Saturday , April 1 2023
Breaking News
Home / ବିଶେଷ / ରଘୁନାଥପୁରରେ କୋଭିଡ୍ ଟୀକା କରଣ 

ରଘୁନାଥପୁରରେ କୋଭିଡ୍ ଟୀକା କରଣ 

 ରଘୁନାଥପୁର, ୧୬/୦୧/୨୦୨୧ (ଓଡ଼ିଶା ସମାଚାର)- ସମଗ୍ର ଭାରତରେ ଆଜି କୋଭିଡ଼ ଟୀକାର ଶୁଭାରମ୍ଭ ହୋଇଥିବା ବେଳେ ଜଗତ୍ସିଂହପୁର ଜିଲ୍ଲା ଅନ୍ତର୍ଗତ ରଘୁନାଥପୁର ଗୋଷ୍ଠିସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଆଜି ପୂର୍ବାହ୍ନରେ କୋଭିସିଲ୍ ଟିକାର ଶୁଭାରମ୍ଭ କରାଯାଇଥିଲା । ରଘୁନାଥପୁର ମଣ୍ଡଳ ଉନ୍ନୟନ ଅଧିକାରୀ ଜିତେନ୍ଦ୍ର କୁମାର ନାୟକ ମୁଖ୍ୟଅତିଥିଭାବେ ଏହି ଟିକାଦାନ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ରଘୁନାଥପୁର ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରର ଅଧ୍ୟକ୍ଷ ଡା ସୁକାନ୍ତ କୁମାର ଦଳାଇଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ରଘୁନାଥପୁର ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରର ଅଧ୍ୟକ୍ଷ ଡା ଦଳାଇ ଟିକା ନେଇଥିଲେ । ଏହି ଟିକାଦାନରେ ଡାକ୍ତର, ଫାର୍ମାସିଷ୍ଟ, ଷ୍ଟାପ୍, ସାନିଟାଇଜର ୱାର୍କର, କୋଭିଡ୍-୧୯ ୱାର୍କର, ଅଙ୍ଗନୱାଡି ୱାର୍କର, ଆଶାକର୍ମୀ, ଡ୍ରାଇଭର, ସିକୁ୍ୟରିଟ୍ ଗାର୍ଡ, ଆଟେଡାଂଟ ପ୍ରମୁଖ ୧୦୦ଜଣ କୋଭିଡ୍ ଟିକା ନେଇଥିଲେ । ଟିକାନେଇଥିବା କୌଣସି ବ୍ୟକ୍ତିଙ୍କଠାରେ ପାଶ୍ୱର୍ପ୍ରତିକ୍ରି୍ରୟା ଦେଖାଯାଇନଥିଲା । ଏହି ଟିକାଦାନ କାର୍ଯ୍ୟର ତଦନ୍ତ ନିମନ୍ତେ ସ୍ୱାସ୍ଥ୍ୟବିଭାଗର ଯୁଗ୍ମ ନିର୍ଦ୍ଧେଶିକା ଡା ଜ୍ୟୋର୍ତିମୟୀ ରାଉତ, ଜାତୀୟ ସ୍ୱାସ୍ଥ୍ୟମିଶନର ଉପଦେଷ୍ଟା ଡା ଆନନ୍ଦିତା ପଟ୍ଟନାୟକ, ଜିଲ୍ଲା ପବ୍ଲିକ୍ ହେଲଥ୍ଅଫିସର ତଥା କୋଭିଡ୍-୧୯ର ଜିଲ୍ଲା ନୋଡାଲ ଅଫିସର ଡା ଶତ୍ରୁଘନ ଦାଶ, ଅତିରିକ୍ତ ଏ.ଡି.ପି.ଏଚ୍.ଓ ବସନ୍ତ କୁମାର ବାରିକ ପ୍ରମୁଖ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଡା ବିଭାବସୁ ମଣି, ରଘୁନାଥପୁର ବ୍ଲକ୍ କୋଭିଡ୍-୧୯ ମେଡିକାଲ ଅଫିସର ଡା ପ୍ରଭାସ ଚନ୍ଦ୍ର ସ୍ୱାଇଁ, ଡା ଶୁଭଶ୍ରୀ ସ୍ୱୟଂପ୍ରଜ୍ଞା, ମହିଳା ସ୍ୱାସ୍ଥ୍ୟକର୍ମୀ ଜସ୍ମିତାରାଣୀ ବିଟ୍, ମହିଳା ସ୍ୱାସ୍ଥ୍ୟକର୍ମୀ ମନ୍ଦାକିନୀ ପଣ୍ଡା, ମହିଳା ସ୍ୱାସ୍ଥ୍ୟକର୍ମୀ ମିନତୀ ପୃଷ୍ଟି, ପି.ଏଚ୍.ଇ.ଓ. ରାନୁ ମହାପାତ୍ର, ବି.ପି.ଏମ୍. ରଞ୍ଜିତା ସିଂହ, ଆଶାକର୍ମୀ ସଞ୍ଜୁଲତା ବେହେରା, ରାଜେଶ ନାୟକ ପ୍ରମୁଖ ପରି•ଳନା କରିଥିଲେ ।  ଓଡ଼ିଶା ସମାଚାର

Leave a Reply

Your email address will not be published.