କଟକ, ୧୬/୦୧/୨୦୨୧ (ଓଡ଼ିଶା ସମାଚାର)- ଭାରତୀୟ ରେଡ଼କ୍ରସ ସୋସାଇଟି,ପୋଲିସ କମିଶନରେଟ ଆଞ୍ଚଳିକ ଶାଖାର ବର୍ଷିକ ସାଧାରଣ ଅଧିବେଶନରେ ଅନୁଷ୍ଠାନର ଅଧ୍ୟକ୍ଷ ତଥା ପୋଲିସ କମିଶନର ଡ଼.ସୁଧାଂଶୁ ଷଡ଼ଙ୍ଗୀ ଓ ଉପାଧ୍ୟକ୍ଷ ତଥା ଆଡିସନାଲ କମିଶନର ରେଖା ଲୋହାନୀ ମିଳିତଭାବେ ରାଜ୍ୟର ଅଗ୍ରଣୀ ସାମାଜିକ ସଂଗଠନ ‘ବିଷ୍ଣୁପ୍ରିୟା ଚାରିଟେବୁଲ ଟ୍ରଷ୍ଟ -ଓଡ଼ିଶା'(ବିସିଟି)କୁ ଅନେକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରିବା ସହିତ ରେଡ଼କ୍ରସ ଦିବସ,ପରିବେଶ ଦିବସ ଭଳି ବହୁ ରେଡ଼କ୍ରସ ସେବାକାର୍ଯ୍ୟକ୍ରମରେ ପୋଲିସ କମିଶନରେଟ ରେଡ଼କ୍ରସ ସହିତ ସହଯୋଗର ଉଲ୍ଲେଖନୀୟ କୃତିତ୍ୱ ପାଇଁ ସମ୍ମାନୀତ କରିଛନ୍ତି । ଏହି ମର୍ଯ୍ୟାଦାପୂର୍ଣ ସମ୍ମାନକୁ ଟ୍ରଷ୍ଟ ପକ୍ଷରୁ ପୂର୍ବତନ ସଭାପତି ଇଂ.ବିମଳ ଚନ୍ଦ୍ର ଦାସ,ପିପିଲି ଶାଖା ସଂଯୋଜକ ଯୁବସମାଜସେବୀ ହେମନ୍ତ ଦାସ ଏବଂ ଅନ୍ୟାନ୍ୟ କାର୍ଯ୍ୟକର୍ତା ଵର୍ଗ ଉପସ୍ଥିତରହି ମାନପତ୍ର ଗ୍ରହଣ କରିଥିଲେ । ଟ୍ରଷ୍ଟ ପକ୍ଷରୁ ସମ୍ପାଦକ ସମାଜସେବୀ ପ୍ରିନ୍ସ ନନ୍ଦ,ଇଂ.କମଲେଶ ମିଶ୍ର,ନରେଶ ବେହେରା,ସାଂସ୍କୃତିକ ସମ୍ପାଦକ ଶିବ ପ୍ରସାଦ ଦାସ ପ୍ରମୁଖ ଏହି ସେଵା ଦିଗରେ ସହଯୋଗ କରୁଥବା ସମସ୍ତ କାର୍ଯ୍ୟକର୍ତା,ରେଡ଼କ୍ରସ ସୋସାଇଟି ଓ କମିଶନରେଟ ପୋଲିସ ଭଳି ବିଭିନ୍ନ ଅନୁଷ୍ଠାନ ବିସିଟିକୁ ସମ୍ମାନୀତ,ଉତ୍ସାହିତ,ପ୍ରେରଣା ଯୋଗାଉଥିବାରୁ ଆନ୍ତରିକ ଶୁଭେଚ୍ଛା ଜଣାଇଛନ୍ତି । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସମ୍ପାଦକ ତଥା ଡ଼ିସିପି ହେଡକ୍ୱାଟର ପ୍ରମୋଦ କୁମାର ପଟେଲ,ଡ଼ିସିପି ଭୁବନେଶ୍ୱର ଡ଼. ଉମାକାନ୍ତ ଦାଶ,ଡ଼ିସିପି କଟକ ପ୍ରତୀକ ସିଂହ,ଏସିପି ତଥା ଯୁଗ୍ମ ସମ୍ପାଦକ ଲଳିତେନ୍ଦୁ ମହାନ୍ତି ଉପସ୍ଥିତରହି ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଓ ବିଭିନ୍ନ ରକ୍ତଦାତା ସଂଗଠନ ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଓଡ଼ିଶା ସମାଚାର