Monday , March 27 2023
Breaking News
Home / ବିଶେଷ / ରାଜ୍ୟରେ କୋଭିଡ଼ ଟୀକାକରଣ ଆରମ୍ଭ – ପାଶ୍ୱର୍ ପ୍ରତିକ୍ରିୟା ସମ୍ପର୍କରେ ପଚାରି ବୁଝିଲେ ମୁଖ୍ୟମନ୍ତ୍ରୀ

ରାଜ୍ୟରେ କୋଭିଡ଼ ଟୀକାକରଣ ଆରମ୍ଭ – ପାଶ୍ୱର୍ ପ୍ରତିକ୍ରିୟା ସମ୍ପର୍କରେ ପଚାରି ବୁଝିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୬/୦୧/୨୦୨୧ (ଓଡ଼ିଶା ସମାଚାର)- ଆଜି ସାରା ଦେଶରେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା କରୋନା ଟୀକା କରଣ କାର୍ଯ୍ୟର ଶୁଭାରମ୍ଭ ହେବା ପରେ ଓଡ଼ିଶା ରେ ମଧ୍ୟ ଟୀକା କରଣ ଆରମ୍ଭ ହୋଇଛି । ପ୍ରଥମେ ସ୍ବାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯାଉଛି । ରାଜ୍ୟରେ ଟିକାକରଣ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଜରିଆରେ ବିଭିନ୍ନ ଟୀକାକରଣ କେନ୍ଦ୍ରର ହିତାଧିକାରୀଙ୍କ ଫିଡ଼ବ୍ୟାକ୍ ନେଇଛନ୍ତି । ବ୍ରହ୍ମପୁର ସିଟି ହସ୍ପିଟାଲର ଡାକ୍ତରଙ୍କ ସହ ଆଲୋଚନା କରିଛନ୍ତି। ସେହିପରି ସେ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସଫେଇ କର୍ମଚାରୀ ଏବଂ କ୍ୟାପିଟାଲ ହସ୍ପିଟାଲର ନର୍ସଙ୍କ ସହ ମଧ୍ୟ କଥା ହୋଇଛନ୍ତି।
ଟିକା ନେଇଥିବା ସମସ୍ତଙ୍କ ସୁସ୍ଥତା କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ‘୧୦ ମାସ ହେଲା କୋଭିଡ୍ ଯୋଦ୍ଧାମାନେ ସଂଗ୍ରାମ ଜାରି ରଖିଛନ୍ତି । ସେମାନଙ୍କ ତ୍ୟାଗକୁ ଭୁଲି ହେବନାହିଁ । ରାଜ୍ୟରେ ୧୬୧ଟି ଟିକାକରଣ କେନ୍ଦ୍ର କରାଯାଇଛି । ରାଜ୍ୟ ସମସ୍ତ ଜିଲ୍ଲା ଓ ରାଜଧାନୀର ୬ଟି ସ୍ଥାନରେ ଟିକା ଦିଆଯାଉଛି । ପ୍ରଥମ ଦିନରେ ୧୬୧୦୦ ଜଣଙ୍କୁ ଟିକା ଦିଆଯିବାର ଲକ୍ଷ ରହିଛି । ପ୍ରଥମେ ସ୍ବାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯାଉଥିବା ବେଳେ ପରେ ପୋଲିସ, ଫାୟାର ସର୍ଭିସ, ମ୍ୟୁନିସିପାଲଟି କର୍ମଚାରୀ ଟିକା ନେବେ । ତାପରେ ଅନ୍ୟମାନେ ଟିକା ପାଇବେ । ଜାନୁଆରୀ ୧୭ ତାରିଖ ରବିବାର ଦିନ ଟିକାକରଣ ବନ୍ଦ ରହିବ ଓ ପୁଣି ସୋମବାର ୧୮ ତାରିଖରୁ ଟୀକା କରଣ କରାଯିବ । ଆସନ୍ତା ୨୫ ତାରିଖ ସୁଦ୍ଧା ସମସ୍ତେ ଟିକା ପାଇବେ ବୋଲି ଅତିରିକ୍ତ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି । ସେହିପରି ଟିକା ନେଇଥିବା ବ୍ୟକ୍ତି ୨୮ ଦିନ ପରେ ଦ୍ବିତୀୟ ଡୋଜ୍ ନେବେ । ଓଡ଼ିଶା ସମାଚାର

Leave a Reply

Your email address will not be published.