ନିଶ୍ଚିନ୍ତକୋଇଲି,୧୭/୦୧/୨୦୨୧(ଓଡିଶା ସମାଚାର/ଅଭୟ ଜେନା): ବହୁ ପ୍ରତୀକ୍ଷିତ ଅଯୋଧ୍ୟାରେ ମର୍ଯ୍ୟାଦା ପୁରୁଷ ଶ୍ରୀରାମଙ୍କ ଭବ୍ୟମନ୍ଦିର ନିର୍ମାଣାର୍ଥେ ସମଗ୍ର ଭାରତବର୍ଷରେ ନିଧିସଂଗ୍ରହ ଓ ସମ୍ପର୍କ ମହାଅଭିଯାନ ଶୁଭାରମ୍ଭ ପରିପ୍ରେକ୍ଷୀରେ କଟକ ସଦର ର ୨୮ ନମ୍ବର ଯୋନ ଉତ୍ତରକୁଳ ଠାରେ ମା ସୁଦାମବତୀ ଙ୍କ ମନ୍ଦିରରେ ପୁଜାର୍ଚନା କରିବା ସହିତ ପ୍ରଭୁ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ର ଙ୍କ ଜନ୍ମ ଭୁମି ରେ ମନ୍ଦିର ନିର୍ମାଣ ପାଇଁ ନିଧିସଂଗ୍ରହ କାର୍ଯ୍ୟ ର ଶୁଭାରମ୍ଭ କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ କଟକ ସଦର ନେତା ଦିଲ୍ଲିପ ମଲ୍ଲିକ, ମଣ୍ଡଳ ସଭାପତି ଜିତେନ୍ଦ୍ର ବିଶ୍ଵାଳ, ରଞ୍ଜନ ନନ୍ଦ, ସାରଦାପ୍ରସନ୍ନ ନାୟକ , ସଞ୍ଜୟ ଦାସ, ଦିଲ୍ଲିପ ମହାନ୍ତି, ଅନ୍ନପୂର୍ଣ୍ଣା ଦାସ, ଗୋବର୍ଦ୍ଧନ ଖୁଣ୍ଟିଆ, ବିଜନ ବାରିକ,ସର୍ବେଶ୍ଵର ସ୍ବାଇଁ, ମଧୁସୂଦନ ସାହୁ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିବାସହ ନିଧି ସଂଗ୍ରହ କାର୍ଯ୍ୟ ର ଶୁଭାରମ୍ଭ କରିଥିଲେ । ମନ୍ଦିର ନିର୍ମାଣ ଅଭିଯାନ ପାଇଁ ଜନସାଧାରଣଙ୍କର ଅଭୂତପୂର୍ବ ଉତ୍ସାହ ଓ ସହଯୋଗ ପରିଲକ୍ଷିତ ହୋଇଥିଲା । ଓଡିଶା ସମାଚାର