Saturday , April 1 2023
Breaking News
Home / ବିଶେଷ / ଦେଶର ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଲା ପାଇକ ମହାସଂଘ

ଦେଶର ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଲା ପାଇକ ମହାସଂଘ

ଭୁବନେଶ୍ୱର, ୧୭/୦୧/୨୦୨୧ (ଓଡ଼ିଶା ସମାଚାର)- ପ୍ରାକୃତିକ ଦୁର୍ବିପାକ ହେଉ ଅବା କରୋନା ଭଳି ବିଶ୍ୱ ମହାମାରୀ ସହିତ ମୁକାବିଲା କରିବାରେ ଯେ ସିଦ୍ଧହସ୍ତ ସେ ହିଁ ପ୍ରକୃତରେ ଶ୍ରେଷ୍ଠ । ସେହି ଶ୍ରେଷ୍ଠ ପୁରୁଷ ହେଉଛନ୍ତି ଭାରତବର୍ଷର ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜାତୀୟ ଗଣମାଧ୍ୟମ ଏବିପି ନୁ୍ୟଜ ଓ ସି-ଭୋଟର ସର୍ଭେ ରିପୋର୍ଟରେ ପ୍ରକାଶିତ ତଥ୍ୟ ଅନୁଯାୟୀ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଦେଶର ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ଭାବରେ ନିଜର ଦକ୍ଷତା ପ୍ରତିିପାଦନ କରିଛନ୍ତି । ଆଜି ଏହି ମର୍ମରେ ନିଖିଳ ଓଡ଼ିଶା ପାଇକ ମହାସଂଘ ପକ୍ଷରୁ ରାଜ୍ୟ ସଭାପତି ଅଶୋକ କୁମାର ପାଲଟାସିଂହ ଏବଂ ରାଜ୍ୟର ସମସ୍ତ କର୍ମକର୍ତା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଅଭିନନ୍ଦନ ଜ୍ଞାପନ କରିଛନ୍ତି । ଜଣେ ଆଦର୍ଶ ମୁଖ୍ୟମନ୍ତ୍ରୀ, ଶ୍ରେଷ୍ଠ ପ୍ରଶାସକର ଗୌରବ କରିଥିବା ମାନ୍ୟବର ମୁଖ୍ୟମନ୍ତ୍ରୀ ଆଜି ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ସ୍ଥାନ ଅଧିକାର କରି ସାଢେ ଚାରିକୋଟି ଓଡ଼ିଆଙ୍କ ହୃଦୟକୁ ଜୟ କରିପାରିଛନ୍ତି । ଦୀର୍ଘଦିନ ଧରି ଶାସନ କ୍ଷମତାରେ ଥାଇ ମଧ୍ୟ ଆଜି ପ୍ରତ୍ୟେକ ଓଡ଼ିଆଙ୍କର ସେ ପ୍ରିୟ । ବିଶ୍ୱପ୍ରସିଦ୍ଧ ପ୍ରଭୁ ଜଗନ୍ନାଥ ମନ୍ଦିରର ରୂପରେଖ ଅବା ଏକାମ୍ର ନଗରୀ ଭୁବନେଶ୍ୱରର ବାବା ଲିଙ୍ଗରାଜ ମନ୍ଦିରର ନୂତନତା ଅବା ଓଡ଼ିଶା ଶାସନ କଳକୁ ନବକଳେବର କରି ୫-ଟି ରୂପରେଖ ଦେବା ଏକ ବଳିଷ୍ଠ ପଦକ୍ଷେପ । ନିଜର ଦକ୍ଷତା ପ୍ରଦାନ କରିବାରେ ସିଦ୍ଧହସ୍ତ । ଆଜି ଏହି ଅବସରରେ ପାଇକ ମହାସଂଘ ରାଜ୍ୟ ସଂଯୋଜକ କେଦାର ଦାଶ, ଉପଦେଷ୍ଟା ବିଭୂତି ସ୍ୱାଇଁ, ଖୋର୍ଦ୍ଧାଜିଲ୍ଲା ସଭାପତି ପୂର୍ଣ୍ଣଚନ୍ଦ୍ର ପାଟ୍ଟଶାଣୀ, ପାଇକ ସର୍ଦ୍ଧାର ରଞ୍ଜନ ବଳିୟାରସିଂ, ଉପସଭାପତି ଭୀମ ପାଇକରାୟ, କଟକ ଜିଲ୍ଲା ସଭାପତି ରାଜକିଶୋର ବେହେରା, ପୁରୀଜିଲ୍ଲା ଦୋକନ୍ଦା ଦଳବେହେରା, ମନୋରଞ୍ଜନ ପଶ୍ଚିମକବାଟ, ବରିଷ୍ଠ ପାଇକଗୁରୁ ଭାସ୍କର ସୁନ୍ଦରାୟ, ଢେଙ୍କାନାଳ ଜିଲ୍ଲା ସଭାପତି ନବ ସାମଲ, ଭୁବନେଶ୍ୱର ସଭାପତି ଅଜୟ ନାଏକ, ଜଗତସିଂହପୁର ଜିଲ୍ଲା ସଭାପତି ବିଦ୍ୟାଧର ନାଏକ ପ୍ରମୁଖ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଅଭିନନ୍ଦନ ଜ୍ଞାପନ କରିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.