ଘରୋଇ ସ୍କୁଲରେ ଗରିବ ପିଲାଙ୍କ ୨୫% ସିଟ୍ ସଂରକ୍ଷଣ ପ୍ରସଙ୍ଗ
ଭୁବନେଶ୍ୱର, ୧୭/୦୧/୨୦୨୧ (ଓଡ଼ିଶା ସମାଚାର)-ଘରୋଇ ସ୍କୁଲରେ ଲାଗୁ ହେବ ସଂରକ୍ଷଣ ବ୍ୟବସ୍ଥା । ରାଜ୍ୟର ଘରୋଇ ସ୍କୁଲରେ ଆର୍ଥôକ ଅନଗ୍ରସର ଛାତ୍ରଛାତ୍ରୀଙ୍କ ପାଇଁ ୨୫ ପ୍ରତିଶତ ସିଟ୍ ସଂରକ୍ଷଣ ରହିବ ଏବଂ ଇଡବ୍ଲୁ୍ୟଏସ୍(ଆର୍ଥିକ ଅନଗ୍ରସର ବର୍ଗ) କୋଟାରେ ସେମାନେ ଅନ୍ ଲାଇନରେ ନାମ ଲେଖାଇପାରିବେ ବୋଲି ଗଚ୍ଚଶିକ୍ଷା ବିଭାଗ ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି । ଅନ୍ ଲାଇନ୍ ରେ ନାମ ଲେଖାଇବା ସୁବିଧା କରାଗଲେ ସଂରକ୍ଷଣ ବ୍ୟବସ୍ଥାରେ ସ୍ୱଚ୍ଛତା ଆସିବ । ଆର୍ଥôକ ଅନଗ୍ରସର ପିଲାଙ୍କ ପାଠପଢ଼ା ପାଇଁ ୨୫ ପ୍ରତିଶତ ସିଟ୍ ସଂରକ୍ଷଣ ରଖିବାକୁ ବାଧ୍ୟ ହେବେ ଘରୋଇ ସ୍କୁଲ । ପୂର୍ବରୁ ଏହି ସଂରକ୍ଷଣ ବ୍ୟବସ୍ଥା ଥିଲେ ବି କିଛି ଘରୋଇ ସ୍କୁଲ ବିଭିନ୍ନ ଆଳ ଦେଖାଇ ଏହାକୁ ମାନୁନଥିଲେ । ଏନେଇ ଅଭିଯୋଗ ଆସିବା ପରେ ଏପରି ବଡ଼ ନିଷ୍ପତିି ନେଇଛନ୍ତି ରାଜ୍ୟ ସରକାର । ଏ ନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ପୋର୍ଟାଲ ପ୍ରସ୍ତୁତ କରାଯିବ । ପୋର୍ଟଲ ଜରିଆରେ ପ୍ରଥମରୁ ଅଷ୍ଟମ ଶ୍ରେଣୀରେ ନାମ ଲେଖାଇବା ପାଇଁ ନାମ ପଞ୍ଜୀକରଣ କରିପାରିବେ ଛାତ୍ରଛାତ୍ରୀ । ବିଦ୍ୟାଳୟଠାରୁ ୧ କିଲୋମିଟର ଦୂରରେ ଥିବା ଯୋଗ୍ୟ ଛାତ୍ରଛାତ୍ରୀ ଅନ୍ ଲାଇନ୍ ରେ ନାମ ଲେଖାଇ ପାରିବେ । ସେହିପରି ୩ କିଲୋମିଟରରୁ ୧୦ କିଲୋମିଟର ଭିତରେ ଥିବା ପିଲାଙ୍କ ପାଇଁ ଲଟେରୀ ବ୍ୟବସ୍ଥା କରାଯିବ ବୋଲି ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି । ମନ୍ତ୍ରୀ କହିଛନ୍ତି ଯେ, ଶିକ୍ଷା ଅଧିକାର ଆଇନ୍ ୨୦୦୯ ଅନୁଯାୟୀ ୬ରୁ ୧୪ ବର୍ଷ ବୟସର ପିଲାଙ୍କ ବାଧ୍ୟତାମୂଳକ ଶିକ୍ଷାଦାନକୁ ଆହୁରି ମଜଭୁତ କରିବା ପାଇଁ ପଦକ୍ଷେପ ନେଇଛନ୍ତି ସରକାର । ସଂରକ୍ଷଣ ବ୍ୟବସ୍ଥା ଭଳି ଶିକ୍ଷାକ୍ଷେତ୍ରରେ ଆଉ ଏକ ପଦକ୍ଷେପ ନିଆଯାଇଛି । ତେବେ ବେସରକାରୀ ସ୍କୁଲରେ ୨୫% ସଂରକ୍ଷଣ ମଧ୍ୟରୁ ଏସସି, ଏସଟି ଓ ଏସଇବିସି