ଢେଙ୍କାନାଳ, ୧୭/୦୧/୨୦୨୧ (ଓଡ଼ିଶା ସମାଚାର)- ଆଜି “ଯୁବଶକ୍ତି” ସ୍ୱେଚ୍ଛାସେବୀ ସଂଗଠନ ଢେଙ୍କାନାଳ ପକ୍ଷରୁ ଯୁବଶକ୍ତିର ଅଧ୍ୟକ୍ଷ ହିମାଂଶୁ ଭୂଷଣ ବାରିକ ଙ୍କ ନେତୃତ୍ୱରେ ଢେଙ୍କାନାଳ ଜିଲ୍ଲାର ଓଡାପଡା ବ୍ଲକର ମଙ୍ଗଳପୁର, କୁସୁପଙ୍ଗା,କୁରୁଣ୍ଟି, କମଳାଙ୍ଗ,ଖଡକା ନଦୀ କୂଳବର୍ତ୍ତି ଅଞ୍ଚଳରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବଡ଼ ଦୁଃଖର ବିଷୟ ଏହିକି ଯେ ୨୦ ବର୍ଷ ତଳେ ସ୍ଥାନୀୟ ଅଂଚଳର ଲୋକମାନେ ବ୍ରାହ୍ମଣୀ ନଦୀରୁ ଯେଉଁ ସୁଦ୍ଧ ପାନୀୟ ଜଳ ପିଉଥିଲେ, ଏବେ ତାହା ପିଇବା କିମ୍ବା ଗାଧୋଇବା ପାଇଁ ଅନୁପଯୁକ୍ତ ହୋଇଯାଇଛି ।
ଫଳରେ ଏହି ପାଣିକୁ ପିଇବା କିମ୍ବା ଏହି ପାଣିରେ ଗାଧେଇବା ସମ୍ଭବପର ହେଉ ନାହିଁ । ଏହାର ମୁଖ୍ୟ କାରଣ ହେଲା ଢେଙ୍କାନାଳ ଓ ଅନୁଗୋଳ ଜିଲ୍ଲାରେ ଗଢି ଉଠିଥିବା ସମସ୍ତ ଶିଳ୍ପ କଳ କାରଖାନା । ସମସ୍ତ କମ୍ପାନୀ ମାନେ ବ୍ରାହ୍ମଣୀ ନଦୀରୁ ଶିଳ୍ପାୟନ ପାଇଁ ବିଶୁଦ୍ଧ ପାଣି ନେଇ କମ୍ପାନୀର ଦୂଷିତ ପାଣି କୁ ନାଳ ନର୍ଦମା ଡ୍ରେନ ଦ୍ୱାରା ବ୍ରାହ୍ମଣୀ ନଦୀ ଗର୍ଭରେ ଛଡ଼ାଯାଉଅଛି ।
ଯାହା ଫଳରେ ଗ୍ରାମାଞ୍ଚଳର ସର୍ବ ସାଧାରଣ ଲୋକମାନେ ଏହି ଦୂଷିତ ପାଣି ବ୍ୟବହାର କରି ନାନା ପ୍ରକାର ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ମୁଖରେ ପଡୁଅଛନ୍ତି । ଯେଉଁ କମ୍ପାନୀ ମାନେ ରାଜ୍ୟ ସରକାରଙ୍କ ଗାଇଡ଼ ଲାଇନ କୁ ଅବମାନନା କରି ବେଆଇନ ଭାବେ ନଦୀରେ ଦୂଷିତ ପାଣି ଛାଡୁଅଛନ୍ତି ସେମାନଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟ।ନୁଷ୍ଠାନ ଗ୍ରହଣ କରାଯିବା ପାଇଁ ଢେଙ୍କାନାଳ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ନିକଟରେ ଯୁବଶକ୍ତିର ଅଧ୍ୟକ୍ଷ ହିମାଂଶୁ ଭୂଷଣ ବାରିକ ନିବେଦନ କରିଛନ୍ତି । ଆଜିର ଏହି କାର୍ଯ୍ୟକ୍ରମ ରେ ଯୁବଶକ୍ତି ର ବିକ୍ରମାଦିତ୍ୟ ନାୟକ, ବରୁଣ କୁମାର ନାୟକ, ସୁବ୍ରତ ମହାନ୍ତି, ନିରାକାର ସାମଲ, ରାଜୀବ ରାଉତ, ଉଦୟ ମହାନ୍ତି, ଅଶୋକ ନାୟକ ପ୍ରମୁଖ ସାମିଲ ଥିଲେ । ଓଡ଼ିଶା ସମାଚାର
Home / ବିଶେଷ / “ଯୁବଶକ୍ତି” ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ବ୍ରାହ୍ମଣୀ ନଦୀ କୂଳବର୍ତ୍ତି ଅଞ୍ଚଳରେ ସଫେଇ କାର୍ଯ୍ୟକ୍ରମ