , ସାଂସଦ ପ୍ରତିନିଧି ଜୟପ୍ରକାଶ ବାରିକ,କବି ବିରଜା ରାୟ,ଗାଳ୍ପିକ ନରୋତମ ପରିଡ଼ା,ସାମ୍ବାଦିକ ନବଘନ ନାୟକ,ସାମ୍ବାଦିକ ସୁବାସ ଖୁଂଟିଆ,ସମାଜସେବୀ ଅରୁଣ କୁମାର ପଣ୍ଡା,ସାମାଜିକ କର୍ମୀ ସାରଦା ସାମନ୍ତରାୟ,ସରପଂଚ ପ୍ରକାଶ ଚନ୍ଦ୍ର ସାହୁ,ସମିତି ସଭ୍ୟା ମମତା ମଲିକ,ବେଦପ୍ରକାଶ ସ୍ମୃତି ପରିଷଦ ଆବାହକ ପ୍ରହଲାଦ ସାହୁ, ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ବାସୁଦେବ ବେହେରା, ପ୍ରାକ୍ତନ ବ୍ଲକ୍ ଅଧ୍ୟକ୍ଷ ଦିଲିପ ସାହୁ,ଯୁବ ନେତା ସରୋଜକାନ୍ତ ନାୟକ,ଲିପୁ ସାହୁ,ରାକେଶ ମଲ,ପୂର୍ବତନ ଜିଲାପରିଷଦ ସଦସ୍ୟ ସନ୍ତୋଷ କୁମାର ମାହାଳୀ,ରଂଜିତ କୁମାର ପଣ୍ଡା,ଯଶୋବନ୍ତ ମହାନ୍ତି ,ଛାତ୍ର ନେତା ଧନଂଜୟ ବାରିକ,ରଜତ ରଂଜନ ଦାସ, ଚିତରଂଜନ ପତି, ଦିଲିପ କୁମାର ପଣ୍ଡା,ଦେବେନ୍ଦ୍ର ବିଶ୍ୱାଳ ପ୍ରମୁଖ ନେତୃତ୍ୱ ନେଇଥିଲେ । ଓଡ଼ିଶା ସମାଚାର