ଭୁବନେଶ୍ୱର, ୧୭/୦୧/୨୦୨୧ (ଓଡ଼ିଶା ସମାଚାର)- ଆଜି ଆଉ ୨୨୦ ଜଣ କରୋନା ସଙ୍କ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହା ସହିତ ଓଡ଼ିଶାରେ ମୋଟ ୩୨୯୫୪୬ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇସାରିଛନ୍ତି। ଆଜି ସୁନ୍ଦରଗଡ଼ରୁ ସର୍ବାଧିକ ୩୯ ଜଣ ସୁସ୍ଥ ହୋଇଥିବାବେଳେ ଅନୁଗୁଳ ରୁ ୨୩, ଖୋର୍ଦ୍ଧା ୨୦, କେନ୍ଦୁଝର ୧୯, ବାଲେଶ୍ବର ୧୬, ବରଗଡ଼ ୧୩, ଯାଜପୁର ୧୨, ଝାରସୁଗୁଡ଼ା ୧୦, ନୂଆପଡ଼ା ୧୦, ବଲାଙ୍ଗୀର ୯, କଟକ ୮ ଓ ଗଜପତି ରୁ ୭ ଜଣ ,କେନ୍ଦ୍ରାପଡ଼ାରୁ ୫, ମୟୂରଭଞ୍ଜ ୫, ଦେବଗଡ଼ ୪, ପୁରୀ ୪, ସୁବର୍ଣ୍ଣପୁର ୪, ଭଦ୍ରକ ୩, ରାୟଗଡ଼ା ୩, ସମ୍ବଲପୁର ୩, ବୌଦ୍ଧ ୨, ଗଞ୍ଜାମ ୨, ଜଗତସିଂହପୁର ୧, କୋରାପୁଟରୁ ଜଣେ କରୋନା ସଂକ୍ରମିତ ଆରୋଗ୍ୟ ଲାଭ କରି ଘରକୁ ଫେରିଥିବା ସୂଚନା ମିଳିଛି। ଓଡ଼ିଶା ସମାଚାର