Saturday , March 25 2023
Breaking News
Home / Uncategorized / ଟାଙ୍ଗି ବ୍ଳକ ପ୍ରାଥମିକ ଶିକ୍ଷକ ସଂଘ ର  ବୈଠକ

ଟାଙ୍ଗି ବ୍ଳକ ପ୍ରାଥମିକ ଶିକ୍ଷକ ସଂଘ ର  ବୈଠକ

ନିରାକାରପୁର ୧୭/୦୧/୨୦୨୧ (ଓଡ଼ିଶା ସମାଚାର)-  ଟାଙ୍ଗି ବ୍ଳକ ପ୍ରାଥମିକ ଶିକ୍ଷକ ସଂଘ ର ସ୍ଥାୟୀ ସଭାପତି ଶ୍ରୀ କିଶୋର କୁମାର ଦାଶ ଙ୍କ ଅଧ୍ୟକ୍ଷତାରେ କାର୍ୟ୍ୟ କାରିଣୀ ସଦସ୍ୟ ମାନଙ୍କୁ ନେଇ ନିରାକାରପୁର ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା  ।  ସର୍ବ ପ୍ରଥମେ ଦିବଂଗତ ଶିକ୍ଷକ ରାଜ କିଶୋର ସେଠୀ ଙ୍କ ଅମର ଆତ୍ମା ର ସଦଗତି କାମନା କରି ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା  । ଉକ୍ତ ବୈଠକରେ ଉପସ୍ଥିତ ସଦସ୍ୟ ମାନେ ଏକାଧିକ ପ୍ରସ୍ତାବ ଆଲୋଚନା ର କେନ୍ଦ୍ରବିନ୍ଦୁ ସଦୃଶ ଶିକ୍ଷକ ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ମିଶ୍ର ଙ୍କ ପ୍ରତି ଅହେତୁକ କାରଣ ଦର୍ଶାଇ କରାଯାଇ ଥିବା ମଧ୍ୟାହ୍ନ ଭୋଜନ ସମ୍ପର୍କୀତ ଅନ୍ୟାୟ ବିଭାଗୀୟ କାର୍ୟ୍ୟାନୁଷ୍ଠାନ ର ଉପଯୁକ୍ତ ବିଚାର ନ କରି ପ୍ରାପ୍ୟ ବେତନ ସମୀକରଣ  ଲାଗୁ କରିବା କ୍ଷେତ୍ରରେ ବିଭିନ୍ନ ଆଳ ଦେଖାଇ କାଳକ୍ଷେପଣ ନୀତି ଅବଲମ୍ବନ କରୁଛନ୍ତି  । ଏଥିପାଇଁ ଶିକ୍ଷକ ସଂଗଠନ ଦୁଃଖ ପ୍ରକାଶ କରିଥିଲେ  ।  ଆଗାମୀ ଦିନ ରେ ସମ୍ପୃକ୍ତ ଶିକ୍ଷାଧିକାରୀ ମହୋଦୟ ଙ୍କ ସହ ସାକ୍ଷାତ କରି ସମସ୍ୟା ର ସମାଧାନ ନିମନ୍ତେ ବିଚାର ବିମର୍ଶ କରିବାକୁ ସଂଗଠନ କର୍ମକର୍ତ୍ତା ଓ ସଦସ୍ୟ ମାନେ ସ୍ଥିର କରିଛନ୍ତି ।

ଏହି ବୈଠକରେ ସମ୍ପାଦକ ପ୍ରଦୀପ କୁମାର ପରିଡା, ଯଜ୍ଞଶ୍ଵର କଳସ, ରେଣୁ ଦେବୀ, ଲକ୍ଷ୍ମୀକାନ୍ତ ମହାପାତ୍ର, ଅମ୍ଳାନ ପ୍ରହରାଜ, ଶ୍ରୀକାନ୍ତ ମହାପାତ୍ର, ପୂର୍ଣ୍ଣଚନ୍ଦ୍ର ମିଶ୍ର, ବିଲାସିନୀ ଗଡ଼ବାଡ, ସତ୍ୟ ନାରାୟଣ ବ୍ରହ୍ମା ମହାପାତ୍ର, ଦୁଃଶାସନ ବେହେରା, ପ୍ରଭାସ ରଞ୍ଜନ ପଟ୍ଟନାୟକ, ବିଷ୍ନୁପ୍ରିୟା ରାୟ, ସଞ୍ଚିତା ଦାଶ ପ୍ରମୁଖ  ଯୋଗ ଦେଇଥିଲେ  । ଓଡ଼ିଶା ସମାଚାର

Leave a Reply

Your email address will not be published.