ପାରାଦ୍ୱୀପ ୧୬/୦୧/୨୦୨୧ (ଓଡ଼ିଶା ସମାଚାର)- ପାରାଦ୍ୱୀପ ବନ୍ଦର ଅବସରପ୍ରାପ୍ତ କର୍ମଚାରୀ ତଥା ପୂର୍ବତନ ଟ୍ରେଡ ୟୁନିୟନ ନେତା ଅଜାମ୍ବର ଦାଶ(୮୬)ଙ୍କ ଜାନୁଆରୀ ୧୪ତାରିଖ ଗୁରୁବାର ପବିତ୍ର ମକର ସଂକ୍ରାନ୍ତି ଦିନ ସଂନ୍ଧ୍ୟାରେ କଟକର ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ପରଲୋକ ହୋଇଯାଇଛି । କିଛି ଦିନ ହେବ ଅସୁସ୍ଥତା ଯୋଗୁଁ ସ୍ୱଗର୍ତ ଦାଶ ଚିକିତ୍ସା ପାଇଁ ଚିକିତ୍ସାଳୟରେଭର୍ତି ହୋଇଥିଲେ । ସ୍ୱଗର୍ତ ଦାସ ଜଣେ ଟାଣୁଆ ଟ୍ରେଡ ୟୁନିୟନ ନେତା ଓ ଧର୍ମପରାୟଣ ବ୍ୟକ୍ତି ଥିଲେ । ସେ ପାରାଦ୍ୱୀପ ବନ୍ଦର ଚତୁର୍ଥ ଶ୍ରେଣୀ କର୍ମଚାରୀ ସଂଘର ସାଧାରଣ ସଂପାଦକ ଥିଲେ । ତାଙ୍କର ଶେଷକୃତ୍ୟ ତାଙ୍କ ଜନ୍ମସ୍ଥାନ କେନ୍ଦ୍ରାପଡା ଜିଲ୍ଲାର ବନ୍ତପାଟଣା ଗ୍ରାମରେ ସମାପନ ହୋଇଥିଲା । ଜ୍ୟେଷ୍ଠ ପୁତ୍ର ବିରଂଚି ନାରାୟଣ ଦାଶ ମୁଖାଗ୍ନି ଦେଇଥିବା ବେଳେ ଜାମାତା, ବନ୍ଧୁ ପରିବାର ସଂସ୍କାର ସମୟରେ ଉପସ୍ଥିତ ଥିଲେ । ତାଙ୍କ ବିୟୋଗରେ ପୂର୍ବତନ ବନ୍ଦର କର୍ମଚାରୀ ଓ ଶ୍ରମିକ ମହଲରେ ଶୋକ ପ୍ରକାଶ ପାଇଛି । ସ୍ୱଗର୍ତ ଦାଶଙ୍କ ଘନିଷ୍ଠ ବନ୍ଧୁ ତଥା ବିଶିଷ୍ଟ ଶ୍ରମିକ ନେତା ଇଂ ସୁଧାକର ମନ୍ତ୍ରୀ ଓ ପୂର୍ବତନ ଶ୍ରମିକ ନେତା ଗୁଣନିଧି ତି୍ରପାଠୀ ଗଭୀର ଶୋକ ବ୍ୟକ୍ତ କରିବା ସହ ଶୋକ ସନ୍ତପ୍ତ ପରିବାରକୁ ଏପରି ଦୁଃଖଦ ସମୟରେ ଧର୍ଯ୍ୟ ଓ ସାହାସ କାମନା କରି ଆତ୍ମାର ସତ୍ଗତି ନିମନ୍ତେ ପ୍ରାର୍ଥନା କରିଛନ୍ତି । ଓଡ଼ିଶା ସମାଚାର