ପାରାଦ୍ୱୀପ ୧୬/୦୧/୨୦୨୧ (ଓଡ଼ିଶା ସମାଚାର)- ପାରାଦ୍ୱୀପ ସାକ୍ଷରତା ସମିତି ପକ୍ଷରୁ ସମିତିର କାର୍ଯ୍ୟାଳୟରେ ବ୍ୟାସକବି ଫକୀର ମୋହନଙ୍କ ଜୟନ୍ତୀ ପାଳନ ସହ ନିରାଶ୍ରୟ ବୃଦ୍ଧ ଓ ବୃଦ୍ଧା ମାନଙ୍କୁ କମ୍ବଳ ବଂଟନ କରାଯାଇଥିଲା । ସମିତିର ପ୍ରକଳ୍ପ ସଂଯୋଜକ ଅଶୋକ ମହାପାତ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବରେ ଯୋଗ ଦେଇଥିଲେ । ଶ୍ରୀମତୀ ଶୁଚିସ୍ମିତା ବୋଷ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ ଶ୍ରୀମତୀ ସବିତା ପଣ୍ଡା, ସ୍ମିତାର ରଥ ଓ ଶ୍ରୀରାମଚନ୍ଦ୍ର ପ୍ରଧାନ । ଏହି କାର୍ଯ୍ୟକ୍ରମରେ ଅତିଥି ମାନେ ଅନନ୍ୟ ସାରସ୍ୱତ ପ୍ରତିଭା, କଥା ସମ୍ରାଟ ତଥା ବ୍ୟାସକବିଙ୍କ ଶ୍ରୀମତୀ ଓ ସାହିତ୍ୟକୃତି ସଂପର୍କ ଆଲୋଚନା କରିବା ସହ ପାରାଦ୍ୱୀପର ବିଭିନ୍ନ ଅଂଚଳରୁ ଆସିଥିବା ନିରାଶ୍ରୟ ବୃଦ୍ଧ ଓ ବୃଦ୍ଧାଙ୍କୁ କମ୍ବଳ ବଂଟନ କରିଥିଲେ । ଓଡ଼ିଶା ସମାଚାର