ରଘୁନାଥପୁର, ୧୬/୦୧/୨୦୨୧ (ଓଡ଼ିଶା ସମାଚାର)- ଅଯୋଧ୍ୟାରେ ଭବ୍ୟ ଶ୍ରୀରାମ ମନ୍ଦିର ନିର୍ମାଣ ନିମନ୍ତେ ରଘୁନାଥପୁର ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ ଘର ଘର ବୁଲି ଅର୍ଘ୍ୟରାଶି ସଂଗ୍ରହ କରାଯାଇଥିଲା । ରଘୁନାଥପୁରର ନାରାୟଣ ଛକ, ହୁରାସାହି, ଅଯୋଧ୍ୟାପୁର, ବଡ଼ଦାଣ୍ଡ, କୁମ୍ଭାର ସାହି, ଆରାଧନା ସାହି, ହାଟବଜାର ଆଦି ଅଂଚଳରେ ବିଶ୍ୱହିନ୍ଦୁ ପରିଷଦର ଉପଦେଷ୍ଟା ବାବା ବଂଶୀଧର ଦାସ ମହାରାଜ, ମାନସରତ୍ନ ପଣ୍ଡିତ ଶ୍ରୀବତ୍ସ ଦାସ ମହାପାତ୍ର, ଜଗନ୍ନାଥ ରାଉତ, ନିର୍ମଳ ବେହେରା, ପୂର୍ଣ୍ଣଚନ୍ଦ୍ର ମହାରଣା, ମନୋରଞ୍ଜନ ସାହୁ, ଜୟନ୍ତୀ ସାହୁ, ରଶ୍ମିତା ସାହୁ, ନମ୍ରତା ଦାସ, ରିନୁ ଦାସ ପ୍ରମୁଖ ଘର ଘର ବୁଲି ସଂକୀର୍ତନ ମାଧ୍ୟମରେ ଅର୍ଘ୍ୟ ସଂଗ୍ରହ କରିଥିଲେ । ଓଡ଼ିଶା ସମାଚାର