ଗରଦପୁର, ୧୬/୦୧/୨୦୨୧ (ଓଡ଼ିଶା ସମାଚାର)-ଆଜି ପାଟକୁରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ କୋରୁଆ ଲୋକନାଥ ମହାବିଦ୍ୟାଳୟ ଠାରେ ଏକ କୃତଜ୍ଞତା ସଭା ଅନୁଷ୍ଠିତ ହୋଇଥିଲା । ବିଶ୍ୱ ମହାମାରୀ କରୋନା ଦୃଷ୍ଟିରୁ ଛାତ୍ର ଛାତ୍ରୀ ଓ ଅଭିଭାବକ ମାନଙ୍କ ଆର୍ଥିକ ସ୍ଥିତିକୁ ଅନୁଧ୍ୟାନ କରି ଚଳିତ ବର୍ଷ ୧୦ ମ ଶ୍ରେଣୀ (ମାଟ୍ରିକ ) ପରୀକ୍ଷା ଫିସ ଶତ ପ୍ରତିଶତ ଛାଡ଼ କରିବା ନମନ୍ତେ ରାଜ୍ୟ ବିଜୁ ଛାତ୍ର ଜନତା ସଭାପତି ଦେବୀରଂଜନ ତ୍ରିପାଠୀଙ୍କ ଅନୁରୋଧକୁ ରକ୍ଷା କରି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଛାଡ଼ କରିଥିବାରୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ବିଜୁ ଛାତ୍ର ଜନତା ଦଳର ସମ୍ପାଦକ ଧନଂଜୟ ବାରିକ,ସାମାଜିକ ଗଣମାଧ୍ୟମ ସଂଯୋଜକ ଚିତରଂଜନ ପତି ନେତୃତ୍ୱ ନେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ରତିକାନ୍ତ ଭାରତୀ,ସ୍ମୃତିରଂଜନ ମାହାଳୀ,ନୀହାର ରଂଜନ ମହାନ୍ତି ,ପ୍ରିୟଦର୍ଶୀ ମହାନ୍ତି ,ଜଗବନ୍ଧୁ ଦାସ , ଆର୍ତବନ୍ଧୁ ଜେନା ,ଦୀପକ ମହାପାତ୍ର ପ୍ରମୁଖ ସହଯୋଗ କରିଥିଲେ । ଓଡ଼ିଶା ସମାଚାର
Home / ରାଜନୀତି / ମାଟ୍ରିକ୍ ପରୀକ୍ଷା ଫିସ ଶତ ପ୍ରତିଶତ ଛାଡ଼ କରିଥିବାରୁ ମୁଖ୍ୟମନ୍ତ୍ରୀ ଙ୍କୁ କୃତଜ୍ଞତା ଜଣାଇଲା ପାଟକୁରା ଛାତ୍ର ବିଜେଡ଼ି