ପିଲାଙ୍କ ପାଇଁ ରହିବ ୧୦ ପ୍ରତିଶତ । ବାସହୀନ ଓ ଶିଶୁ ଶ୍ରମିକଙ୍କ ପାଇଁ ୫ ପ୍ରତିଶତ । ବାକି ୧୦ ପ୍ରତିଶତ ସ୍ଥାନ ସଂରକ୍ଷଣ ରହିବ ବିିଏଲ୍ କାର୍ଡଧାରୀ ପରିବାର ପିଲାଙ୍କ ପାଇଁ । ରାଜ୍ୟରେ ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ଅନେକ ବିକାଶ ଘଟିଛି । ପିଲାଙ୍କ ଲାଗି ରାଜ୍ୟ ସରକାର ଅନେକ ଯୋଜନା କାର୍ଯ୍ୟକାରୀ କରିଥିବା ବେଳେ ଗରିବ ପିଲାମାନେ ଯେପରି ଶିକ୍ଷାର ପରିସୀମା ମଧ୍ୟରେ ରହିବେ ସେଥିଲାଗି ରାଜ୍ୟ ସରକାର ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି । ତେବେ ଘରୋଇ ସ୍କୁଲରେ ପଢ଼ିବାରୁ ଗରିବ ପିଲାମାନେ ବଂଚିତ ହେଉଥିଲେ । ଘରୋଇ ସ୍କୁଲରେ ଗରିବ ପିଲାମାନେ ପଢ଼ିବାର ସୁଯୋଗ ଯେପରି ପାଇବେ ସେଥିଲାଗି ରାଜ୍ୟ ସରକାର ପ୍ରତି ଘରୋଇ ସ୍କୁଲରେ ୨୫% ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିଥିଲେ । ତେବେ ରାଜ୍ୟରେ କିଛି ପ୍ରତିଷ୍ଠିତ ଘରୋଇ ସ୍କୁଲର କର୍ତୃପକ୍ଷ ସମ୍ପୃକ୍ତ ୨୫% ସିଟ୍ ରେ ଗରିବ ପିଲାଙ୍କୁ ନପଢ଼ାଇ ସମ୍ପୃକ୍ତ ସିଟ୍ କୁ ଲକ୍ଷାଧିକ ଟଙ୍କାରେ ମ୍ୟାନେଜମେଂଟ କୋଟା ନାଁରେ ବିକ୍ରି କରୁଥିଲେ । ଫଳରେ ଯେଉଁ ମହତ୍ ଉଦ୍ଧେଶ୍ୟକୁ ଲକ୍ଷ୍ୟ ରଖି ରାଜ୍ୟ ସରକାର ବ୍ୟବସ୍ଥା କରିଥିଲେ ତାକୁ କିଛି ଘରୋଇ ସ୍କୁଲ କର୍ତୃପକ୍ଷ ଅବମାନନା କରିବା ସହ ଅପବ୍ୟବହାର କରୁଥିବା ଜଣାପଡ଼ିଥିଲା । ତେବେ ଏପରି ସମସ୍ୟାର ସମାଧାନ ଲାଗି ସରକାର କଡ଼ା ପଦକ୍ଷେପ ଗ୍ରହଣ କରିବାକୁ ଯାଉଛନ୍ତି । ଏଣିକି ୨୫% ସିଟ୍ ପାଇଁ ସ୍କୁଲରେ ଆବେଦନ କରିବା ସହ ସରକାରଙ୍କ ପକ୍ଷରୁ ପ୍ରସ୍ତୁତ ବିଭାଗୀୟ ପୋର୍ଟାଲ୍ ରେ ଆବେଦନ କରିବାକୁ ହେବ । ଫଳରେ କେଉଁ ସ୍କୁଲ ପାଇଁ କେତେ ଆବେଦନ କରାଯାଇଛି ତାହାର ସମ୍ପୂର୍ଣ୍ଣ ତଥ୍ୟ ସରକାରଙ୍କ ପାଖରେ ରହିବ । ପ୍ରତିବର୍ଷ କେଉଁ ଘରୋଇ ସ୍କୁଲରେ ସଂରକ୍ଷିତ ଥିବା ୨୫% ସିଟ୍ ରେ କେତେ ପିଲା ନାମ ଲେଖାଇଲେ ଏବଂ କେଉଁ ପିଲା ନାମ ଲେଖାଇବାର ସୁଯୋଗ ପାଇଲା ତାହାର ତଥ୍ୟ ସରକାର ଜାଣିପାରିବେ । ଓଡ଼ିଶା ସମାଚାର