ପ୍ରଜାପିତା ବ୍ରହ୍ମକୁମାରୀ ଆଶ୍ରମର ସପ୍ତମ ବାର୍ଷିକ ଉତ୍ସବ
ନିରାକାରପୁର,୧୬/୦୧/୨୦୨୧ (ଓଡ଼ିଶା ସମାଚାର)- ପ୍ରଜାପିତା ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ଜଙ୍କିଆ ସେବା କେନ୍ଦ୍ର ଡିଆରସି ପରିଶରରେ ସପ୍ତମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଭୂବନେଶ୍ୱର ସବ୍ ଜୋନ୍ ମୁଖ୍ୟସଂଚାଳିକା ବ୍ରହ୍ମକୁମାରୀ ଲିନା ଭଉଣୀଙ୍କ ସଭାପତିତ୍ୱରେ ଆୟୋଜିତ ସପ୍ତମ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜଟଣି ବିଧାୟକ ସୁରେଶ କୁମାର ରାଉତରାୟ, ମୁଖ୍ୟବକ୍ତା ଭାବେ ନାଲୋକର ପୂର୍ବତନ ଅଧ୍ୟକ୍ଷ ଏସ.କେ ତାମତିଆ,ସମ୍ମାନିତ ଅତିଥି ଭାବେ ଆର.ବି.ଆଇ.ର ପୂର୍ବତନ ଆଂଚଳିକ ନିର୍ଦ୍ଧେଶକ ପ୍ରକାଶ ସାହୁ,ଅନ୍ୟତମ ଅତିଥି ଭେବେ ନାବାଡର ପୂର୍ବତନ ମହାପ୍ରବନ୍ଧକ ଶ୍ରୀମତି ଇନ୍ଦୁମତି ସାହୁ, ଡ.ବନାନୀ ପଟ୍ଟନାୟକ ପ୍ରମୁଖ ଅତିଥି ଭାବେ ଅତିଥି ଭାବେ ଯୋଗଦେଇଥିଲେ ।ଏହି ଅବସରରେ ମାଉନ୍ଟଆବୁସ୍ଥିତ ଶାନ୍ତିବନର ୫ଜଣ ଭାଇ ନିବାସ ବ୍ରହ୍ମକୁମାର ଭଗବାନ ଭାଇ, ସୁରେନ୍ଦ୍ର ଭାଇ, ସୂର୍ଯ୍ୟ ଭାଇ, ସନ୍ତୋଷ ଭାଇ, ସୁବାସ ଭାଇ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ବ୍ୟର୍ଥ ସଂକଳ୍ପରୁ ମୁକ୍ତ ହୋଇ ସମର୍ଥ ସଂକଳ୍ପ ରଚନା କରିବା ଯାହାର ଆଧାରରେ ସଂସାର ସୁଖମୟ ଶାନ୍ତିମୟ ହୋଇପାରିବ ।ରାଜଯୋଗ ମାଧ୍ୟମରେ ସମାଜରେ ସାକାରାତ୍ମକ ପରିବର୍ନ ଆଶିବା ସହିତ ଏକ ସୁସ୍ଥ ସମାଜ ଗଠନ ହୋଇପାରିବା । ଭାଇ ଭଉଣୀ ମାନେ ଠିକ୍ ସମୟରେ ପରମଆତ୍ମାଙ୍କୁ ଯୋଗ ମାଧ୍ୟମରେ ସଂଯୋଗ କରି ନିଜର ପୁରୁଷାର୍ଥ କରିବା ଦରକାର । ଯାହାର ଆଧାରରେ ସତ୍ୟଯୁଗ ଦୁନିଆ ଖୁବ୍ ଶିଘ୍ର ଧରାପୃଷ୍ଟରେ ଫେରିଆସିବ ବୋଲି ଅତିଥି ମାନେ ମତଦେଇଥିଲେ । ମାଉଂଟ ଆଉବୁରୁ ଆଶିଥିବା ୫ଜଣ ରାଜଯୋଗୀ ଭାଇମାନଙ୍କୁ ସମ୍ଭର୍ଦ୍ଧନା କରାଯାଇ ବନ୍ଦାପାନା କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ବିକେ ପୁପ୍ପକ ଭାଇ,ବିକେ ମଧୁ ଭଉଣୀ,ଅଖିଳେସ ଭାଇ,ସାମନ୍ତ ଭାଇ.କେକେ ସଂଯୁକ୍ତା ଭଉଣୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ବିକେ ପ୍ରକାଶ ଭାଇ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର